ପ୍ରମୁଖ ଖବର
  • ଚଣ୍ଡିଗଡ଼ ମେୟର ନିର୍ବାଚନ: ଆପ୍‌ ପ୍ରାର୍ଥୀ ବିଜୟୀ , ଫଳାଫଳ ଘୋଷଣା କଲେ ସୁପ୍ରିମକୋର୍ଟ
  • ||
  • ଭାରତ-ଇଂଲଣ୍ଡ ଚତୁର୍ଥ ଟେଷ୍ଟ: ଇଣ୍ଡିଆନ୍ ସ୍କ୍ବାର୍ଡକୁ ଫେରିବେ କେ.ଏଲ୍‌ ରାହୁଲ
  • ||
  • କଣ୍ଟାବାଞ୍ଜି ବିଧାୟକଙ୍କୁ ହତ୍ୟା ଧମକ ଘଟଣା, ନଗର କଂଗ୍ରେସ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ
  • ||
  • ମଙ୍ଗଳବାର ଦିନିକିଆ ସମ୍ବଲପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଲୋକାର୍ପଣ ହେବ ସ୍କିଲ୍‌ ଇଣ୍ଡିଆ ସେଣ୍ଟର
  • ||
  • ମାଟ୍ରିକ୍ ପରୀକ୍ଷା ପୂର୍ବରୁ ଝୁଲିପଡିଲେ ଛାତ୍ର, ମୃତ୍ୟୁର କାରଣ ଅସ୍ପଷ୍ଟ
  • ||
  • ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୦୨୪-୨୫ ପର୍ବପର୍ବାଣୀ ତାଲିକା ପ୍ରକାଶ: ଜୁନ୍‌ ୨୨ରେ ସ୍ନାନ ଯାତ୍ରା, ଜୁଲାଇ ୭ରେ ଶ୍ରୀଗୁଣ୍ଡିଚା
  • ||
  • ରାଜ୍ୟର ୯୬ ଲକ୍ଷ ପରିବାରକୁ ମିଳିବ ହଜାରେ ଲେଖାଏଁ, ଆଜି ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ବୁର୍ଜା ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା: ଚାଲିଗଲା ଦୁଇ ଜୀବନ, ୨ ଆହତ
  • ||
  • ମଙ୍ଗଳବାର ବରଗଡ଼ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଗଙ୍ଗାଧର ସେଚ ପ୍ରକଳ୍ପର କରିବେ ଲୋକାର୍ପଣ
  • ||
  • ମାଘରେ ବଢ଼ୁଛି ତାତି: ଟିଟଲାଗଡ଼ ପାଲଟିଲାଣି ତତଲା ସହର, ୩୬ ଡିଗ୍ରୀ ପାର୍ ତାପମାତ୍ରା, ୨୪ରୁ ଘଡଘଡି ସହ ବର୍ଷା ସମ୍ଭାବନା
  • ||
  • ମଙ୍ଗଳବାରଠୁ ମାଟ୍ରିକ ପରୀକ୍ଷା: ୫ଲକ୍ଷ ୫୧ ହଜାର ୬୨୧ଛାତ୍ରଛାତ୍ରୀ ଦେବେ ପରୀକ୍ଷା, କପି ଜଗିବ AI କ୍ୟାମେରା
  • ||

ବିହାର NDA ସରକାରରେ ଶପଥ ନେବେ ନୀତିଶଙ୍କ ସହ ୮ ବିଧାୟକ, କେଉଁ ଦଳରୁ କିଏ ହେବେ ମନ୍ତ୍ରୀ ?

