ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଓଡ଼ିଆ ନୂଆବର୍ଷ ପାଳନକୁ ନେଇ ଦ୍ୱନ୍ଦ: ପଞ୍ଜିକା ଦିନ ନିର୍ଘଣ୍ଟକୁ ନେଇ ବିବାଦ, ଶ୍ରୀମନ୍ଦିର କାର୍ଯ୍ୟାଳୟରେ ବୈଠକ

ପୁରୀ,୦୮/୦୨: ଶ୍ରୀମନ୍ଦିରରେ ଆସନ୍ତା ଓଡ଼ିଆ ନୂଆବର୍ଷ ବା ପଣା ସଂକ୍ରାନ୍ତି କେଉଁ ଦିନ ପାଳନ ହେବ । ଏପ୍ରିଲ ୧୩ ତାରିଖ ନା ୧୪ ତାରିଖ । ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରକାଶ ପାଉଥିବା ଭିନ୍ନଭିନ୍ନ ପଞ୍ଜିକାରେ ଭିନ୍ନ ମତ ଓ ତାରିଖ ଉଲ୍ଲେଖ କରାଯାଇଛି । ଯାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି । ପଣା ସଂକ୍ରାନ୍ତି ସହ ଆସନ୍ତା ଜୁଲାଇ ୭ ତାରିଖରେ ହେବାକୁ ଥିବା ନବଯୌବନ ଦର୍ଶନ ଓ ଆସନ୍ତା ବର୍ଷ ଶ୍ରୀପଞ୍ଚମୀ ଦିନ ନିର୍ଘଣ୍ଟକୁ ନେଇଥିବା ବିବାଦ ମଧ୍ୟ ଦେଖାଦେଇଛି । ୧୩ଦିନିଆ ପକ୍ଷ ପଡ଼ୁଥିବାରୁ ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚାକୁ କିପରି ପାଳନ କରାଯିବ ତାହା ବିତର୍କର ବିଷୟ ହୋଇଛି । ଏସବୁର ସମାଧାନ ନିମନ୍ତେ ବୁଧବାର ଶ୍ରୀମନ୍ଦିର କାର୍ଯ୍ୟାଳୟରେ ପ୍ରାୟ ୧୨ଟି ପଞ୍ଜିକା ପ୍ରକାଶନ ସଂସ୍ଥାର ଗଣକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ଅନ୍ୟ ଅଧିକାରୀଙ୍କ ଉପସ୍ଥିତିରେ ଏକ ଆଲୋଚନା ବୈଠକ ହୋଇଯାଇଛି । ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ ବହୁ ଘଣ୍ଟା ଧରି ଆଲୋଚନା ହୋଇଥିଲା । ଆସନ୍ତା ୧୨ ତାରିଖରେ ଚୂଡ଼ାନ୍ତ ସମାଧାନ ବୈଠକ ବସିବ ବୋଲି ସ୍ଥିର ହୋଇଛି ।

ଏନେଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଦୁର୍ଗା ଦାସମହାପାତ୍ର କହିଛନ୍ତି, ପଣା ସଂକ୍ରାନ୍ତିଠାରୁ ଆସନ୍ତା ବର୍ଷ ପାଇଁ ଶ୍ରୀମନ୍ଦିରରେ କେଉଁ ଦିନ କେଉଁ ପର୍ବପର୍ବାଣୀ ପାଳନ ହେବ ସେଥିନିମନ୍ତେ ଦିନ ସ୍ଥିର କରିବାକୁ ବୈଠକ ହୋଇଥିଲା । ଦୁଇ ତିନୋଟି ଦିନ ପାଳନକୁ ନେଇ ବିବାଦ ଦେଖାଦେଇଛି । ବାକି ସବୁ ଠିକ୍‌ ଅଛି । ବିଶେଷ ଭାବେ ପଣା ସଂକ୍ରାନ୍ତି ସମେତ ଆସନ୍ତା ଅଣସର, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ଦିନକୁ ନେଇ କିଛି ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି । ବିଗତ ୨୫ ବର୍ଷରେ ଏଭଳି ୧୩ଦିନିଆ ପକ୍ଷ ପଡ଼ିନି କିମ୍ବା ମହାପ୍ରଭୁଙ୍କ ଅନବସର ହୋଇନି । ୧୯୭୧ ଓ ୧୯୫୯ ମସିହାରେ ଏଭଳି ୧୩ଦିନିଆ ପକ୍ଷ ପଡ଼ିଥିଲା । ତେଣୁ ଏହି ସମୟରେ କିପରି ଅଣସର ପରବର୍ତ୍ତୀ ଗୁପ୍ତନୀତି, ନବଯୌବନ ଦର୍ଶନ ଓ ଶ୍ରୀଗୁଣ୍ଡିଚା ହୋଇଥିଲା ତାହାକୁ ରେକର୍ଡ ଦେଖି ଉକ୍ତ ନୀତିକାନ୍ତିକୁ ଅନୁକରଣ କରିବାକୁ ସ୍ଥିର ହୋଇଛି । ସେହିପରି ଆସନ୍ତା କାର୍ତ୍ତିକ ମାସ ପଞ୍ଚୁକ ୪ଦିନ ପାଳନ ହେବ ଓ ମହାପ୍ରଭୁଙ୍କ ଗୋଟିଏ ବେଶ ହେବନାହିଁ । ତଥାପି ପୁରୁଣା ଦସ୍ତାବିଜ୍‌କୁ ଦେଖି ଆସନ୍ତା ୧୨ ତାରିଖରେ ଶ୍ରୀମନ୍ଦିରରେ ଏହି ଦିନଗୁଡ଼ିକ ପାଳନ ନିମନ୍ତେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

ଏନେଇ ସାମନ୍ତ ଚନ୍ଦ୍ରଶେଖର ପଞ୍ଚିକାର ମୁଖ୍ୟ ଗଣକ ଜ୍ୟୋର୍ତିବିଦ୍ୟା ବାଚସ୍ପତି ବୈକୁଣ୍ଠନାଥ ନାୟକ କହିଛନ୍ତି, ଆସନ୍ତା ୧୩ ତାରିଖ ଶନିବାର ରାଷ୍ଟ୍ରୀୟ ପଞ୍ଜାଙ୍ଗ ମତରେ ରାତି ୯ଟା ୪ରେ ସୂର୍ଯ୍ୟ ମେଷ ରାଶି ସଂକ୍ରମଣ କରିବେ । ଏହା ପୂରା ଦେଶରେ ସର୍ବମାନ୍ୟ । ବିଭିନ୍ନ ପୁରୁଣା ପ୍ରକାଶକଙ୍କ ଗଣନାକୁ ଦୃଷ୍ଟିରେ ରଖି ୧୩ ତାରିଖ ପଣା ସଂକ୍ରାନ୍ତି ପଡ଼ୁଛି । ସେହିପରି ସ୍ନାନ ପୂର୍ଣ୍ଣମୀଠାରୁ ୧୫ ଦିନ ମହାପ୍ରଭୁଙ୍କ ଅଣସର ହୋଇଥାଏ, ମାତ୍ର ୧୩ଦିନିଆ ପକ୍ଷ ପଡ଼ୁଥିବାରୁ ଆଗାମୀ ଜୁଲାଇ ୭ ତାରିଖରେ ନେତ୍ରୋତ୍ସବ ଓ ଘୋଷଯାତ୍ରା କରିବାକୁ ଦିନ ପଡ଼ୁଛି । ଏହିଦିନ ସମସ୍ତ କାର୍ଯ୍ୟ କରିବା ଚାଲେଞ୍ଜ ହେବ । ମାତ୍ର କରିବାକୁ ପଡ଼ିବ । ସେହିପରି ଚଳିତ ବର୍ଷ ୪ଦିନିଆ ପକ୍ଷ ପଡ଼ୁଥିବାରୁ କାର୍ତ୍ତିକ ପଞ୍ଚୁକରେ ପାଞ୍ଚଦିନ ହେଉଥିବା ବେଶରୁ ଗୋଟିଏ ବେଶ ଲକ୍ଷ୍ମୀନୃସିଂହ ବେଶକୁ ବାଦ୍‌ ଦିଆଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.