ପ୍ରମୁଖ ଖବର
  • ଚଣ୍ଡିଗଡ଼ ମେୟର ନିର୍ବାଚନ: ଆପ୍‌ ପ୍ରାର୍ଥୀ ବିଜୟୀ , ଫଳାଫଳ ଘୋଷଣା କଲେ ସୁପ୍ରିମକୋର୍ଟ
  • ||
  • ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଇଣ୍ଡିଆନ୍ ସ୍କ୍ବାର୍ଡକୁ ଫେରିବେ କେ.ଏଲ୍‌ ରାହୁଲ
  • ||
  • କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ ଘଟଣା, ନଗର କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ମଙ୍ଗଳବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକାର୍ପଣ ହେବ ସ୍କିଲ୍‌ ଇଣ୍ଡିଆ ସେଣ୍ଟର
  • ||
  • ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଝୁଲିପଡିଲେ ଛାତ୍ର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୪-୨୫ ପର୍ବପର୍ବାଣୀ ତାଲିକା ପ୍ରକାଶ: ଜୁନ୍‌ ୨୨ରେ ସ୍ନାନ ଯାତ୍ରା, ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା
  • ||
  • ରାଜ୍ୟର ୯୬ ଲକ୍ଷ ପରିବାରକୁ ମିଳିବ ହଜାରେ ଲେଖାଏଁ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ବୁର୍ଜା ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ଜୀବନ, ୨ ଆହତ
  • ||
  • ମଙ୍ଗଳବାର ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ସେଚ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ମାଘରେ ବଢ଼ୁଛି ତାତି: ଟିଟଲାଗଡ଼ ପାଲଟିଲାଣି ତତଲା ସହର, ୩୬ ଡିଗ୍ରୀ ପାର୍ ତାପମାତ୍ରା, ୨୪ରୁ ଘଡଘଡି ସହ ବର୍ଷା ସମ୍ଭାବନା
  • ||
  • ମଙ୍ଗଳବାରଠୁ ମାଟ୍ରିକ ପରୀକ୍ଷା: ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ ଦେବେ ପରୀକ୍ଷା, କପି ଜଗିବ AI କ୍ୟାମେରା
  • ||

କେବେ ସୁଧୁରିବ ପର୍ଯ୍ୟଟନସ୍ଥଳୀ ଅନ୍ଧବର ପୀଠ

ପାଟକୁରା, ୧ ।୨  : ଓଡିଶା ପର୍ଯ୍ୟଟନ ବିଭାଗ ଦ୍ୱାରା ଗରଦପୁର ବ୍ଲକ୍ ୬ ଗୋଟି ପୀଠସ୍ଥଳୀକୁ ପର୍ଯ୍ୟଟନ କ୍ଷେତ୍ରର ମାନ୍ୟତା ପ୍ରଦାନ କରାଯାଇଥିବାବେଳେ ଅନ୍ଧବର ପୀଠ ସେଥିମଧ୍ୟରୁ ଅନ୍ୟତମ ।  ଏହି ପୀଠସ୍ଥଳୀଟି ତଳକୁସୁମା ଗ୍ରାମ ପଞ୍ଚାୟତ ସ୍ଥିତ ବଙ୍ଗାରୀ ଗ୍ରାମର ଏକ ଗହୀର ମଝିରେ ରହିଛି। ଏହି ପୀଠର ପାରିପାଶି୍ୱର୍କ ଦୂରାବସ୍ଥା ପ୍ରତି ସରକାର ଦୃଷ୍ଟି ଦେଉନଥିବାରୁ ପର୍ଯ୍ୟଟକ ମାନେ ଅସନ୍ତୋଷ ପ୍ରକାଶ କରିିଥାନ୍ତି । ତିନି ବର୍ଷ ହେଲାଣି ଉକ୍ତ ପର୍ଯ୍ୟଟନସ୍ଥଳୀ ପୀଠକୁ ପକ୍କା ରାସ୍ତା ତିଆରି କଲିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାହା ସମ୍ପୂର୍ଣ୍ଣ ହୋଇପାରୁନାହିଁ । ବାର୍ଷିକ ପର୍ବପର୍ବାଣୀ ପଡିଲେ ସ୍ଥାନୀୟ ଅଧିବାସୀ  ଶ୍ରମଦାନ କରି ଯେନତେନ ପ୍ରକାରେ ପର୍ଯ୍ୟଟନ ସ୍ଥଳୀକୁ ସଫାସଫି କରିଥାନ୍ତି । ଏ ବିଷୟରେ ସ୍ଥାନୀୟ ବିଧାୟିକାଙ୍କୁ ଲୋକମାନେ ବାରମ୍ବାର ଭେଟି ପର୍ଯ୍ୟଟନସ୍ଥଳୀର ଉନ୍ନତୀ ବିଷୟରେ  କହି ଆସୁଛନ୍ତି। କେବଳ  ରାଜ୍ୟ ପର୍ଯ୍ୟଟନ ବିଭାଗ ତାଲିକାରେ ସ୍ଥାନଟିର ନାମ ପଞ୍ଜିକୃତ କରି ରାସ୍ତା କଡରେ ବୋର୍ଡ ଲଗାଇ ପ୍ରଶାସନ ତାର କାମ ଶେଷ କରିଦେଇଛି । 