ପାଟନା, ୨୮/୦୧: ଇସ୍ତଫା ଦେବା ପରେ ପୁଣି ବିହାର ମୁଖ୍ୟମନ୍ତ୍ରୀ ହେବେ ନୀତୀଶ କୁମାର । ରାଜ୍ୟପାଳ ରାଜେନ୍ଦ୍ର ଅର୍ଲେକରଙ୍କୁ ଭେଟି ନୀତୀଶଙ୍କ ସହ ସରକାର ଗଠନ ନେଇ ଦାବି ଉପସ୍ଥାପନ କରିଛନ୍ତି ବିଜେପି ବିଧାୟକ । ଏନଡିଏ ମେଣ୍ଟ ସରକାରରେ ନୀତୀଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଥିବା ବେଳେ ବିଜେପିର ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ହେବେ ଉପମୁଖ୍ୟମନ୍ତ୍ରୀ ।

ଆଜି ଅପରାହ୍ଣ ୫ଟାରେ ନୀତୀଶ କୁମାରଙ୍କ ସହ ୮ ଜଣ ମନ୍ତ୍ରୀ ଭାବେ ଶପଥ ନେବେ । ନୂଆ ମନ୍ତ୍ରିମଣ୍ଡଳରେ ବିଜେପିର ଡକ୍ଟର ପ୍ରେମ କୁମାର, ଜେଡିୟୁର ବିଜୟ କୁମାର ଚୌଧୁରୀ, ଶ୍ରବଣ କୁମାର, ବିଜେନ୍ଦ୍ର ଯାଦବ, ନିର୍ଦ୍ଦଳୀୟ ବିଧାୟକ ସୁମିତ୍ କୁମାର ସିଂହ ଓ ହିନ୍ଦୁସ୍ତାନୀ ଆୱାମ ମୋର୍ଚ୍ଚାର ସନ୍ତୋଷ କୁମାର ସୁମନ ମନ୍ତ୍ରୀ ଭାବେ ଶପଥ ନେବେ ।

ଅପରାହ୍ଣରେ ଶପଥ ଗ୍ରହଣ, ବିଜେପିର ସମ୍ରାଟ ଚୌଧୁରୀ ଓ ବିଜୟ ସିହ୍ନା ହେବେ ଉପମୁଖ୍ୟମନ୍ତ୍ରୀ

ନୀତୀଶ କୁମାରଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ ଓ ୬ କ୍ୟାବିନେଟ୍ ମନ୍ତ୍ରୀ ଆଜି ଶପଥ ନେବେ । ଆଜି ସକାଳେ ନୀତୀଶ ଜେଡିୟୁ ବିଧାୟକ ଦଳରେ ଇସ୍ତଫା ନେଇ ଘୋଷଣା କରିଥିଲେ । ନୀତୀଶ ରାଜ୍ୟପାଳଙ୍କୁ ଭେଟି ଇସ୍ତଫା ଦେବା ସଙ୍ଗେ ସଙ୍ଗେ ବିଜେପି ତୁରନ୍ତ ବୈଠକ କରି ସମର୍ଥନ ଦେଇଥିଲା । ଏଥିସହ ନୀତୀଶ କୁମାରଙ୍କୁ ବିହାରର ଏନଡିଏ ପ୍ରମୁଖ ନିଯୁକ୍ତ କରାଯାଇଛି ।

ଅପରାହ୍ଣ ୫ଟାରେ ରାଜଭବନରେ ନୂଆ ମନ୍ତ୍ରିମଣ୍ଡଳ ଶପଥ ନେବ । ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଅପରାହ୍ଣ ୪ଟା ୧୫ରେ ପାଟନାରେ ପହଞ୍ଚିବେ । ବିଜେପିର କେହି ବିଧାନସଭା ବାଚସ୍ପତି ହୋଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ସୂଚନାଯୋଗ୍ୟ, ୨୦୨୦ ବିଧାନସଭା ନିର୍ବାଚନ ନୀତୀଶଙ୍କ ଜେଡିୟୁ ଓ ବିଜେପି ଏକାଠି ଲଢ଼ି ବହୁମତ ପାଇଥିଲେ । ଅଗଷ୍ଟ ୨୦୨୨ରେ ନୀତୀଶ କୁମାର ବିଜେପି ସହ ମେଣ୍ଟ ଭାଙ୍ଗି ଜେଡିୟୁ-କଂଗ୍ରେସ ସହ ସରକାର ଗଢ଼ିଥିଲେ । ଏବେ ୧୭ ମାସ ପରେ ପୁଣି ଥରେ ନୀତୀଶ କୁମାର ଏନଡିଏକୁ ଫେରି ଆସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.