ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କ୍ୟାବିନେଟ୍ ବୈଠକରେ ଅନ୍ତରୀଣ ବଜେଟ୍‌କୁ ମଞ୍ଜୁରୀ, ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ, ୦୧/୦୨ : କ୍ୟାବିନେଟ୍ ବୈଠକରେ ଅନ୍ତରୀଣ ବଜେଟ୍‌କୁ ମିଳିଲା ମଞ୍ଜୁରୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମଞ୍ଜୁରୀ ମିଳିଛି। ୧୧ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଉପସ୍ଥାପନ କରିବେ। ଏହା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ଦେଇଛନ୍ତି। ତେବେ ନୂଆ ସରକାର ଆସିବା ପରେ ପୂର୍ଣ୍ଣାଙ୍ଗ ବଜେଟ୍ ଆସିବ। ଏନେଇ ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଛନ୍ତି। ଆଗକୁ ଲୋକସଭା ନିର୍ବାଚନ ଆସୁଛି। ତେଣୁ ସାଧାରଣ ବର୍ଗଙ୍କୁ ଆକୃଷ୍ଟ କରିବା ପାଇଁ ବଜେଟ୍‌ରେ ଲୋଭନୀୟ ଘୋଷଣା ହୋଇପାରେ ବୋଲି ଆଶା କରାଯାଉଛି। 

ଜାନୁଆରୀରେ ୧.୭୨ ଲକ୍ଷ କୋଟିର ଜିଏସ୍‌ଟି ଆଦାୟ

ଆଗକୁ ସାଧାରଣ ନିର୍ବାଚନ । ଏଣୁ ପୂର୍ଣ୍ଣାଙ୍ଗ ବଜେଟ୍‌ ବଦଳରେ ଲେଖାନୁଦାନ ବଜେଟ୍‌ ଆଗତ ହେବ । ବର୍ଷକର ଆୟବ୍ୟୟ ହିସାବ ଦେଇ ସରକାର ପ୍ରଥମ ୪ ମାସର ଖର୍ଚ୍ଚ ଅନୁମତି ମାଗିବେ । ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ଆଗକୁ ଟଙ୍କା ବର୍ଷା ହେବ ବୋଲି ଇସାରା ଦେଇପାରନ୍ତି ଅର୍ଥମନ୍ତ୍ରୀ । ଅର୍ଥନୀତିର ସବୁ ସମସ୍ୟା, ପ୍ରତିଟି ବର୍ଗ ମତଦାତାଙ୍କ ଆଶା ଓ ଆକାଂକ୍ଷାର ସମାଧାନ ସୂତ୍ର ସରକାର ବାହାର କରି ସାରିଛନ୍ତି, ଯାହା ପୂର୍ଣ୍ଣାଙ୍ଗ ବଜେଟ୍‌ରେ ଘୋଷଣା ହେବ ବୋଲି ସୂଚାଇ ପାରନ୍ତି ।

  • prameyanews
  • PrameyaOdia
  • prameya
  • Union Budget 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.