ପ୍ରମୂଖ ଖବର
  • ମୁମ୍ବାଇ: ଭୁଶୁଡିଲା ତିନି ମହଲା କୋଠା,ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଆଜି ଓୟୁଟିଆର୍‌ରେ ପ୍ରଥମ ସମାବର୍ତ୍ତନ ଉତ୍ସବ, ସଭାପତିତ୍ୱ କରିବେ ରାଜ୍ୟପାଳ

ଭୁବନେଶ୍ୱର,୨୭/୦୨:ମଙ୍ଗଳବାର ଓଡ଼ିଶା ବୈଷୟିକ ଓ ଗବେଷଣା  ବିଶ୍ୱବିଦ୍ୟାଳୟ (ଓୟୁଟିଆର୍‌) ର ପ୍ରଥମ ସମାବର୍ତ୍ତନ ଉତ୍ସବ  ପାଳନ ହେବେ ।  ଏହି ଉତ୍ସବରେ ବିଶ୍ୱବିଦ୍ୟାଳୟ  କୁଳାଧିପତି ତଥା ରାଜ୍ୟପାଳ  ରଘୁବର ଦାସ ସଭାପତିତ୍ୱ କରିବେ । ମୁଖ୍ୟ ଅତିଥି ଭାବେ ଡିଆରଡିଓ  ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ପୁନିକେସନ୍‌  ସିଷ୍ଟମ୍‌ (ଇସିଏସ୍‌) ମହାନିର୍ଦ୍ଦେଶକ  ଡ. ବିନୟ କୁମାର ଦାସ, ସମ୍ମାନିତ  ଅତିଥି ଭାବେ ଦକ୍ଷତା ବିକାଶ  ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ.  ପ୍ରୀତିରଞ୍ଜନ ଘଡ଼ାଇ, ଦକ୍ଷତା  ବିକାଶ ଓ ବୈଷୟିକ ଶିକ୍ଷା ସଚିବ  ଉଷା ପାଢ଼ୀ ପ୍ରମୁଖ ଯୋଗ ଦେବାର  କାର୍ଯ୍ୟକ୍ରମ ରହିଛି । 

କାର୍ଯ୍ୟକ୍ରମରେ  କୁଳପତି ପ୍ରଫେସର ବିଭୂତି ଭୂଷଣ  ବିଶ୍ୱାଳ ଓ କୁଳସଚିବ ରେଣୁପ୍ରଭା  ନାୟକଙ୍କ ସମେତ ସମସ୍ତ ଅଧ୍ୟାପକ,  କର୍ମଚାରୀଙ୍କ ସହ ୨ ହଜାରରୁ ଅଧିକ  ଶିକ୍ଷାର୍ଥୀ ଉପସ୍ଥିତ ରହିବେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.