ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଚାକିରି ବଦଳରେ ଶାରୀରିକ ସଂପର୍କ ! ମେକ୍ସିକୋର ମହିଳା ଡିଜେଙ୍କ ସହ ୪ ବର୍ଷ ଧରି ଦୁଷ୍କର୍ମ କରୁଥିଲା ମୁମ୍ବାଇ ଯୁବକ

Image Courtesy: ndtv

ମୁମ୍ବାଇ: ମେକ୍ସିକୋ ମହିଳାଙ୍କ ସହ ବାରମ୍ବାର ଶାରୀରିକ ସଂପର୍କ ସ୍ଥାପନ ଅଭିଯୋଗରେ ଜଣେ ଡିଜେଙ୍କୁ ବାନ୍ଦ୍ରା ପୋଲିସ ଗିରଫ କରିଛି ।  ୩୧ ବର୍ଷୀୟା ମହିଳା ଡିସ୍କ ଜକି (ଡିଜେ) ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି । ଶାରୀରିକ ସଂପର୍କ ନରଖିଲେ ଚାକିରିରୁ ବାହାର କରିଦେବାକୁ ଧମକ ଦେଇ ମେକ୍ସିକୋର ମହିଳାଙ୍କୁ ଶୋଷଣ କରୁଥଲା ୩୫ ବର୍ଷୀୟ ଅଭିଯୁକ୍ତ । ମହିଳାଙ୍କ ମ୍ୟାନେଜର ଥିବା ଅଭିଯୁକ୍ତ ୨୦୧୯ରେ ତାଙ୍କୁ ଧମକ ଦେଇ ଶାରୀରିକ ସଂପର୍କ ସ୍ଥାପନ କରିଥିଲା । ଏହା ପରଠାରୁ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଦେଖାଇ ବ୍ଲାକମେଲ୍‌ କରିବା ସହ ପୀଡ଼ିତାଙ୍କୁ ଶୋଷଣ କରୁଥିଲା ରାକ୍ଷସ ।

ମହିଳାଙ୍କ ପାଖରୁ ଅଭିଯୋଗ ପାଇବା ପରେ ଆଜି ବାନ୍ଦ୍ରା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ତେବେ ମହିଳାଙ୍କ ଅଭିଯୋଗ କ୍ରମେ, ସୋସିଆଲ ମିଡିଆରେ ଅଭିଯୁକ୍ତଙ୍କ ସହ ତାଙ୍କର ଚିହ୍ନା ପରିଚୟ ହୋଇଥିଲା । ସେ ମହିଳାଙ୍କୁ ଡିଜେ ଭାବେ କାର୍ଯ୍ୟ କରିବାକୁ ଅଫର କରିଥିଲା । ଏହା ପରେ ୨୦୧୯ରେ ଅଭିଯୁକ୍ତ ନିଜ ଘରକୁ ଡାକି ମହିଳାଙ୍କ ସହ ଜୋର ଜବରଦସ୍ତି ଶାରୀରିକ ସଂପର୍କ ରଖିଥିଲା । ଏହା ପରେ ୨୦୨୦ରେ ଅଭିଯୁକ୍ତ ବିବାହ କରିବା ପରେ ମଧ୍ୟ ଏକାଧିକ ଥର ମହିଳା ଡିଜେଙ୍କୁ ବ୍ଲାକମେଲ୍‌ କରିବା ସହ ଦୁଷ୍କର୍ମ କରିଥିଲା ବୋଲି ଅଭିଯୋଗ ହୋଇଛି । 

ସେପଟେ ଅନ୍ତରଙ୍ଗ ଫଟୋ ରଖି ଅଭିଯୁକ୍ତ ମହିଳାଙ୍କୁ ବ୍ଲାକମେଲ୍‌ କରୁଥିଲା । ଏହା ସହ ଶାରୀରିକ ସଂପର୍କ ନରଖିଥିଲେ ଚାକିର ହରାଇବାକୁ ପଡ଼ିବ ବୋଲି ମହିଳାଙ୍କୁ ଧମକ ଦେଉଥିଲା ଅଭିଯୁକ୍ତ । ତେବେ ଅଭିଯୁକ୍ତକୁ ପୋଲିସ ଗିରଫ କରିଥିବା ବେଳେ ତା ବିରୁଦ୍ଧରେ ଆଇପିସି ଧାରା ୩୭୬, ୩୭୭ ଏବଂ ୩୫୪ ଆଧାରରେ ମାମଲା ରୁଜୁ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.