ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧ଜାନୁୟାରୀରୁ ସିମ୍‌ କାର୍ଡ କିଣିଲେ ଦେବାକୁ ପଡ଼ିବ ନାହିଁ କୌଣସି ଡକ୍ୟୁମେଣ୍ଟ ; ମିନିଟ୍‌ରେ ହିଁ ହୋଇଯିବ କାମ

ନୂଆଦିଲ୍ଲୀ : ୧ ଜାନୁୟାରୀରୁ ସିମ୍‌ କାର୍ଡର ପୁରୁଣା ନିୟମ ବଦଳିବାକୁ ଯାଉଛି। ଯଦି ଆପଣ ଫୋନ୍‌ ବ୍ୟବହାର କରୁଛନ୍ତି ତ ଏହି ନୂଆ ନିୟମ ବିଷୟରେ ଜାଣିବା ଆପଣଙ୍କ ପାଇଁ ନିହାତି ଜରୁରୀ। ଭାରତୀୟ ମୋବାଇଲ ୟୁଜର୍ସ କାଗଜ ଫର୍ମ ନଭରି ନୂଆ ସିମ୍‌ ପାଇ ପାରିବେ। ଦୂରସଞ୍ଚାର ବିଭାଗ (DoT) ର ସଦ୍ୟ ଅଧିସୂଚନା ଅନୁସାରେ , କାଗଜ-ଆଧାରିତ ନୋ-ୟୋର-କଷ୍ଟମର (କେୱାଇସି) ପ୍ରକ୍ରିୟାକୁ ୧ ଜାନୁୟାରୀ, ୨୦୨୪ରୁ ବନ୍ଦ କରି ଦିଆଯିବ।

୧ ଜାନୁୟାରୀରୁ ସିମ୍‌ କାର୍ଡ କିଣିବା ପାଇଁ ଆପଣଙ୍କୁ କେବଳ ଡିଡିଟାଲ କେୱାଇସି କରିବାକୁ ହେବ। ଏହା ପୂର୍ବରୁ ଡକ୍ୟୁମେଣ୍ଟସର ଫିଜିକାଲ ଭେରିଫିକେସନ କରାଯାଉ ଥିଲା। ନୂଆ ପ୍ରଣାଳୀ ଆସିବା ଦ୍ୱାରା ସିମ୍‌ କାର୍ଡ ଇସ୍ୟୁ ପ୍ରୋସେସ୍‌ ଖୁବ୍‌ ଫାଷ୍ଟ ହୋଇଯିବ ଏବଂ ଲୋକଙ୍କ ପାଇଁ ଖୁବ୍‌ ସହଜ ମଧ୍ୟ ହୋଇଯିବ।

ବର୍ତ୍ତମାନର କେୱାଇସି ଢାଞ୍ଚାରେ ସମୟ-ସମୟ ଅନ୍ତରରେ କରାଯାଉ ଥିବା ବିଭିନ୍ନ ପରିବର୍ତ୍ତନକୁ ଧ୍ୟାନରେ ରଖି , ସକ୍ଷମ ପ୍ରାଧିକାରୀଙ୍କ ଦ୍ୱାରା ଏହି ନିର୍ଣ୍ଣୟ ନିଆଯାଇଛି କି ଦିନାଙ୍କ ୦୯.୦୮.୨୦୧୨ର ନିର୍ଦ୍ଦେଶ ଗୁଡ଼ିକରେ କାଗଜ-ଆଧାରିତ କେୱାଇସି ପ୍ରକ୍ରିୟାର ଉପଯୋଗ ପ୍ରଭାବୀ ଭାବେ ବନ୍ଦ କରାଯିବ। ଏହି ପଦକ୍ଷେପରେ ସିମ୍‌ ଠକେଇର ମାମଲାରେ କଣ୍ଟ୍ରୋଲ ହେବାର ଆଶା ରହିଛି। ଏଥିରେ ଦୂରସଞ୍ଚାର କମ୍ପାନୀମାନଙ୍କ ଗ୍ରାହକ ଅଧିଗ୍ରହଣ ପେମେଣ୍ଟରେ ମଧ୍ୟ ରିହାତି ହେବାର ସମ୍ଭାବନା ରହିଛି।

କାଗଜ-ଆଧାରିତ ଗ୍ରାହକ ଭେରିଫିକେସନ ସିଷ୍ଟମର ପ୍ରକ୍ରିୟାରେ ଗ୍ରାହକଙ୍କୁ ଅଧିଗ୍ରହଣ ଫର୍ମ ଭରିବା , ଏକ ଫଟୋ ଲଗେଇବା ଓ ଫର୍ମ ସହ ପରିଚୟ ପ୍ରମାଣ ପତ୍ର ଯୋଡ଼ିବାକୁ ପଡ଼ିଥାଏ । ସିମ୍‌ ରିପ୍ଲେସମେଣ୍ଟ ମାମଲାରେ , କେୱାଇସି ପ୍ରକ୍ରିୟାକୁ ଇନକମିଂ ଓ ଆଉଟ୍‌ଗୋଇଂ ଏସଏମଏସ୍‌ ସୁବିଧା ଗୁଡ଼ିକର ୨୪ଘଣ୍ଟା ଭିତରେ ପୂରା କରିବାକୁ ହେବ। 

ସିମ୍‌ କାର୍ଡ ସହ ଜଡ଼ିତ ଅନ୍ୟ ନିୟମ – ଏହା ପୂର୍ବରୁ , DoT ଘୋଷଣା କରିଥିଲା କି ଟେଲିକମ୍‌ କମ୍ପାନୀଙ୍କ ପାଇଁ ପ୍ରତ୍ୟେକ ସିମ୍‌ ୟୁଜରଙ୍କ ଜିଡିଟାଲ ଭେରିଫିକେସନ କରିବା ବାଧ୍ୟତାମୂଳକ। ଭେରିଫିକେସନ ପାଇଁ ଟେଲିକମ୍‌ ଅପରେଟର ଦାୟା ରହିବେ। ପରିବର୍ତ୍ତନର ପାଳନ ନକଲେ ଡିଲରଙ୍କୁ ୧୦ ଲକ୍ଷ ଟଙ୍କା ଯାଏ ଜୋରିମନା ଭରିବାକୁ ପଡ଼ିପାରେ । ଏହା ବ୍ୟତୀତ DoT ଏକ ପରିଚୟ ଉପରେ ୯ରୁ ଅଧିକ ସିମ୍‌ କାର୍ଡ ରଖୁଥିବା ବ୍ୟକ୍ତିର ମୋବାଇଲ କନେକ୍ସନକୁ ନିଷ୍କ୍ରିୟ କରୁଛି। ଜଣେ ମୋବାଇଲ ୟୁଜରଙ୍କ ପାଖରେ ଅଧିକତମ ୯ଟି କନେକ୍ସନ ରହିପାରେ। ଠକେଇ ମାମଲାରେ ଲଗାମ ଲଗେଇବାକୁ ଏମିତି କରାଯାଉଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.