ପ୍ରମୁଖ ଖବର
  • ଖୋର୍ଦ୍ଧା: ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ବଜାରରେ ବାଇକକୁ ପିଟିଲା କାର, ଜଣେ ମୃତ ଓ ୫ ଗୁରୁତର
  • ||
  • କଟକରେ ବେଆଇନ ଗୁଟ୍‌ଖା କାରଖାନା ଠାବ: ଲକ୍ଷାଧିକ ଟଙ୍କାର କଞ୍ଚାମାଲ୍‌ ଜବତ, ମାଲିକ ସହ କର୍ମଚାରୀ ଗିରଫ
  • ||
  • ବରେଲି: ହାଇୱେରେ ଟ୍ରକକୁ ଧକ୍କା ଦେବା ପରେ ଜଳିଗଲା କାର୍, ଜିଅନ୍ତା ଜଳିଗଲେ ୮ ବରଯାତ୍ରୀ
  • ||
  • ମଦ ବ୍ୟବସାୟୀଙ୍କ ଘରେ ଆୟକର ଚଢ଼ଉ ଘଟଣା: ୪ ଦିନର ଚଢ଼ାଉରେ ଗଣା ସରିଲା ୧୮୮ କୋଟି, ବଳକା ଟଙ୍କା ଗଣିବାକୁ ଲାଗିବ ଆଉ ୨ ଦିନ
  • ||
  • ଆଜି ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ମୁକାବିଲା, ବିସ୍ଫୋରକ ବ୍ୟାଟିଂ ଉପରେ ଟିମ୍‌ ଇଣ୍ଡିଆର ଫୋକସ୍‌
  • ||
  • ଭୁବନେଶ୍ୱର: ରାଜ୍ୟରେ ବଦଳିଲା ପାଗ, ଖସିଲା ତାପମାତ୍ରା: ଆସନ୍ତା ୨ ଦିନରେ ୨ ଡିଗ୍ରୀ ଖସିବ ରାତି ପାରଦ
  • ||

ଓଡ଼ିଆ କଣ୍ଠଶିଳ୍ପୀ ଦେବେଶ ପତି ଗିରଫ, ଲଭ, ସେକ୍ସ ଓ ଧୋକା ଅଭିଯୋଗ

ଭୁବନେଶ୍ଵର, ୦୩/୧୧ : ଲଚକ୍‌ ମଣି ବେବି ଲୋ... । ବୟଫ୍ରେଣ୍ଡ ତୋରା ହେବି ଲୋ... । ବୁଲେଟ୍‌ ଗାଡ଼ିରେ ବଜାର ବୁଲାଇ ନେବି... । ଏହି ଚର୍ଚ୍ଚିତ ଗୀତର ଗାୟକ ଦେବେଶ ପତି ଏବେ ଜେଲ ହାୱା ଖାଉଛନ୍ତି । ବିବାହ ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କୁ ବଳାତ୍କାର ଓ ଟଙ୍କା ଲୁଟିବା ଅଭିଯୋଗରେ ନୂଆପଲ୍ଳୀ ଥାନା ପୁଲିସ୍‌ ଓଲିଉଡ୍‌ର ଏହି ଚର୍ଚ୍ଚିତ ଗାୟକଙ୍କୁ ଗିରଫ କରିଛି । ଓଡ଼ିଶା ର ସୁନାମଧନ୍ୟ କଣ୍ଠଶିଳ୍ପୀ ଦେବେଶଙ୍କ ଘର ଯାଜପୁରରେ । ଗତ ବୁଧବାର ରାତିରେ ପୁଲିସ୍‌ ତାକୁ ଗିରଫ କରିଛି । ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ଜାମିନ ନାମଞ୍ଜୁର ହେବରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । 

ପୁଲିସ୍‌ ଠାରୁ ମିଳିଥିବା ସୂଚନା ମୁତାବକ, ଭଦ୍ରକ ଅଞ୍ଚଳର ନେହା (ଛଦ୍ମନାମ) ଭୁବନେଶ୍ୱରର ନୂଆପଲ୍ଲୀ ଥାନା ଅଞ୍ଚଳରେ ରହି ମୈତ୍ରିବିହାରରେ ଥିବା ଏକ ଘରୋଇ କଲେଜରେ ଏମ୍‌ବିଏ ପଢ଼ୁଥିଲେ । ସେତେବେଳେ ତାଙ୍କୁ ଜଣେ ଯୁବକ ପ୍ରେମ ନିବେଦନ କରିଥିଲେ । ହେଲେ ନେହା ଏହାକୁ ଗ୍ରହଣ କରିନଥିଲେ । ପ୍ରେମରେ ବିଫଳ ଉକ୍ତ ଯୁବକ ପ୍ରତିଶୋଧ ପରାୟଣ ହୋଇ ନେହାଙ୍କ ଫୋନ ନମ୍ବର ଦେବେଶଙ୍କୁ ଦେଇଥିଲେ । ନେହାଙ୍କୁ ପ୍ରେମ ଜାଲରେ ଫସାଇବାକୁ ସେ ଦେବେଶଙ୍କୁ ପ୍ରସ୍ତାବ ଦେଇଥିଲେ । ବଲିଉଡର ଚାକଚକ୍ୟ, ସୁପର ହିଟ ସିଙ୍ଗର ଟ୍ୟାଗ୍‌ ନେହାଙ୍କୁ ଦେବେଶଙ୍କ ପ୍ରତି ଆକର୍ଷିତ କରିଥିଲା । ଫୋନ ନମ୍ବର ଦିଆନିଆ, କିଛିଦିନର ଚାଟିଂ ପରେ ଉଭୟ ଉଭୟଙ୍କୁ ଭଲପାଇ ବସିଲେ । ପ୍ରେମର ଗାଡ଼ି ଜୋର୍‌ରେ ଗଡିବା ପରେ ନେହା ବିବାହ ପାଇଁ ଜିଦ ଧରିଥିଲେ । ଦେବେଶ ବିବାହ ପାଇଁ ପ୍ରତିଶ୍ରୁତି ଦେଇ ନେହାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ । 

