ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ତ୍ରିଶା କ୍ରିଷ୍ଣନଙ୍କ ଉପରେ ଅପମାନଜନକ ମନ୍ତବ୍ୟ ଦେଇ ଅଡ଼ୁଆରେ ମନସୁର ଅଲ୍ଲୀ ଖାନ

Image Courtesy: tv9telugu

ନୂଆଦିଲ୍ଲୀ: ଚଳଚ୍ଚିତ୍ର ‘ଲିଓ’ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ସଂପର୍କରେ ଅପମାନଜନକ ମନ୍ତବ୍ୟ ଦେବା ଅଭିଯୋଗରେ ଅଭିନେତା ମନସୁର ଅଲ୍ଲୀ ଖାନଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି । ମନସୁରଙ୍କ ମନ୍ତବ୍ୟକୁ ଅନେକ ସେଲିବ୍ରିଟି ନିନ୍ଦା କରିବା ସହ ସମାଲୋଚନା କରିଛନ୍ତି । ବର୍ତ୍ତମାନ ଏହି ମାମଲାରେ ହସ୍ତକ୍ଷେପ କରି ଜାତୀୟ ମହିଳା କମିଶନ (ଏନସିଡବ୍ଲୁ) ଚେନ୍ନାଇ ପୋଲିସକୁ ମନସୁର ଅଲ୍ଲୀ ଖାନଙ୍କ ବିରୋଧରେ ଇଲେକ୍ଟ୍ରୋନିକ ଯନ୍ତ୍ରାଂଶ ମାଧ୍ୟମରେ ଅପମାନଜନକ ମନ୍ତବ୍ୟ ଦେବା ଏବଂ ଅନ୍ୟ ଆଇନଗତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 




 ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ପ୍ରତି ଅଭିନେତା ମନସୁର ଅଲ୍ଲୀ ଖାନଙ୍କ ଅପମାନଜନକ ମନ୍ତବ୍ୟକୁ ନେଇ ଜାତୀୟ ମହିଳା ଆୟୋଗ ଆଇପିସି ଧାରା ୫୦୯ B ଏବଂ ଅନ୍ୟାନ୍ୟ ଆନୁସଙ୍ଗିକ ଆଇନ ଅନୁଯାୟୀ ମାମଲା ରୁଜୁ କରିବାକୁ ତାମିଲନାଡୁ ଡିଜିପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ NCWର ଟ୍ବିଟରେ ହାତ ଯୋଡିବା ଇମୋଜି ସହ ଏହାକୁ ସେୟାର କରିଛନ୍ତି ତ୍ରିଶା ।  ସୂଚନା ଅନୁସାରେ, ଚେନ୍ନାଇରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ମନସୁର ଅଲ୍ଲୀ ଫିଲ୍ମରେ ତ୍ରିଶା କ୍ରିଷ୍ଣନଙ୍କ ସହ ଦୁଷ୍କର୍ମ ସିନକୁ ନେଇ ଏକ ମନ୍ତବ୍ୟ ଦେଇଥିଲେ । ସେ କହିଥିଲେ ଯେ, ‘ଅଭିନେତ୍ରୀ ତ୍ରିଶାଙ୍କ ସହ ବେଡରୁମ ସିନ କରିବାକୁ ମୁଁ ଆଗ୍ରହୀ ଥିଲି । ହେଲେ ନିର୍ଦ୍ଦେଶକ ମୋତେ ଏହି ଭୂମିକା ନଦେଇ ଖଳନାୟକର ଭୂମିକା ଦେଲେ ।’ 

ଏହା ପରେ ଅଭିନେତାଙ୍କୁ ସମସ୍ତ ମହଲରୁ ସମାଲୋଚନାର ଶିକାର ହେବାକୁ ପଡ଼ିଛି ।  ଏନେଇ ତ୍ରିଶା ପ୍ରତିକ୍ରିୟା ପ୍ରକାଶ କରି ଘଟଣାକୁ ନିନ୍ଦା ଏବଂ ଲଜ୍ଜାଜନକ କହିବା ସହ ତାଙ୍କ ସହ ଆଉ ସ୍କ୍ରିନ୍ ସେୟାର କରିବେ ନାହିଁ ବୋଲି କହିଥିଲେ । ଏହି ଘଟଣା ପରେ ବର୍ତ୍ତମାନ ଏନସିଡବ୍ଲୁଙ୍କ ସମେତ ଲିଓ ନିର୍ଦ୍ଦେଶକ ଲୋକେଶ କନଗରାଜ ଏବଂ ଗାୟକ ଚିନ୍ମୟ ଶ୍ରୀପଡା, ଅଭିନେତା ତଥା ରାଜନେତା ଖୁସବୁ ସୁନ୍ଦର ଏବଂ ସାଉଥ ଭାରତୀୟ କଳାକାର ସଂଘ (SIAA)  ତ୍ରିଶାଙ୍କୁ ସମର୍ଥନ କରିଛନ୍ତି । 



ଏହା ସହ ଜନସାଧାରଣଙ୍କ ନିକଟରେ ମନସୁର ଅଲ୍ଲୀ କ୍ଷମା ପ୍ରାର୍ଥନା କରିବାକୁ ଦାବି କରିଥିଲେ । ସେପଟେ କ୍ଷମା ମାଗିବା ପରିବର୍ତ୍ତେ ମନସୁର ଘଟଣା ନେଇ ସ୍ପଷ୍ଟୀକରଣ ଦେଇ କହିଥିଲେ ଯେ, ମୁଁ ତ୍ରିଶାଙ୍କ ପ୍ରଶଂସା କରିବା ସହ ଥଟ୍ଟାରେ ଏଭଳି ମନ୍ତବ୍ୟ ଦେଇଥିଲି । ଅଯଥାରେ ଏହି ପ୍ରସଙ୍ଗକୁ ନେଇ ବିବାଦ ସୃଷ୍ଟି କରାଯାଉଛି ବୋଲି ମନସୁର ପାଲଟା ଅଭିଯୋଗ କରିଛନ୍ତି ।

  • Bollywood
  • Copyright © 2022 - Summa Real Media Private Limited. All Rights Reserved.