ଏହି ଅନ୍ଧମୁନୀ ଆଶ୍ରମ ୧୬ ଶହ ଶତାବ୍ଦୀରୁ ପ୍ରତିଷ୍ଠିତ ହୋଇଥିବା ଜଣାଯାଏ । ପ୍ରତିବର୍ଷ ଅଗ୍ନୀ ଉତ୍ସବ ପୂର୍ଣ୍ଣିମା ସମୟରେ ଏଠାରେ ପର୍ବ ଆରମ୍ଭ ହୁଏ ।  ହଜାର ହଜାର ସଂଖ୍ୟକ ଲୋକ ଏହି ପୀଠକୁ ଆସି ହୋମଯଜ୍ଞ ପୂଜାର୍ଚ୍ଚନାରେ ଭାଗ ନେବା ସହିତ ଏଠାରେ ଥିବା ଅନ୍ଧମୁନୀ ପୀଠ, ଲକ୍ଷ୍ମୀବିଷ୍ଣୁ ଅନନ୍ତ ଶୟନ, ରାଧାକୃଷ୍ଣ ମନ୍ଦିର, ହନୁମାନ ମନ୍ଦିର, ମହାଦେବ ମନ୍ଦିର, ଶନିମନ୍ଦିର ଇତ୍ୟାଦି ଦର୍ଶନ କରିଥାନ୍ତି । ୭ ଦିନ ଧରି ଏହି ଉତ୍ସବ ଚାଲୁଥିବାରୁ ଲୋକମାନେ ନିଜ ନିଜର ନିତ୍ୟ ନୈମତିକ ଜିନିଷ କିଣିବାକୁ ଭିଡ ଲଗାଇଥାନ୍ତି । ଆହୁରିମଧ୍ୟ ବିଭିନ୍ନ ସମୟରେ ଲୋକମାନେ ବଣଭୋଜି, ବନ୍ଧୁମିଳନ, ବିଭିନ୍ନ ସାମାଜିକ ଉତ୍ସବ ଇତ୍ୟାଦି ଏଠାରେ ପାଳନ କରିଥାନ୍ତି । 

