ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥି: ଆସିଲେ ୩ ପ୍ରଜାତିର ୫ ଜୀବଜନ୍ତୁ, ଜୀବଜନ୍ତୁ ସଂଖ୍ୟା ୧୬୩କୁ ବୃଦ୍ଧି

ବାରଙ୍ଗ,୦୯/୦୯: ନନ୍ଦନାକନନ ପ୍ରାଣୀ  ଉଦ୍ୟାନ ପାଇଁ ଖୁସି ଖବର । ଶୁକ୍ରବାର ରାତିରେ ଅଦଳବଦଳ ପ୍ରକ୍ରିୟାରେ ଆଇଜଲ ଜୁଲୋଜିକାଲ ଚିଡ଼ିଆଖାନରୁ ୩ ପ୍ରଜାତିର ୫  ଜୀବଜନ୍ତୁ ଆସି ପହଞ୍ଚିଛନ୍ତି । ଏହି ୫ ଜୀବଜନ୍ତୁ ଆସିବା ପରେ ପ୍ରାଣୀ ଉଦ୍ୟାନରେ ମୋଟ୍‌ ଜୀବଜନ୍ତୁ ସଂଖ୍ୟା ୧୬୩କୁ ବୃଦ୍ଧି ପାଇଛି । ନୂତନ ଜୀବଜନ୍ତୁଙ୍କୁ କେନ୍ଦ୍ରୀୟ ଚିଡ଼ିଆଖାନା ନିୟମ  ଅନୁଯାୟୀ, ପ୍ରାୟ ଏକ ମାସ କ୍ୱାରେଣ୍ଟାଇନ ସେଣ୍ଟରରେ ରଖାଯିବ । ପରେ ସେମାନଙ୍କୁ  ପର୍ଯ୍ୟଟକ ଦେଖିବା ପାଇଁ ଖୁଆଡରେ ଛଡାଯିବ ।  

ଏହି ଅଦଳ ବଦଳ ପ୍ରକ୍ରିୟାରେ ଆଇଜଲ  ଚିଡ଼ିଆଖାନାରୁ ଗୋଟିଏ ହଳ ହୁଲୁକ ଗିବନ (୪  ବର୍ଷୀୟ ଅଣ୍ଡିରା କୁକୁଟିଆ ଓ ୧୩ ବର୍ଷିୟା ମାଈ ସଲବିନି), ଗୋଟିଏ ହଳ (ଅଣ୍ଡିରା, ମାଈ)  ୭ ବର୍ଷୀୟ ଘୁଷୁରୀ ଲାଞ୍ଜି ମାଙ୍କଡ଼, ୧୧ ବର୍ଷୀୟ  କଳା ହିମାଳୟ ଭାଲୁ (ମାଈ) ଦାୟୁ ଶୁକ୍ରବାର ରାତିରେ ଆସି ପହଞ୍ଚିଛନ୍ତି । ପ୍ରତିବଦଳରେ  ଆଇଜଲ ଚିଡିଆଖାନାକୁ ଗତ ମାର୍ଚ୍ଚ ମାସ ୨୭  ତାରିଖରେ ଦୁଇହଳ ବାଘ (ଅଣ୍ଡିରା,ମାଈ) ଦିଆଯାଇଥିଲା । ନନ୍ଦନକାନନ ବଟାନିକାଲ ଗାର୍ଡେନର ଏସିଏଫ୍‌ ଡ.ସୁଦୀପ୍ତ କୁମାର ପଣ୍ଡା,  ପ୍ରାଣୀ ଚିକିତ୍ସକ ଡ. ବିକ୍ରମ ଟି, ଫରେଷ୍ଟଗାର୍ଡ ପ୍ରତାପ ଖୁଣ୍ଟିଆ, ଜନ୍ତୁ ରକ୍ଷକ ପ୍ରତାପ ରାଉତ,  ଅସ୍ଥାୟୀ କର୍ମଚାରୀ ପ୍ରକାଶ ମଣ୍ଡଳ ଓ ଗଙ୍ଗାଧର  ହାଂସଦା ଏହି ଅଦଳବଦଳ ପ୍ରକିୟାରେ ଜନ୍ତୁ ଆଣିବାକୁ ଯାଇଥିଲେ । ସୂଚନାଯୋଗ୍ୟ,  ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଘୁଷୁରୀ  ଲାଞ୍ଜି ମାଙ୍କଡ଼ ଏକ ନୂଆ ପ୍ରଜାତି ଯୋଡ଼ି  ହୋଇଛି । ଏବେ ପର୍ଯ୍ୟଟନ ୠତୁରେ ପର୍ଯ୍ୟଟକ  ପ୍ରାଣୀ ଉଦ୍ୟାନରେ ହୁଲୁକ ଗିବନ ସହିତ  ଘୁଷୁରୀ ଲାଞ୍ଜି ମାଙ୍କଡ଼କୁ ଦେଖିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.