ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୫୪ ବର୍ଷ ପରେ ପୁଣି ଚନ୍ଦ୍ର ଅଭିମୁଖେ ଆମେରିକା, ଏଥର ମଣିଷ ବଦଳରେ ଯିବ ମେସିନ୍

ନୂଆଦିଲ୍ଲୀ, ୦୭/୧୨: ଚନ୍ଦ୍ରର ଦକ୍ଷିଣ ଭାଗରେ ଭାରତୀୟ ମହାକାଶ ସଂସ୍ଥା ଇସ୍ରୋ ଚନ୍ଦ୍ରଯାନ-୩ର ଅବତରଣ କରି ଇତିହାସ ରଚି ସାରିଛି । ଏବେ ଆମେରିକାର ଅନ୍ତରୀକ୍ଷ ଏଜେନ୍ସି ନାସା ୨୦୨୪ରେ ଚନ୍ଦ୍ରରେ ଅବତରଣ ପାଇଁ ପ୍ରୟାସ କରୁଛି । ପ୍ରାୟ ୫୪ ବର୍ଷ ପରେ ଆମେରିକା ପୁଣି ଥରେ ମୁନ୍ ମିଶନ ପଠାଇବାକୁ ଯାଉଛି ।

ତେବେ ଆମେରିକାର ଏହି ମିଶନ ଘରୋଇ ଅଭିଯାନ ହେବ । ଏଥିରେ ମଣିଷ ବଦଳରେ ମେସିନକୁ ପଠାଯିବ । ଏହି ମିଶନରେ ନାସା ସହିତ ଆମେରିକୀୟ କମ୍ପାନୀ ଏଷ୍ଟ୍ରୋବୋଟିକ୍ ସାମିଲ୍ ରହିଛି । ଡିସେମ୍ବର ୨୪ରେ ମହାକାଶ ଯାନ ଉତକ୍ଷେପଣ କରାଯିବ । ଆଉ ସବୁକିଛି ଠିକ୍ ରହିଲେ ଜାନୁଆରୀ ମାସରେ ଚନ୍ଦ୍ର ପୃଷ୍ଠରେ ନରମ ଅବତରଣ ଆଶା ରହିଛି । ଏହା ସଫଳ ହେଲେ ଏହା ଚନ୍ଦ୍ରକୁ ପ୍ରଥମ ଘରୋଇ ଅଭିଯାନ ହେବ ।

ଡିସେମ୍ବର ୨୪ରେ ଏଷ୍ଟ୍ରୋବୋଟିକ୍ କମ୍ପାନୀର ପେରେଗ୍ରୀନ୍ ଲୁନର ଲ୍ୟାଣ୍ଡର ଉତକ୍ଷେପଣ କରାଯିବ । ଏହାକୁ ଫ୍ଲୋରିଡ଼ାର ୟୁନାଇଟେଡ୍ ଲଞ୍ଚ୍ ଏଲିଆନ୍ସ ବଲ୍କନ୍ ସେଣ୍ଟର ରକେଟରେ ଛଡ଼ାଯିବ । ଏଷ୍ଟ୍ରୋବୋଟିକ୍ ଦ୍ୱାରା ନିର୍ମିତ ଲ୍ୟାଣ୍ଡର ଓ ରୋଭର ୨୦୨୪ ଜାନୁଆରୀ ୨୫ରେ ଚନ୍ଦ୍ରପୃଷ୍ଠରେ ନରମ ଅବତରଣ କରିବା ଲକ୍ଷ୍ୟ ରଖା ଯାଇଛି ।

ନାସା ତଥ୍ୟ ଅନୁସାରେ, ଏଷ୍ଟ୍ରୋବୋଟିକର ୬ ଫୁଟ୍ ଉଚ୍ଚ ରୋଭର ନାସାର ଉପକରଣ ନେଇଯିବ । ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ, ପରିବେଶ ଓ ଜଳବାୟୁ ଅଧ୍ୟୟନ କରିବା । ପ୍ରଥମଥର ପାଇଁ ନାସା ଏଭଳି ମିଶନର ନେତୃତ୍ୱ ନେଉଛି । ପ୍ରଥମଥର ପାଇଁ କୌଣସି ଘରୋଇ କମ୍ପାନୀର ରୋଭର ଚନ୍ଦ୍ରପୃଷ୍ଠରେ ଅବତରଣ କରିବାକୁ ଯାଉଛି ।

ନାସାର ଏହି ମିଶନକୁ ଗୁରୁତ୍ୱପୂର୍ଣ୍ଣ କୁହାଯାଉଛି । କାରଣ ୧୯୬୯ ପରଠାରୁ ନାସା, ଚନ୍ଦ୍ରପୃଷ୍ଠକୁ କୌଣସି ମିଶନ ପଠାଇ ନାହିଁ । ଚନ୍ଦ୍ରପୃଷ୍ଠରେ ପ୍ରଥମ ପାଦ ନାସାର ବୈଜ୍ଞାନିକ ନୀଲ୍ ଆର୍ମଷ୍ଟ୍ରଙ୍ଗ ରଖିଥିଲେ । ଆଜି ବି ଚନ୍ଦ୍ରପୃଷ୍ଠରେ ତାଙ୍କର ପାଦ ଚିହ୍ନ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.