କିମ୍ବଦନ୍ତୀରୁ ଜଣାଯାଏ ଯେ ୧୬ ଶହ ଶତାବ୍ଦୀରେ ରାଜା ରାଜୁଡା ସମୟରୁ ଏହି ପୀଠଟି ରହିଛି । ଏହି ପୀଠରେ ଥିବା ଅନ୍ଧମୁନି ପୁରାଣ ବର୍ଣ୍ଣିତ ଶ୍ରବଣ କୁମାରଙ୍କ ପିତା ଚୈମନ୍ୟ ଋଷି ବୋଲି କେହି କେହି କହୁଥିବାର ଶୁଣିବାକୁ ମିଳେ । ଲୋକକଥା ଅନୁଯାୟୀ ଏହି ପୀଠଟି ସେତେବେଳେ ଘଂଚ ଜଙ୍ଗଲରେ ପରିପୂର୍ଣ୍ଣ ଥିଲା । ଏହି ଅଂଚଳଟି ଗରଦପୁର ରାଜାଙ୍କ ଅଧିନରେ ଯାଉଥିବାରୁ ରାଜା ପାରିଧି କରିବାକୁ ଏଠାକୁ ଆସୁଥିଲେ । ଦିନକର କଥା ରାଜାଙ୍କ ସାଥିରେ ରାଜଜେମା ଭାନୁମତୀ ପାରିଧିରେ ଆସିଥିଲେ । ଏହି ସମୟରେ ଜଙ୍ଗଲରେ ଥିବା କଂଟାବୁଦା ମୂଳରେ ମୁନି ଜଣକ ତପସ୍ୟା କରି ହୁଙ୍କା ପାଲଟି ଯାଇଥିଲେ । କିନ୍ତୁ ତାଙ୍କ ଆଖିଦୁଇଟି ହୁଙ୍କା ଭିତରେ ବାହାରକୁ ଝାପସା ଦେଖାଯାଉଥିଲା । ରାଜଜେମା କୌତୁହଳରେ ହୁଙ୍କା ଭିତରେ ଜକଜକ କରୁଥିବା ଜିନିଷରେ କଂଟା ଫୋଡି ଦେଇଥିଲେ । କଂଟା ଫୁଟିଗଲାପରେ ମୁନି ଆହତ ହୋଇ ପାଟିକରି ଉଠିଲେ । ପାଟିଶୁଣି ରାଜଜେମା ଜାଣିଲେ ଯେ, ତପସ୍ୟା କରୁଥିବା ମୁନିଙ୍କ ଦୁଇଟି ଆଖିକୁ ଫୁଟାଇ ଦେଇଛନ୍ତି । ଏହି ଅଘଟଣ ଖବର ରାଜା ଦିଗବିଜୟ ସିଂ ପାଇ ଘଟଣା ସ୍ଥଳକୁ ଆସିଦେଖନ୍ତି ତ ମୁନି ଙ୍କ ଆଖିଫୁଟି ଯାଇଛି । ତତ୍କ୍ଷଣାତ ଜଙ୍ଗଲ ଭିତରେ ଥିବା ଏକ ବରଗଛ ମୂଳକୁ ନେଇ ରାଜଉଆସରୁ ରାଜବୈଦ୍ୟ ଡାକି ଚେରମୂଳି ଔଷଧ ଦେଇ ଭଲ କରିଥିଲେ । କିନ୍ତୁ ମୁନି ଆଉ ଆଖି ଫେରିପାଇଲେ ନାହିଁ, ସେ ସବୁଦିନ ପାଇଁ ଅନ୍ଧ ହୋଇ ରହିଲେ । ଶେଷରେ ସେହି ବରଗଛ ମୂଳରେ ତାଙ୍କର ଦେହାନ୍ତ ହେଲା ଏବଂ ସେହି ସ୍ଥାନରେ ରାଜା ଏକ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିଥିଲେ । ସେହିଦିନଠାରୁ ଅନ୍ଧମୁନିଙ୍କ ପ୍ରତିମୂର୍ତ୍ତି ସେଠାରେ ପୂଜା ପାଉଛି । ବରଗଛ ମୂଳରେ ପ୍ରାଣ ତ୍ୟାଗ କରିଥବାରୁ, ସେହିଦିନ ଠାରୁ ଏହି ପୀଠର ନାମ ଅନ୍ଧବର ନାମରେ ନାମିତ ହୋଇଛି । 

କାଳକ୍ରମେ ଏହି ପୀଠରେ ଧର୍ମାନୁଷ୍ଠାନ ଗଢିଉଠି ମାଘ ନବମୀ ଠାରୁ ବିଶ୍ୱଶାନ୍ତି ମହାଯଜ୍ଞ ଆରମ୍ଭ ହୋଇ ଅଗ୍ନି ଉତ୍ସବ ଦିନ ପୂର୍ଣ୍ଣାହୁତି ହୋଇ ଯାତ୍ରା ପରିବେଷଣ ହୋଇଆସୁଛି । ହେଲେ ସରକାର ଉକ୍ତ ପୀଠକୁ ପର୍ଯ୍ୟଟନ ମାନ୍ୟତା ପ୍ରଦାନ କରିଥିଲେ ବି ଅଦ୍ୟାବଧି ରାସ୍ତାଘାଟ, ପାନୀୟଜଳ ସମେତ ଯାତ୍ରୀ ଙ୍କ ପାନ୍ଥନିବାସ, ପରିବେଶ ଓ ସୈାନ୍ଦର୍ଯ୍ୟ ର ଉନ୍ନତି କରଣ ହୋଇପାରିନାହିଁ । ତଥାପି ଅଂଚଳବାସୀଙ୍କ ଉଦ୍ୟମରେ ପ୍ରତିବର୍ଷ ଯଜ୍ଞ ଓ ଯାତ୍ରା କରାଯାଉଛି । କିନ୍ତୁ ୨୦୧୩ ମସିହାରୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ପାଇଥିଲେ ମଧ୍ୟ ଆଜିପର୍ଯ୍ୟନ୍ତ ପର୍ଯ୍ୟଟନସ୍ଥଳୀର ଉନ୍ନତି ଓ ସଂଯୋଗୀକରଣ ରାସ୍ତାର ଉନ୍ନତି ହୋଇନଥିବାରୁ ବୁଦ୍ଧିଜିବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି ।

ଆହୁରି ପଢନ୍ତୁ : ଏଟିଏମ ଲୁଟ ଘଟଣା : ୫ ଅନ୍ତଃରାଜ୍ୟ ଲୁଟେରା ଗିରଫ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.