ଖାଲି ସେତିକି ନୁହେଁ, ବିଭିନ୍ନ ପର୍ଯ୍ୟାୟରେ ଦେବେଶ ନେହାଙ୍କଠାରୁ ୫ ଲକ୍ଷରୁ ଅଧିକ ଟଙ୍କା ନେଇଥିଲେ । ହଠାତ୍‌ ଦିନେ ନେହା ଜାଣିବାକୁ ପାଇଲେ ଦେବେଶ ଓଲିଉଡ୍‌ର ଜଣେ ଗାୟିକାଙ୍କୁ ଭଲ ପାଉଛନ୍ତି । ତାଙ୍କ ସହ ବୁଲାବୁଲି କରୁଛନ୍ତି । ତେବେ ଏହା ଭିତରେ ନେହା ଗର୍ଭବତୀ ହୋଇସାରିଥିଲେ । ଦେବେଶ ଏ ବିଷୟରେ ଜାଣିବା ପରେ ଗର୍ଭନଷ୍ଟ କରିବାକୁ କହିଥିଲେ । ହେଲେ ନେହା ରାଜି ହୋଇ ନଥିଲେ । ଦେବେଶ ମଉକା ଦେଖି ନିଶା ଔଷଧ ଦେଇ ତାଙ୍କ ଗର୍ଭ ନଷ୍ଟ କରିଥିଲେ ବୋଲି ନେହା ଅଭିଯୋଗରେ ଦର୍ଶାଇଛନ୍ତି । ଏହା ପରେ ସେ ଆଉ ନେହାଙ୍କୁ ଧରାଛୁଆଁ ଦେଇନଥିଲେ । ମାତ୍ର ନଛୋଡବନ୍ଦା ନେହା ବିବାହ ପାଇଁ ଜିଦ ଧରିବାରୁ ଦେବେଶ ଉଭୟଙ୍କ ଅନ୍ତରଙ୍ଗ ମୂହୁର୍ତ୍ତର ଭିଡିଓ ଓ ଫଟୋ ଭାଇରାଲ୍‌ କରିଦେବାକୁ ଧମକ ଦେଇଥିଲେ । ଏଭଳି ଧମକରେ ନେହା କିଛି ଦିନ ଚୁପ୍‌ ରହିଥିଲେ । ମାତ୍ର ଏଭଳି ପ୍ରତାରକକୁ ଉଚିତ ଶିକ୍ଷା ଦେବାକୁ ପଣ କରି ପରେ ସେ ନୂଆପଲ୍ଳୀ ଥାନାରେ ଏତଲା ଦେଇଥିଲେ । ପୁଲିସ୍‌ ଏକ ମାମଲା (୧୦୩/୨୩) ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ଗତକାଲି ଅଭିଯୁକ୍ତ ଦେବେଶଙ୍କୁ ପୁଲିସ୍‌ ଗିରଫ କରିଛି । ତାଙ୍କ ବିରୋଧରେ ଦଫା ୩୭୬ (ବାରମ୍ବାର ବଳାତ୍କାର) (୨ଏନ୍‌)/୪୨୦ (ଠକେଇ)/ ୪୦୬ (ଅପରାଧିକ ବିଶ୍ୱାସ ଭଙ୍ଗ)/ ୩୧୩ ( ବିନା ସହମତିରେ ଗର୍ଭପାତ)/ ୨୯୪ (ଅଶ୍ଳୀଳ ଭାଷାରେ ଗାଳି)/ ୫୦୬ (ଅପରାଧିକ ଭୟ ପ୍ରଦର୍ଶନ) ଓ ୬୬/୭୭ ଆଇଟି ଆକ୍ଟରେ ମାମଲା ରୁଜୁ କରିଛି । ନେହାଙ୍କ ଫୋନ୍‌ ନମ୍ବର ଦେବେଶକୁ ଦେଇଥିବା ଯୁବକଙ୍କ ନାମରେ ମଧ୍ୟ ପୁଲିସ୍‌ ମାମଲା ରୁଜୁ କରିଛି । ଖୁବ ଶୀଘ୍ର ଉକ୍ତ ଯୁବକଙ୍କୁ ବି ଗିରଫ କରାଯିବ ବୋଲି ପୁଲିସ କହିଛି ।

  • prameyanews
  • PrameyaOdia
  • prameya
  • Copyright © 2022 - Summa Real Media Private Limited. All Rights Reserved.