ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

NDA ସରକାର ଆସୁ ଆସୁ RJD ବିରୋଧରେ ପ୍ରଥମ ପଦକ୍ଷେପ, ବାଚସ୍ପତିଙ୍କ ବିରୋଧରେ ଦେଲେ ଅନାସ୍ଥା ପ୍ରସ୍ତାବ ନୋଟିସ୍

ପାଟନା, ୨୯/୦୧: ବିହାରରେ ପଟ୍ଟ ପରିବର୍ତ୍ତନ କରି ରବିବାର ଏନଡିଏରେ ସାମିଲ୍ ହୋଇ ୯ମ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନୀତୀଶ କୁମାର । ରାଜ୍ୟରେ ନୂଆ ସରକାର ଗଠନ ପରେ ଏବେ ଏନଡିଏ, ଆରଜେଡି ବିରୋଧରେ ନେଇଛି ପ୍ରଥମ ଆକ୍ସନ୍ । ବିଧାନସଭା ବାଚସ୍ପତି ଅବଧ ବିହାରୀ ଚୌଧୁରୀଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ନୋଟିସ୍ ଦେଇଛି ବିଜେପି ।

ଲଗାତର ୯ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପ‌ଥ ଗ୍ରହଣ କଲେ ନୀତୀଶ କୁମାର; ପୁଣି ବିହାରରେ ଏନ୍‌ଡିଏ ସରକାର

ବିଧାନସଭା ବାଚସ୍ପତି ପଦରୁ ଅବଧ ଚୌଧୁରୀଙ୍କୁ ହଟାଇବା ଲାଗି ବିଜେପି ବିଧାୟକ ନନ୍ଦକିଶୋର ଯାଦବ ବିଧାନସଭା ସଚିବଙ୍କୁ ଅନାସ୍ଥା ପ୍ରସ୍ତାବର ନୋଟିସ୍ ଦେଇଛନ୍ତି । ଆରଜେଡି ନେତା ଅବଧ ବିହାରୀ ଚୌଧୁରୀ ଯଦି ବାଚସ୍ପତି ପଦରୁ ଇସ୍ତଫା ନ ଦିଅନ୍ତି ତ ତାଙ୍କୁ ବହୁମତରେ ହଟାଇ ଦିଆଯିବ । ବାଚସ୍ପତିଙ୍କ ବିରୋଧରେ ଦିଆ ଯାଇଥିବା ନୋଟିସ୍ ପ୍ରସ୍ତାବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନ ରାମ ମାଞ୍ଝୀ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତାରାକିଶୋର ପ୍ରସାଦ, ଜେଡିୟୁର ବିନୟ କୁମାର ଚୌଧୁରୀଙ୍କ ସହ ଏକାଧିକ ବିଧାୟକ ହସ୍ତାକ୍ଷର କରିଛନ୍ତି ।

ଏନଡିଏ ମେଣ୍ଟ ପାଖରେ ୧୨୮ ବିଧାୟକ ରହିଥିବା ବେଳେ ବିରୋଧୀଙ୍କ ପାଖରେ ଅଛନ୍ତି ୧୧୪ ବିଧାୟକ । ତେଣୁ ସଂଖ୍ୟା ଦୃଷ୍ଟିରୁ ଦେଖିଲେ ବାଚସ୍ପତି ପଦରୁ ଅବଧ ବିହାରୀ ଚୌଧୁରୀ ହଟିବ ଥୟ । ଏହା ପୂର୍ବରୁ ନୀତୀଶ କୁମାର ରବିବାର ଇସ୍ତଫା ଦେବା ପରେ କହିଥିଲେ, ମହାମେଣ୍ଟରେ ସ୍ଥିତି ଠିକ୍ ନାହିଁ । ଯେଉଁଥିପାଇଁ ମୁଁ ଏହି ପଦକ୍ଷେପ ନେଇଛି । ନୀତୀଶ କହିଥିଲେ, ମୁଁ ଦୀର୍ଘ ଦିନରୁ କାହାରି ବାବଦରେ ମନ୍ତବ୍ୟ ଦେଉ ନାହିଁ କାରଣ ମେଣ୍ଟରେ ଏହା ଠିକ୍ ନୁହେଁ । ମୁଁ ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ମତାମତ ନେଲି ଓ ପରାମର୍ଶ ମିଳିଲା । ସେହି ଅନୁସାରେ ଇସ୍ତଫା ଦେଲି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.