ପ୍ରମୁଖ ଖବର
  • ବରଗଡ଼ : ଗୋଡଭଗା ରେଳ ଷ୍ଟେସନ ନିକଟରେ ପୁରୁଣା କୋଠାଘର ଭାଙ୍ଗି ଜଣେ ମୃତ, ୩ ଗୁରୁତର
  • ||
  • ବିଜେପିର ମିଶ୍ରଣ ପର୍ବ: ପଦ୍ମ ଧରିଲେ ମୁକୁଦ ସୋଡ଼ି
  • ||
  • ବିଷାକ୍ତ ଖାଦ୍ୟ ଖାଇ ୨୦ରୁ ଅଧିକ ଅସୁସ୍ଥ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି, ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ
  • ||
  • ବାପାକୁ ପିଟି ପିଟି ହତ୍ୟା! ଅଭିଯୁକ୍ତ ପୁଅ ଫେରାର୍‌
  • ||
  • DRDO କ୍ୟାମ୍ପରେ ଅଘଟଣ, ନିଜକୁ ଗୁଳି କରି ଯବାନଙ୍କ ଆତ୍ମହତ୍ୟା
  • ||
  • ରାଜଧାନୀରୁ ରହସ୍ୟଜନକ ଭାବେ ଡାକ୍ତର, ଇଞ୍ଜିନିୟର ନିଖୋଜ; ରେଳଷ୍ଟେସନ ସିସିଟିଭି ଅଣ୍ଡାଳୁଛି ପୁଲିସ
  • ||
  • ନୂଆଦିଲ୍ଲୀରେ ମୋଦି ସରକାରଙ୍କ ଶେଷ ମନ୍ତ୍ରୀ ପରିଷଦ ବୈଠକ, ରବିବାର ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଆଲୋଚନା
  • ||
  • ମାର୍ଚ୍ଚ ୬ରୁ ହାତୀ ଛୁଆଙ୍କ ପାଠପଢ଼ା ଆରମ୍ଭ, ୪ ଓଡ଼ିଆଙ୍କ ସମେତ ଆସାମରୁ ଆସିଛନ୍ତି ୨ ଦକ୍ଷ ଟ୍ରେନର୍
  • ||
  • WPL 2024: ବିଜୟକୁ ଫେରିଲା ମୁମ୍ବାଇ ଇଣ୍ଡିଆନ୍‌, ଆରସିବିକୁ ୭ ୱିକେଟ୍‌ରେ ହରାଇଲା
  • ||
  • ରବିବାର ୭ ଜିଲ୍ଲାରେ ବର୍ଷା, ଘଡ଼ଘଡ ସମ୍ଭାବନା: ଦିନରେ ତାତି ଆହୁରି ବଢ଼ିପାରେ
  • ||

ନନ୍ଦନକାନନ ଶିଶୁ ରେଳଗାଡ଼ି ଅଚଳ, ୨ ବର୍ଷରେ ନଷ୍ଟ ହୋଇଗଲା ବ୍ୟାଟେରୀ !

ବାରଙ୍ଗ, ୨୮।୧: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଥିବା ଶିଶୁ ରେଳଟି ପୁଣି ଅଚଳ ହୋଇଯାଇଛି । ଗତ ଦୁଇ ଦିନ ହେବ ରେଳଗାଡ଼ିଟି ବନ୍ଦ ହୋଇଥିବା ବେଳେ ପରିଦର୍ଶନରେ ଆସିଥିବା ଶିଶୁମାନେ ଏହାକୁ ବ୍ୟବହାର କରିବାରୁ ବଞ୍ଚିତ ହୋଇଛନ୍ତି । ଖବର ପାଇ ଶନିବାର ଦିନ ଇଞ୍ଜିନିୟରମାନେ ପ୍ରାଣୀ ଉଦ୍ୟାନକୁ ଆସି ଶିଶୁ ରେଳ ଅଚଳ ହେବାର କାରଣ ଖୋଜିଥିଲେ । ଏଥିସହ ଗାଡିର ଯନ୍ତ୍ରାଂଶ ଯାଞ୍ଚ କରିଥିଲେ । ଯାଞ୍ଚ ପରେ ଟ୍ରେନରେ ସଂଯୋଗ ରହିଥିବା ବ୍ୟାଟେରୀଟି ଖରାପ ହୋଇଥିବା ଜଣାପଡ଼ିଥିଲା । ମରାମତି ପାଇଁ ଆସିଥିବା ଇଞ୍ଜିନିୟରମାନେ କେତେକ ବ୍ୟାଟେରୀକୁ ମରାମତି କରି ଚାର୍ଜରେ ବସାଇଥିବା ଜଣାପଡ଼ିଛି । ଆସନ୍ତାକାଲି(ରବିବାର) ଏହି ଶିଶୁ ରେଳଟି ଚାଲିବ କି ନାହିଁ ତାହା ଜଣାପଡ଼ିବ । ଯଦି ଏହା ସମ୍ଭବ ନହୁଏ ତେବେ ରେଳ ଗାଡିରେ ରହିଥିବା ସମସ୍ତ ୫୫ଟି ବ୍ୟାଟେରୀ ବଦଳାଇବାକୁ ପଡ଼ିବ । ଯାହାର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କାରୁ ଅଧିକ ହେବ । ଏହି ଟଙ୍କା ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଭରଣା କରିବାକୁ ପଡ଼ିବ ବୋଲି ଜଣାପଡ଼ିଛି ।  

