ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଜଙ୍ଗଲରେ ନାସା ବୈଜ୍ଞାନିକଙ୍କ ଅନୁଧ୍ୟାନ, ଗ୍ଲୋବାଲ ୱାର୍ମିଙ୍ଗ ରୋକିବା ଦିଗରେ ବନ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା

ଫୁଲବାଣୀ,୦୭/୧୨: ଜଳବାୟୁ ପରିବର୍ତ୍ତନ ଏବେ ସମଗ୍ର ବିଶ୍ୱ ପାଇଁ ଏକ ପ୍ରମୁଖ ସମସ୍ୟା ପାଲଟିଛି । ଏହି ପରିପ୍ରେକ୍ଷୀରେ ଜଙ୍ଗଲ ସୁରକ୍ଷା ପରିବେଶବିତଙ୍କ ପାଇଁ ଏକ ଆହ୍ୱାନ ହୋଇଛି । ଗ୍ଲୋବାଲ ୱାର୍ମିଙ୍ଗ ରୋକିବା ଦିଗରେ ବନ୍ୟ ସମ୍ପଦ କେତେଦୂର ସହାୟକ ହେଉଛି  ସେ ନେଇ ଅନୁଧ୍ୟାନ କରୁଛନ୍ତି ପରିବେଶ ବୈଜ୍ଞାନିକ । ଏ ପରିପ୍ରେକ୍ଷୀରେ ନାସାର ବୈଜ୍ଞାନିକ ମାନେ କନ୍ଧମାଳ ଜିଲ୍ଲାର  ବିଭିନ୍ନ ଜଙ୍ଗଲ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । 

ବନ ବିଭାଗ ଅଧିକାରୀଙ୍କ ସହିତ ନାସାର ବୈଜ୍ଞାନିକ  ଅନୁଜ ପରିହାର, ନାଗରାଜ ବେଲ୍ଲାପୁ ଓ ଶୁଭଙ୍କର ଘୋଷ ଫିରିଙ୍ଗିଆ ବନାଞ୍ଚଳର ଡାମପିଡିଆ, ସାରତାପାଜୁ, ରୁଗୁଡିସାହି, କାରେକାମ୍ବା, ଗଣ୍ଡାପଡ଼ା ଜଙ୍ଗଲ ବୁଲି ଦେଖିଛନ୍ତି । ବିଭିନ୍ନ ପ୍ରକ୍ରିୟାରେ ସୃଷ୍ଟି ହେଉଥିବା ଅଙ୍ଗାରକାମ୍ଳର ପ୍ରଭାବ ରୋକିବାରେ ବୃକ୍ଷ ଲତା କେତେଦୂର ସହାୟକ ହେଉଛି  ସେ ନେଇ ଅନୁଧ୍ୟାନ କରିଥିଲେ ପରିବେଶ ବୈଜ୍ଞାନିକ। ଏ ଦିଗରେ ବନ ବିଭାଗ ପକ୍ଷରୁ ନିଆ ଯାଉଥିବା ବିଭିନ୍ନ ଯୋଜନା ଏ ଦିଗରେ କେତେ ଫଳପ୍ରଦ ହେଉଛି ସେ  ବିଷୟରେ ମଧ୍ୟ ଅନୁଧ୍ୟାନ କରିଛନ୍ତି ପର୍ଯ୍ୟବେକ୍ଷକ ଟିମ । ବନ ସମ୍ପଦର ସୁରକ୍ଷା ପାଇଁ ଆଗକୁ ଅଧିକ କେଉଁ ପଦକ୍ଷେପ ନିଆଯାଇ ପାରିବ ସେନେଇ ବନ ବିଭାଗର ଅଧିକାରୀଙ୍କ  ସହିତ ଆଲୋଚନା କରିଛନ୍ତି । ଏହି ପରିଦର୍ଶନ ସମୟରେ  ବନ ବିଭାଗ ଅଧିକାରୀ ଅତୁଲ ଜିନ୍ଦଲ, ସ୍ୱୟଂ ମଲ୍ଲିକ,  ୟାଗେଶ କୁମାର, ଫିରିଙ୍ଗିଆ ରେଞ୍ଜର ରବୀନ୍ଦ୍ରନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.