ପ୍ରମୁଖ ଖବର
  • ମୁମ୍ବାଇ: ମଝି ସମୁଦ୍ରରେ ହୁତୁହୁତୁ ହୋଇ ଜଳିଗଲା ବିଳାସପୂର୍ଣ୍ଣ ବୋଟ, ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ଦିନିକିଆ ବିଶ୍ୱକପ୍-୨୦୨୩: ଇଡେନ ଗାର୍ଡେନ୍ସରେ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ମୁକାବିଲା, ପ୍ରଥମ ଫାଇନାଲ ଲକ୍ଷ୍ୟରେ ବଭୁମା ବାହିନୀ

କୋଲକାତା,୧୬/୧୧: ଗୁରୁବାର ଇଡେନ ଗାର୍ଡେନ୍ସରେ ଦ୍ୱିତୀୟ ସେମି ଫାଇନାଲ  ଖେଳାଯିବ । ୪ଦିନର ଜୋରଦାର ଅଭ୍ୟାସ  ପରେ ଉଭୟ ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ  ମଇଦାନରେ ବଳ କଷିବା ପାଇଁ ପ୍ରସ୍ତୁତ । ୫ଥର ଚାମ୍ପିଅନ୍‌ ହୋଇସାରିଥିବା ଅଷ୍ଟ୍ରେଲିଆ ଗୁରୁବାର ଆଉ ଏକ ଦମ୍‌ଦାର ପ୍ରଦର୍ଶନ  ସହ ଫାଇନାଲ୍‌ରେ ପ୍ରବେଶ କରିବାକୁ ଯୋଜନା  କରିଛି । କେବଳ ସେତିକି ନୁହେଁ, ଲିଗ୍‌ ମ୍ୟାଚ୍‌  ପରାଜୟର ପ୍ରତିଶୋଧ ନେବାକୁ ମଧ୍ୟ କଙ୍ଗାରୁ ଦଳ ଅପେକ୍ଷା କରି ରହିଛି । ଦକ୍ଷିଣ ଆଫ୍ରିକା ପ୍ରତି  ବିଶ୍ୱକପ୍‌ରେ ଚମତ୍କାର ପ୍ରଦର୍ଶନ କରି ଆସୁଥିଲେ ହେଁ କେବେ ଫାଇନାଲ୍‌ ଖେଳିବାର ସୁଯୋଗ ପାଇନାହିଁ । ତେଣୁ ଦୀର୍ଘ ଦିନର ଅପେକ୍ଷାରେ ପୂର୍ଣ୍ଣଛେଦ ପକାଇବାକୁ ଦକ୍ଷିଣ ଆଫ୍ରିକା  ନିକଟରେ ବର୍ତ୍ତମାନ ସଠିକ୍‌ ସମୟ ରହିଛି ।  

ଅଷ୍ଟ୍ରେଲିଆ ପ୍ରଥମ ୨ଟି ମ୍ୟାଚ୍‌ରେ ଯଥାକ୍ରମେ  ଭାରତ ଓ ଦକ୍ଷିଣ ଆଫ୍ରିକା ଠାରୁ ପରାଜିତ  ହୋଇଥିଲା । ଏହାପରେ ଦଳ କ୍ରମାନ୍ୱୟରେ ୭ଟି ମ୍ୟାଚ୍‌ ଜିତି ସେମି ଫାଇନାଲ୍‌ରେ ପ୍ରବେଶ  କରିଛି । ବର୍ତ୍ତମାନ ପ୍ରତ୍ୟେକ ଖେଳାଳି ଫିଟ୍‌  ଅଛନ୍ତି ଓ ଫର୍ମ ଫେରି ପାଇଛନ୍ତି । ଅଷ୍ଟ୍ରେଲିଆର ବ୍ୟାଟିଂ ବିଭାଗ ବିସ୍ଫୋରକ ବ୍ୟାଟିଂ ସହ ପ୍ରତି  ୱିକେଟ୍‌ରେ ଉପଯୋଗୀ ଭାଗିଦାରୀ ଗଠନ  କରିବାରେ ସଫଳ ହୋଇଛି । ଡେଭିଡ୍‌ ୱାର୍ଣ୍ଣର, ମିଚେଲ ମାର୍ଶ ଓ ଗ୍ଲେନ ମ୍ୟାକ୍ସୱେଲ ୨ଟି  ଲେଖାଏଁ ଶତକ ଅର୍ଜନ କରିଛନ୍ତି । ଟ୍ରେଭିସ୍‌  ହେଡ୍‌ ମଧ୍ୟ ଶତକୀୟ ପାଳି ଖେଳିସାରିଛନ୍ତି ।  ଅଷ୍ଟ୍ରେଲିଆ ସବୁ ବିଭାଗରେ ତ୍ରୁଟି ସୁଧାରି ସାରିଛି ।  

