ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

‘ପ୍ଲେୟର ଅଫ ଦି ମନ୍ଥ୍‌’ ଲାଗି ମହମ୍ମଦ ସାମି ମନୋନୀତ, ଆଇସିସିର ଏହି ତାଲିକାରେ ୩ ଖେଳାଳି ସାମିଲ

Published By : Tapas Panda | December 7, 2023 5:55 PM

Image Courtesy: indianexpress

ନୂଆଦିଲ୍ଲୀ: ପ୍ଲେୟର ଅଫ ଦି ମନ୍ଥ୍‌ ଲାଗି ଆଇସିସି ପକ୍ଷରୁ ୩ଜଣ ଖେଳାଳିଙ୍କ ନାମ ମନୋନୀତ ହୋଇଛି । ଏହି ତାଲିକାରେ ଦୁଇ ଜଣ ଅଷ୍ଟ୍ରେଲିଆ ଖେଳାଳି ଥିବା ବେଳେ ଜଣେ ଭାରତୀୟ ବୋଲର ସ୍ଥାନ ପାଇଛନ୍ତି । ଆଇସିସିର ଏହି ନୋମିନେସନ୍‌ ଲିଷ୍ଟରେ ଅଷ୍ଟ୍ରେଲିଆର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଏବଂ ଟ୍ରେଭିସ ହେଡଙ୍କ ନାମ ସାମିଲ ଥିବା ବେଳେ ଭାରତୀୟ ଟିମ୍‌ର ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ମଧ୍ୟ ମନୋନୀତ କରାଯାଇଛି ।  

ଟ୍ରେଭିସ ହେଡ୍‌

ବିଶ୍ବକପ ପୂର୍ବରୁ ଟ୍ରେଭିସ ହେଡ୍‌ ସଂପୂର୍ଣ୍ଣ ସୁସ୍ଥ ନଥିଲେ । ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ ସୁଦ୍ଧା ତାଙ୍କୁ ବିଶ୍ବକପ ଟିମ୍‌ରେ ସାମିଲ କରାଯାଇଥିଲା । ଅଧା ମ୍ୟାଚ୍‌ ଶେଷ ହେବା ପରେ ସେ ଟିମ୍‌କୁ ଫେରିଥିଲେ । ବାକି ୬ ମ୍ୟାଚ୍‌ରେ ୫୪.୮୩ ରନ୍‌ ହାରରେ ୧୨୭.୫୧ ଷ୍ଟ୍ରାଇକ୍‌ ରେଟ ସହ ମୋଟ ୩୨୯ ରନ୍‌ କରିଥିଲେ । ସେଥିମଧ୍ୟରୁ ୨ଟି ଶତକୀୟ ଏବଂ ଗୋଟିଏ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ ଟ୍ରେଭିସ । ବିଶ୍ବକପ ସେମି ଫାଇନାଲ ଏବଂ ଫାଇନାଲ ମୁକାବିଲାରେ ସେ ସର୍ବାଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ । ଏହି ଦୁଇ ମ୍ୟାଚ୍‌ରେ ଟ୍ରେଭିସ ହେଡଙ୍କୁ ପ୍ଲେୟର ଅଫ ଦି ମ୍ୟାଚ୍‌ ଟ୍ରଫି ବି ମିଳିଥିଲା ।

ଗ୍ଲେନ ମ୍ୟାକ୍ସଓ୍ବେଲ

ଆଇସିସି ପ୍ଲେୟର ଅଫ ଦି ମନ୍ଥର ନୋମିନେସନ ତାଲିକାର ଦ୍ବିତୀୟରେ ରହିଛନ୍ତି ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲ । ବିଶ୍ବକପରେ ଅଷ୍ଟ୍ରେଲିଆକୁ ଚାମ୍ପିୟନ କରିବାରେ ସେ ମୁଖ୍ୟ ଭୂମିକା ନେଇଥିଲେ । ମ୍ୟାକ୍ସଓ୍ବେଲ ବିଶ୍ବକପରେ ୯ ମ୍ୟାଚ୍‌ରେ ୬୬.୬୬ ହାରରେ ୧୫୦.୩୭ ଷ୍ଟ୍ରାଇକ ରେଟ୍‌ ସହ ୪୦୦ ରନ୍‌ କରିଥିଲେ । ସେଥିମଧ୍ୟରେ ତାଙ୍କର ଦୁଇଟି ଶତକ ମଧ୍ୟ ସାମିଲ ରହିଛି । ତେବେ ଆଫଗାନିସ୍ତାନ ବିପକ୍ଷରେ ଅପରାଜିତ ୨୦୧ ରନ୍‌ କରିବା ସହ ଦଳକୁ ରୋମଞ୍ଚକର ବିଜୟ ଦେଇଥିଲେ ମ୍ୟାକ୍ସଓ୍ବେଲ । ମ୍ୟାକ୍ସଓ୍ବେଲଙ୍କ ଏହି ପାଳି ବିଶ୍ବକପ ଇତିହାସରେ ସ୍ମରଣୀୟ ହୋଇ ରହିବ ।

ମହମ୍ମଦ ସାମି

ଆଇସିସିର ଏହି ତାଲିକାରେ ଭାରତର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ନାଁ ସାମିଲ ରହିଛି । ସାମି ବିଳମ୍ବରେ ବିଶ୍ବକପ ଯାତ୍ରା ଆରମ୍ଭ କରିଥିଲେ ହେଁ ସର୍ବାଧିକ ଓ୍ବିକେଟ ଟେକର ଭାବେ ରେକର୍ଡ କରିଛନ୍ତି । ୭ଟି ମ୍ୟାଚ୍‌ରେ ୧୦.୭୦ ଆଭେରେଜ୍‌ ସଂ ୨୪ ଟି ଓ୍ବିକେଟ ନେଇଥିଲେ ସାମି । ଏହି ସମୟରେ ସାମି ଦୁଇ ଥର ୫ଟି ଓ୍ବିକେଟ ଏବଂ ଥରେ ୪ଟି ଓ୍ବିକେଟ ନେଇ ରେକର୍ଡ କରିଥିଲେ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.