ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଷ୍ଟାର୍ ପେସର ମହମ୍ମଦ ସାମିଙ୍କ ବଡ଼ ବୟାନ, 'ଅବସର ନେଇ ସକାଳେ କରିବି ଟ୍ୱିଟ୍...'

ନୂଆଦିଲ୍ଲୀ, ୦୭/୦୨: ଭାରତୀୟ ଦଳର ଷ୍ଟାର୍ ପେସ୍ ବୋଲର ମହମ୍ମଦ ସାମି ଏବେ ଆଘାତ କାରଣରୁ ଖେଳୁ ନାହାନ୍ତି । ଗୋଇଠିରେ ଆଘାତ କାରଣରୁ ଏବେ ମହମ୍ମଦ ସାମି ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି । ତେବେ ଏସବୁ ଭିତରେ ସାମି କ୍ରିକେଟରୁ ସନ୍ୟାସ ନେବା ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି ।

ସାମି କହିଛନ୍ତି କେବେ ଠୁ ସେ କ୍ରିକେଟ ଠାରୁ ଦୂରେଇ ଯିବେ । ସେ କହିଛନ୍ତି, ମୋତେ ଯେଉଁ ଦିନ ଲାଗିବ କ୍ରିକେଟରୁ ମୋତେ ଖୁସି ମିଳୁ ନାହିଁ । ସେଦିନ ସକାଳୁ ଉଠିବା ପରେ ସନ୍ୟାସ ନେବା ନେଇ ଟ୍ୱିଟ୍ କରି ଦେବି । ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଏ ମନ୍ତବ୍ୟ ଦେଇଛନ୍ତି ସାମି ।

ନିକଟରେ ଖେଳା ଯାଇଥିବା ୨୦୨୩ ଦିନିକିଆ ବିଶ୍ୱକପରେ ସାମି ସର୍ବାଧିକ ୨୪ଟି ୱିକେଟ୍ ନେଇଥିଲେ । ଏହା ପରେ ତାଙ୍କ ଗୋଇଠିରେ ଆଘାତ ଲାଗିଥିଲା । ତେବେ ସାମି କେବେ ଆହତ ହେଲେ ଜଣା ପଡ଼ି ନାହିଁ । ବର୍ତ୍ତମାନ ଏହି ଆହାତ କାରଣରୁ ସାମି ଭାରତୀୟ କ୍ରିକେଟ୍ ଟିମରେ ନାହାନ୍ତି ।

ସାମି କହିଛନ୍ତି, କୌଣସି ଜିନିଷକୁ ବୋଝ ଭାବେ ବୋହିବାର ଆବଶ୍ୟକତା ନାହିଁ । ନା ମୋତେ କେହି ବୁଝାଇବା ଲାଗି ଅଛନ୍ତି । ନା ମୋ ପରିବାରରେ ମୋତେ କେହି କେବେ କହୁଛନ୍ତି । ଯେଉଁଦିନ ସକାଳେ ମୋତେ ଲାଗିବ ଗ୍ରାଉଣ୍ଡକୁ ଯିବିନି ତ କ୍ରିକେଟରୁ ସନ୍ୟାସ୍ ନେଇ ଟ୍ୱିଟ୍ କରି ଦେବି ।

ସାମିଙ୍କ ସନ୍ୟାସ୍ ଖବର ଚର୍ଚ୍ଚା ଭିତରେ ତାଙ୍କ ବାୟୋପିକ୍ ଆସୁଛି । ତେବେ ବାୟୋପିକରେ ସାମିଙ୍କ ଭୂମିକାରେ କିଏ ଆସିବେ ନଜର ? ତାର ଖୁଲାସା ହୋଇ ନାହିଁ । ତେବେ ଏହାର ଜବାବ ଦେଇ ସାମି କହିଛନ୍ତି, ହଁ ମୋର ବାୟୋପିକ୍ ଆସୁଛି । କୌଣସି ଅଭିନେତା ନ ହେଲେ କ୍ରିକେଟ୍ ଛାଡ଼ିବା ପରେ ନିଜେ ବାୟୋପିକରେ କାମ କରିବି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.