ଲିଗ୍‌ ପର୍ଯ୍ୟାୟରେ ଅଷ୍ଟ୍ରେଲିଆକୁ  ହରାଇଥିବାରୁ ଦକ୍ଷିଣ ଆଫ୍ରିକାର ମନୋବଳ  ଦୃଢ ରହିଛି । ମାତ୍ର ନକ୍‌ ଆଉଟ୍‌ ମୁକାବିଲାରେ  ଚାପର ବଶବର୍ତ୍ତୀ ହୋଇ ପରାଜିତ ହେବା ଦକ୍ଷିଣ  ଆଫ୍ରିକାର ସବୁଠୁ ବଡ଼ ଦୁର୍ବଳତା । ଅଷ୍ଟ୍ରେଲିଆ  ୧୯୯୯ ଓ ୨୦୦୭ ବିଶ୍ୱକପ୍‌ ନକ୍‌ ଆଉଟ୍‌ରେ ଦକ୍ଷିଣ  ଆଫ୍ରିକାକୁ ହରାଇଥିଲା । ଉଭୟ ଥର ଚାମ୍ପିଅନ୍‌  ଆଖ୍ୟା ଅର୍ଜନ କରିଥିଲା । ଚାପରେ ଭାଙ୍ଗିପଡ଼ିବାର  ଲକ୍ଷଣ ଯୋଗୁଁ ଦକ୍ଷିଣ ଆଫ୍ରିକାକୁ ‘ଚୋକର୍ସ’ ନାମ  ଦିଆଯାଇଛି । ମାତ୍ର ତେମ୍ବା ବଭୁମାଙ୍କ ଦଳ ଏଥର  ସବୁ କଳଙ୍କ ଲିଭାଇବାକୁ ମନସ୍ଥ କରି ଭାରତ  ଆସିଛି । ବିସ୍ଫୋରକ ବ୍ୟାଟିଂ ବଳରେ ଆତଙ୍କ  ଖେଳାଇଥିବା ଦକ୍ଷିଣ ଆଫ୍ରିକାର ବୋଲିଂ ବିହାନୀ  ନିକଟରେ ଯଥେଷ୍ଟ ଅଭିଜ୍ଞତା ରହିଛି । କାଗିସୋ ରାବାଡା, ଲୁଙ୍ଗି ଏନ୍‌ଗିଡ଼ି, ମାର୍କୋ ଜାନସେନଙ୍କୁ  ନେଇ ଗଠିତ ପେସ୍‌ ବାହିନୀ ଅଷ୍ଟ୍ରେଲିଆ  ବ୍ୟାଟରଙ୍କୁ ଚୁପ୍‌ କରାଇବାର କ୍ଷମତା ରଖିଛନ୍ତି ।