ସୂଚନା ଅନୁସାରେ, ଗତ ୨୦୨୧ ଅକ୍ଟୋବର ୮ ତାରିଖରେ ପ୍ରାଣୀ ଉଦ୍ୟାନରେ ପ୍ରାୟ ୫ କୋଟି ଟଙ୍କା ବ୍ୟୟରେ ଏହି ଶିଶୁ ରେଳର ବ୍ୟବସ୍ଥା ହୋଇଥିଲା । ଏହି ଗାଡିରେ ଏକାଥରକେ ୭୨ଜଣ ଶିଶୁ ପର୍ଯ୍ୟଟକଙ୍କୁ ବୁଲାଇବା ଭଳି କ୍ଷମତା ରହିଛି । ତେବେ ଲୋକାର୍ପିତ ହେବା ପରଠାରୁ ଟ୍ରେନରେ ବିଭିନ୍ନ ତ୍ରୁଟି ଦେଖିବାକୁ ମିଳିଛି । ଏପରିକି ସର୍ଟସର୍କିଟ ଯୋଗୁ ରେଳରେ ନିଆଁ ଲାଗିବା ଠାରୁ ନେଇ ମଟର ପୋଡ଼ିବା ପର୍ଯ୍ୟନ୍ତ ଘଟଣା ଘଟିଥି । ଯଦ୍ୱାରା ଏହି ଶିଶୁ ରେଳଗାଡ଼ିଟି ନିମ୍ନମାନର ହୋଇଥିବା ପର୍ଯ୍ୟଟକମାନେ ଅଭିଯୋଗ କରିଛନ୍ତି । ପ୍ରତିଦିନ ଭଳି ଗତ ୨୫ ତାରିଖରେ କେତେକ ପର୍ଯ୍ୟଟକଙ୍କୁ ନେଇ ଶିଶୁ ରେଳଗାଡ଼ି ତାର ଗତି ପଥରେ ଆଗେଇ ଥିଲା । ଦୁଇ ରାଉଣ୍ଡ ବୁଲିବା ପରେ ଗାଡିରେ କୌଣସି ତ୍ରୁଟି ଦେଖାଦେଇଥିଲା । ଏହାଦେଖି ଦାୟିତ୍ୱରେ ଥିବା କର୍ମଚାରୀମାନେ ଗାଡିର ବ୍ୟାଟେରୀ ଚାର୍ଜ କରିଥିଲେ । ଏହାପରେ ଗୋଟିଏ ରାଉଣ୍ଡ ଚାଲିବା ପରେ ପୁଣି ବନ୍ଦ ହୋଇଯାଇଥିଲା । 

ଏବେ ପର୍ଯ୍ୟଟନ ୠତୁ ଚାଲିଥିବାରୁ ପ୍ରତ୍ୟେହ ହଜାର ହଜାର ଶିଶୁ ପର୍ଯ୍ୟଟକ ରେଳଗାଡ଼ିରେ ବୁଲି ନପାରି ନିରାଶ ହୋଇ ଫେରୁଛନ୍ତି । ଗାଡ଼ିଟି ଚାଲିବାର ପ୍ରାୟ ୨୭ ମାସରେ ଅନେକବାର ଯାନ୍ତ୍ରିକ ତ୍ରୁଟି ଯୋଗୁଁ ନନ୍ଦନକାନନ ବହୁ କ୍ଷତି ସହିଛି । ଏବେ ପୁଣି ୧୦ ଲକ୍ଷ କ୍ଷତି ସହିବାକୁ ଯାଉଛି । ତେଣୁ ଏହାର କ୍ରୟ ଓ ମାନକୁ ନେଇ ଉଚ୍ଚସ୍ଥରୀୟ ତଦନ୍ତ ପାଇଁ ସାଧାରଣରେ ଦାବି ହେଉଛି । ଶିଶୁ ରେଳଗାଡ଼ି ବନ୍ଦ ହେବାର କାରଣ ସମ୍ପର୍କରେ କତୃପକ୍ଷଙ୍କୁ ପଚାରିଥିଲେ ମଧ୍ୟ ଖବର ଲୋଖା ହେବାବେଳକୁ ସେ କିଛି ଉତ୍ତର ଦେଇନଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.