ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ମହାରାଷ୍ଟ୍ରର ମନ୍ତ୍ରୀ ଛଗନ ଭୁଜବଳଙ୍କୁ ଜୀବନରୁ ମାରିଦେବାକୁ ଧମକ, ବଢ଼ିଲା ସୁରକ୍ଷା

Published By : Sushanta Sahu | February 10, 2024 11:55 AM

ମୁମ୍ବାଇ, ୧୦/୦୨: ମହାରାଷ୍ଟ୍ରର ସିନ୍ଦେ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଥିବା ଏନସିପି ନେତା ଛଗନ ଭୁଜବଳଙ୍କୁ ଜୀବନରୁ ମାରିଦେବାକୁ ଧମକ ମିଳିଛି । ଭୁଜବଳଙ୍କ ଘରକୁ ଅଜଣା ବ୍ୟକ୍ତିଙ୍କ ପତ୍ର ଆସିଛି । ଯେଉଁଥିରେ ଭୁଜବଳଙ୍କୁ ଜୀବନରେ ମାରିଦେବାକୁ ସୁପାରି ଦିଆ ଯାଇଥିବା କୁହାଯାଇଛି । ଧମକ ପରେ ଆଲର୍ଟରେ ରହିଛି ପୋଲିସ । ମିଳଥିବା ପତ୍ରକୁ ନେଇ ଛାନଭିନ୍ ଆରମ୍ଭ ହୋଇଥିବା ବେଳେ ଭୁଜବଳଙ୍କ ସୁରକ୍ଷା ବଢ଼ାଇ ଦିଆ ଯାଇଛି ।

ଏହା ପୂର୍ବରୁ ବି ଛଗନ ଭୁଜବଳଙ୍କୁ ମଧ୍ୟ ଧମକ ମିଳିଥିଲା । ମରାଠା ସଂରକ୍ଷଣକୁ ନେଇ ଛଗନ ଭୁଜବଳ ଓବିସି ସଂରକ୍ଷଣକୁ ନେଇ ବିବାଦୀୟ ଭାବେ ନିଜ ପକ୍ଷ ରଖିଥିଲେ । ଯାହା ପରେ ଭୁଜବଳଙ୍କୁ ଲାଗାତାର ଧମକ ମିଳୁଥିଲା ।

ଅନ୍ୟପଟେ ଜଲଗାଓଁରେ ବିଜେପି ନେତାଙ୍କ ଉପରେ ଗୁଳିମାଡ଼, ମୁମ୍ବାଇର ଦହିସରରେ ୟୁବିଟି ନେତାଙ୍କୁ ଗୁଳି କରି ହତ୍ୟା, ଥାନେରେ ଶିବସେନା ନେତା ମହେଶ ଗାଏକୱାଡ଼ଙ୍କୁ ବିଜେପି ବିଧାୟକ ଗଣପତ ଗୁଳି କରିବା ପରେ ପୋଲିସ ଏବେ ସତର୍କ ରହିଛି ।

ଏବେ ଛଗନ ଭୁଜବଳଙ୍କୁ ହତ୍ୟା ନେଇ ଆସିଥିବା ଚିଠିରେ ଲେଖା ଯାଇଛି, ଆପଣଙ୍କୁ ହତ୍ୟା ପାଇଁ ୫ ଜଣ ସୁପାରି ନେଇଛନ୍ତି । ସେମାନେ ଗଙ୍ଗାପୁର ଡିଣ୍ଡୋରୀର ଏକ ହୋଟେଲରେ ରହୁଛନ୍ତି । ମାରିବା ପାଇଁ ନେଇଛନ୍ତି ୫୦ ଲକ୍ଷ ଟଙ୍କା ସୁପାରୀ । ୫ ଜଣ ରାତିରେ ଆପଣଙ୍କ ପିଛା କରୁଛନ୍ତି । ଆପଣ ସାବଧାନ ରୁହନ୍ତୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.