ବ୍ୟାଟିଂ ଓ ବୋଲିଂ ବିଭାଗକୁ ବିଚାରକୁ  ନେଲେ ଉଭୟ ଦଳର ଶକ୍ତି ସମାନ । ନକ୍‌ ଆଉଟ୍‌ ମୁକାବିଲାରେ ଅଷ୍ଟ୍ରେଲିଆ ଅପେକ୍ଷାକୃତ  ଅଭିଜ୍ଞ। ମୋଟ୍‌ ଉପରେ ଦେଖିବାକୁ ଗଲେ  ଉଭୟ ଦଳର ବୋଲର ମ୍ୟାଚ୍‌ ଫଳାଫଳ ନିର୍ଦ୍ଧାରଣ କରିବେ । ଲିଗ୍‌ ପର୍ଯ୍ୟୟରେ ୨୨ଟି  ୱିକେଟ୍‌ ନେଇସାରିଥିବା ଲେଗ ସ୍ପିନର  ଆଡାମ ଜାମ୍ପାଙ୍କ ଉପରେ ନଜର ରହିବ । 

 ଗୁରୁବାର ମ୍ୟାଚ୍‌ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍‌ ସବୁ ବିଭାଗକୁ ସହାୟତା  କରିବ । କଳା ମାଟିରେ ପିଚ୍‌ ପ୍ରସ୍ତୁତ  କରାଯାଇଛି । ଫଳରେ ସ୍ପିନର ମାନେ ବଲ୍‌କୁ  ଟର୍ଣ୍ଣ କରାଇପାରିବେ । ପେସ୍‌ ବୋଲରମାନେ  ଅତିରିକ୍ତ ବାଉନ୍ସ ପାଇବେ । ସତର୍କତାର ସହ  କ୍ରିଜରେ ଜମି ରହିଲେ ବିଶାଳ ସ୍କୋରକୁ  ମଧ୍ୟ ଅଟକାଇ ହେବ ନାହିଁ । ଗୁରୁବାର ପାଗ କୋହଲା ରହିବ । ବର୍ଷା ଆଶଙ୍କା  ମଧ୍ୟ ରହିଛି । ଖେଳରେ ବ୍ୟାଘାତ ଘଟିଲେ  ରିଜର୍ଭ ଦିବସରେ ମ୍ୟାଚ ଖେଳାଯିବ ।

ସମ୍ଭାବ୍ୟ ଦଳ

ଦକ୍ଷିଣ ଆଫ୍ରିକା: କ୍ୱିଣ୍ଟନ ଡି-କକ୍‌,  ତେମ୍ବା ବଭୁମା/ରିଜା ହେଣ୍ଡରିକ୍ସ, ରାଶି  ଭାନ ଡର ଡୁସେନ, ଆଡେନ ମାରକ୍ରମ,  ହେନରିକ କ୍ଲାସେନ, ଡେଭିଡ୍‌ ମିଲର,  ମାର୍କୋ ଜାନସେନ, କେଶବ ମହାରାଜ,  କାଗିସୋ ରାବାଡା, ଗେରାଲ୍ଡ କୋଏଜି,  ଲୁଙ୍ଗି ଏନ୍‌ଗିଡ଼ି । 

ଅଷ୍ଟ୍ରେଲିଆ: ଡେଭିଡ୍‌ ୱାର୍ଣ୍ଣର, ଟ୍ରେଭିସ  ହେଡ୍‌, ମିଚେଲ ମାର୍ଶ, ଷ୍ଟିଭେନ ସ୍ମିଥ୍‌,  ମାର୍ନସ ଲାବୁସାନ, ଗ୍ଲେନ୍‌ ମ୍ୟାକ୍ସୱେଲ୍‌,  ଜୋସ ଇଂଲିଶ, ପ୍ୟାଟ୍‌ କମିନ୍ସ, ମିଚେଲ  ଷ୍ଟାର୍କ,ଜୋସ ହାଜେଲଉଡ, ଆଡାମ ଜାମ୍ପା ।

Copyright © 2022 - Summa Real Media Private Limited. All Rights Reserved.