ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜ୍ଞାନବାପି ମସଜିଦ୍‌ର ତହଖାନାରେ ପୂଜାର୍ଚ୍ଚନା, ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ମୁସଲିମ୍‌ ପକ୍ଷ

Image Courtesy: jagran

ନୂଆଦିଲ୍ଲୀ: ଜ୍ଞାନବାପି ମସଜିଦ୍‌ ପରିସରରେ ଥିବା ବ୍ୟାସଙ୍କ ତହଖାନାରେ ପୂଜା ପାଇଁ ଅନୁମତି ମିଳିସାରିଛି । ଏହା ପରେ ବୁଧବାର ବିଳମ୍ବିତ ରାତିରେ ଏଠାରେ ମୂର୍ତ୍ତି ରଖି ପୂଜାର୍ଚ୍ଚନା ଆରମ୍ଭ କରାଯାଇଛି । ଅନ୍ୟପଟେ ବ୍ୟାସଙ୍କ ତହଖାନାରେ ହିନ୍ଦୁ ପକ୍ଷଙ୍କ ପୂଜାର୍ଚ୍ଚନା ବିରୋଧରେ ମୁସ୍‌ଲିମ ପକ୍ଷ ଆହ୍ଲାବାଦ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହା ବିରୋଧରେ ଆବେଦନ କରିବା ସହ ଶୁଣାଣି କରିବାକୁ ଅନୁରୋଧ କରିଛି ଅଞ୍ଜୁମାନ ଇନ୍ତେଜାମିୟା ମସଜିଦ୍‌ କମିଟି । ତଳ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କମିଟି ପକ୍ଷରୁ ଏହି ଆବେଦନ କରାଯାଇଛି । 

ଜ୍ଞାନବାପି ପରିସରରେ ଥିବା ବ୍ୟାସଙ୍କ ତହଖାନାରେ ପୂଜା କରିବାକୁ ଅଧିକାରକୁ ନେଇ ମାମଲା ପୁଣିଥରେ ବାରଣସୀ ଜିଲ୍ଲା କୋର୍ଟରେ ପହଞ୍ଚିଛି । ହାଇକୋର୍ଟରେ ଆବେଦନ କରିଥିବାରୁ ୧୫ ଦିନ ଲାଗି ସମୟ ମାଗିଛି ମୁସଲିମ୍‌ ପକ୍ଷ । ସେପଟେ ବ୍ୟାସଙ୍କ ତହଖାନାରେ ପୂଜା ଅନୁମତି ବିରୋଧରେ ସୁପ୍ରିମକୋର୍ଟରେ ମଧ୍ୟ ଅଞ୍ଜୁମାନ ଇନ୍ତେଜାମିୟା ମସ୍‌ଜିଦ କମିଟି ଆବେଦନ କରିଥିଲା । ଭେକେସନ୍‌ ରେଜିଷ୍ଟ୍ରାରଙ୍କୁ ମୁସଲିମ୍‌ ପକ୍ଷର ଓକିଲ ସାକ୍ଷାତ କରିବା ସହ ପୂଜା ଉପରେ ରୋକ ଲଗାଇବା ଉପରେ ବିଚାର କରିବାକୁ ଆବେଦନ କରିଥିଲେ।

 ଏପରିକି ଗୁରୁବାର ଭୋର ୪ଟାରେ ସିଜେଆଇ ଡିଓ୍ବାଇ ଚନ୍ଦ୍ରଚୂଡଙ୍କ ସାମ୍ନାରେ ଦସ୍ତାବିଜ ବି ରଖିଥିଲେ । ହେଲେ ଏହି ମାମଲାରେ କୌଣସି ପ୍ରକାର ଆଶ୍ବସ୍ତି ଲାଗି ଆହ୍ଲାବାଦ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ସିଜେଆଇ କହିଥିଲେ । ନିକଟରେ ଏଏସ୍‌ଆଇ ରିପୋର୍ଟରେ ସ୍ପଷ୍ଟ ହୋଇଥିଲା ଯେ, ଜ୍ଞାନବାପି ମସଜିଦ୍‌ ଏକ ପୁରୁଣା ହିନ୍ଦୁ ମନ୍ଦିରର ଢ଼ଞ୍ଚା ଉପରେ ତିଆରି ହୋଇଛି । ଏଏସ୍‌ଆଇର ରିପୋର୍ଟ ଆଧାରରେ ବାରଣସୀ ଜିଲ୍ଲା କୋର୍ଟ ହିନ୍ଦୁ ପକ୍ଷଙ୍କୁ ମସଜିଦ୍‌ର ତହଖାନାରେ ପୂଜା କରିବାକୁ ଅନୁମତି ଦେଇଛନ୍ତି । ଏହା ପରେ ସେଠାରେ ଦେବାଦବୀଙ୍କ ମୂର୍ତ୍ତି ରଖି ପୂଜାର୍ଚ୍ଚନା ଆରମ୍ଭ ହୋଇଯାଇଛି । ଆଉ ଏଠାରେ ଶ୍ରଦ୍ଧାଳୁଙ୍କ ଭିଡ଼ ମଧ୍ୟ ବଢ଼ିବାରେ ଲାଗିଛି ।  

 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.