ପ୍ରମୁଖ ଖବର
  • ଇଓଡବ୍ଲ୍ୟୁ ପଞ୍ଝାରେ ୨ କୁଖ୍ୟାତ କ୍ରିପ୍ଟୋ ଠକ, ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ
  • ||
  • ସ୍ଵାମୀ ସରୋଜଙ୍କ ସହ ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ, ବିଜେଡିରୁ ଦେଇଥିଲେ ଇସ୍ତଫା
  • ||
  • ମେ ୩୧ରେ ଆସିବ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’, ଦେଖିବାକୁ ମିଳିବ ରାଜକୁମାର-ଜାହ୍ନବୀଙ୍କ ଜବରଦସ୍ତ କେମେଷ୍ଟ୍ରି
  • ||
  • ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼: ଟ୍ୱିନ୍‌ ସିଟିରେ ଆଳୁ କିଲୋ ୩୦ ଟଙ୍କା, ସପ୍ତାହକରେ ୮ ଟଙ୍କା ବଢ଼ିଲାଣି
  • ||
  • ପ୍ଲାଷ୍ଟିକ ବଜାରକୁ ନେଇ ବିବାଦ: ଆଜି ୧୨ ସଂଘ-ବିଏମ୍‌ସି ବୈଠକ
  • ||
  • ସୋମବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ, ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା
  • ||
  • ପାରାଦୀପରେ ୬୧ ଦିନ ଯାଏଁ ମାଛଧରା ବନ୍ଦ, ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ
  • ||
  • ଓଡ଼ିଶାରେ ମୋଦି ନୁହେଁ, ‘ନବୀନ ଗ୍ୟାରେଣ୍ଟି’: ଚାଲିଛି ମତାମତ ସଂଗ୍ରହ, ଖୁବ୍‌ଶୀଘ୍ର ବିଜେଡିର ଇସ୍ତାହାର
  • ||
  • IPL 2024: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ଟକ୍କର, ରୟାଲର କ୍ଲାସେନ ଭୟ
  • ||
  • ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ: ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ
  • ||

ସାମିଙ୍କ ଗୋଇଠି ଅସ୍ତ୍ରୋପଚାର ସଫଳ: ଫିଟ୍ ହେବାକୁ ଲାଗିବ ସମୟ, ଖେଳିପାରିବେନି ଆଇପିଏଲ୍

ମୁମ୍ବାଇ,୨୭/୦୨: ଦୀର୍ଘ ଦିନ ଧରି ଆହତ ସମସ୍ୟା ଦେଇ ଗତି କରୁଥିବା ଭାରତର ଦଳର ଷ୍ଟାର୍‌ ପେସ୍‌ ବୋଲର ମହମ୍ମଦ ସାମି ଗୋଇଠିରେ ଅସ୍ତ୍ରୋପଚାର କରିଛନ୍ତି । ଫିଟ୍‌ ହେବା ପାଇଁ ତାଙ୍କୁ ସମୟ ଲାଗିବ । ଫଳରେ ଆଗାମୀ ଆଇପିଏଲ୍‌ ଖେଳିପାରିବେ ନାହିଁ । 

ଗତ ଦିନିକିଆ ବିଶ୍ୱକପ୍‌ ସମୟରେ ମଧ୍ୟ ସାମି ପାଦରେ ଯନ୍ତ୍ରଣା ଅନୁଭବ କରୁଥିଲେ । ପେନ୍‌ କିଲର ଇଞ୍ଜେକସନ ନେଇ ସେ ସମ୍ପୂର୍ଣ୍ଣ ବିଶ୍ୱକପ ଖେଳିଥିଲେ । ଏହାପରେ ତାଙ୍କୁ ବିଶ୍ରାମ ଦିଆଯାଇଛି । ଇତି ମଧ୍ୟରେ ୩ମାସ ବିତି ସାରିଲାଣି । ତଥାପି ପାଦରୁ ଯନ୍ତ୍ରଣା କମିନଥିଲା। ଗତ ଜାନୁଆରୀ ଅନ୍ତିମ ସପ୍ତାହରେ ସେ ଆଘାତ  ସ୍ଥାନର ଚିକିତ୍ସା ପାଇଁ ଲଣ୍ଡନ ଯାତ୍ରା କରିଥିଲେ । ସେଠାରେ  ତାଙ୍କୁ ଇଞ୍ଜେକସନ ଦିଆଯାଇଥିଲା । ୩ସପ୍ତାହ ମଧ୍ୟରେ  ସେ ଫିଟ୍‌ ହୋଇ ଅଭ୍ୟାସ ଆରମ୍ଭ କରିପାରିବେ ବୋଲି  ଡାକ୍ତର ପରାମର୍ଶ ଦେଇଥିଲେ । ମାତ୍ର ଯନ୍ତ୍ରଣା ଉପଶମ  ହୋଇ ନଥିଲା । 

ଆସନ୍ତା  ଅକ୍ଟୋବର ଓ ନଭେମ୍ବରରେ ହେବାକୁ ଥିବା ବାଂଲଦେଶ  ଓ ନ୍ୟୁଜିଲାଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ବେଳକୁ  ସେ ଫିଟ୍‌ ହେବେ ବୋଲି ଅନୁମାନ କରାଯାଉଛି । ସାମିଙ୍କ ଅନୁପସ୍ଥିତି ଗୁଜରାଟ ଟାଇଟନ୍ସର ଚିନ୍ତା ବଢାଇ  ଦେଇଛି । ପୂର୍ବରୁ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ଛାଡ଼ି  ସାରିଛନ୍ତି । ସାମି ଗତ ୨ଟି ଯାକ ସିଜନରେ ଚମତ୍କାର ବୋଲିଂ  କରିଥିଲେ । ତାଙ୍କ ପ୍ରଦର୍ଶନ ବଳରେ ଟାଇଟନ୍ସ ଉଭୟ  ସଂସ୍କରଣରେ ଫାଇନାଲ୍‌ ଖେଳିଥିଲା । ଗତ ସିଜନରେ ସେ  ୨୮ଟି ୱିକେଟ୍‌ ନେଇ ପର୍ପଲ୍‌ କ୍ୟାପ୍‌ ହାସଲ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.