ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ସଙ୍କଟରେ ଫସି ଥିବା କମ୍ପାନୀକୁ ସାହାରା ହେବେ ମୁକେଶ ଅମ୍ୱାନୀ ! ସେୟାର କିଣିବା ନେଇ ଆଲୋଚନା

ନୂଆଦିଲ୍ଲୀ : କେନ୍ଦ୍ରୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପେଟିଏମ୍‌ ପେମେଣ୍ଟସ ବ୍ୟାଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ପରେ ପେଟିଏମ୍‌ର ପ୍ୟାରେଣ୍ଟ କମ୍ପାନୀ -ୱାନ ୯୭ କମ୍ୟୁନିକେସନ ଉପରେ ସଙ୍କଟ ବଢିବାରେ ଲାଗିଛି। କମ୍ପାନୀର ସେୟାରରେ ଲଗାତାର ୩ଟି କାରବାର ଦିନରେ ଲୋୟର ସର୍କିଟ୍‌ରେ ପହଞ୍ଚିଛି । ଏବେ ପେଟିଏମ୍‌ ପେମେଣ୍ଟସ ବ୍ୟାଙ୍କର ଲାଇସେନ୍ସ ଉପରେ ମଧ୍ୟ ସଙ୍କଟର  କଳା ବାଦଲ ଘେରି ରହିଛି। 

ଏହି ମଧ୍ୟରେ ଖବର ଆସିଛି କି ୱାନ୯୭ କମ୍ୟୁନିକେଶନ ଅର୍ଥାତ୍‌ ପେଟିଏମ୍‌ ନିଜର ୱାଲେଟ୍‌ କାରବାରକୁ ବିକ୍ରି କରିବା ପାଇଁ ମୁକେଶ ଅମ୍ୱାନୀଙ୍କ ସହ ଆଲୋଚନା କରୁଛି। ହିନ୍ଦୁ ବିଜନେସଲାଇନର ରିପୋର୍ଟ ଅନୁସାରେ, ମୁକେଶ ଅମ୍ୱାନୀଙ୍କ କମ୍ପାନୀ ଜିୟୋ ଫାଇନେନ୍ସିଆଲ ସର୍ଭିସେସ୍‌ ବ୍ୟତୀତ ଏଚଡିଏଫସି ବ୍ୟାଙ୍କ ସହ କଥାବାର୍ତ୍ତା ହେଉଛି। ଏହି ଖବର ପରେ ସୋମବାର ବିଏସଇ ଉପରେ ଜିୟୋ ଫାଇନେନ୍ସିଆଲ ସର୍ଭିସସେଜ୍‌ର ସେୟାର ୧୪ ପ୍ରତିଶତ ବଢି ୨୮୯.୭୦ ଟଙ୍କାର ଉଚ୍ଚତମ ସ୍ତରରେ ପହଞ୍ଚିଛି। ଏହା ସେୟାରର ଅଲ୍‌ ଟାଇମ୍‌ ହାଇ ମଧ୍ୟ। କହି ରଖୁଛୁ କି ଜିୟୋ ଫାଇନେନ୍ସିଆଲ ସର୍ଭିସେସ୍‌କୁ ଗତ ବର୍ଷ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ଡିମର୍ଜ କରିଥିଲା। ଏହାପରେ ଅଗଷ୍ଟ ୨୦୨୩ରେ ଜିୟୋ ଫାଇନେନ୍ସିଆଲ ସର୍ଭିସେଜ୍‌ର ସେୟାର ବଜାରରେ ଲିଷ୍ଟିଂ ହୋଇଥିଲା। କିଛି ମାସ ଚାପରେ ରହିବା ପରେ ଏହି ସେୟାର ଦ୍ରୁତ ବେଗରେ ବଢୁଛି। 

ମିଡ଼ିଆ ରିପୋର୍ଟରେ ଦାବି କରାଯାଇଛି କି, ପେଟିଏମ୍‌ର ଫାଉଣ୍ଡର ବିଜୟ ଶେଖର ଶର୍ମାଙ୍କ ଟିମ୍‌ ଗତ ବର୍ଷ ନଭେମ୍ୱର ମାସରୁ ଜିୟୋ ଫାଇନେନ୍ସିଆଲ ସହ କଥାବାର୍ତ୍ତା କରୁଥିଲା। ସେଠାରେ ଆରବିଆଇର ପ୍ରତିବନ୍ଧକର ଠିକ୍‌ ପୂର୍ବରୁ ଏଚଡିଏଫସି ବ୍ୟାଙ୍କ ସହ କଥାବାର୍ତ୍ତା ପେଟିଏମ୍‌ ପେମେଣ୍ଟସ ବ୍ୟାଙ୍କ ଉପରେ ଆରମ୍ଭ ହୋଇଥିଲା। ଏହା ସମ୍ଭବ କି ଜିୟୋ ଫାଇନେନ୍ସିଆଲ ବଡ଼ ବେଲଆଉଟର ଅଂଶ ଭାବେ ପେଟିଏମ୍‌ ପେମେଣ୍ଟସ ବ୍ୟାଙ୍କର ଅଧିଗ୍ରହଣ କରିବାର ପ୍ରସ୍ତାବ ରଖି ପାରେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.