ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଖୁବ୍‌ଶୀଘ୍ର ଭାରତୀୟ ସେନାକୁ ମିଳିବ ନୂଆ ଶକ୍ତି, ଶତ୍ରୁକୁ ବିନାଶ କରିବ ଦୂରଗାମୀ 'ନିର୍ଭୟ' ମିସାଇଲ

ନୂଆଦିଲ୍ଲୀ,୧୭/୧୧: ଭାରତୀୟ ସେନାକୁ ଖୁବଶୀଘ୍ର ଏକ ନୂଆ ଶକ୍ତି ମିଳିବ । ଯାହାର ନାମ  ହେଉଛି ନିର୍ଭୟ ମିସାଇଲ । ଏହି ମିସାଇଲ ପ୍ରାୟ ୧ ହଜାର କି.ମି. ଦୂରତାକୁ ଲକ୍ଷ୍ୟଭେଦ କରିପାରିବ ।  ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଏହି ଦୂରଗାମୀ ମିସାଇଲ ବିକଶିତ  କରାଯାଇଛି । ଏହା ଏକ ସବ୍‌ସୋନିକ୍‌ ମିସାଇଲ ଅର୍ଥାତ ଘଣ୍ଟା ପ୍ରତି ଏହା ୪୦୦ କି.ମି. ବେଗରେ  ଗତି କରିବ । 

ପ୍ରତିରକ୍ଷା  ସୂତ୍ରରୁ ମିଳିଥିବା  ସୂଚନା ଅନୁସାରେ କେନ୍ଦ୍ର ସରକାର ନିର୍ଭୟ  ମିସାଇଲକୁ ଭାରତୀୟ  ସେନା, ବାୟୁସେନା ଓ ନୌସେନାରେ ସାମିଲ କରିବା ଉପରେ ବିଚାର କରୁଛନ୍ତି । ପ୍ରସ୍ତାବକୁ ଅନୁମୋଦନ  ମିଳିଗଲେ ଏହି ସବ୍‌ସୋନିକ କ୍ରୁଜ ମିସାଇଲକୁ ଶତ୍ରୁ ରାଷ୍ଟ୍ରର ଠିକଣାକୁ ଧ୍ୱଂସ କରିବା ଲାଗି ମୁତୟନ  କରାଯିବ । ଏହା ଆଣବିକ ଅସ୍ତ୍ର ବହନ କରିପାରିବ । ୬ ମିଟର ଲମ୍ବ ଓ ୧୫୦୦ କି.ଗ୍ରା ଓଜନର ଏହି ମିସାଇଲ ଶତ୍ରୁର ରାଡାରରୁ ବର୍ତ୍ତିବା ଲାଗି କମ୍‌ ଉଚ୍ଚତାରେ ଗତିକରିପାରିବ ।

Copyright © 2022 - Summa Real Media Private Limited. All Rights Reserved.