ପ୍ରମୂଖ ଖବର
  • ଛତ୍ରପୁର: ଡିଆରଡିଏ ଛକରେ ଗୋମାଂସ ଟ୍ରକକୁ ଧରିଲା ବଜରଙ୍ଗଦଳ,୧୨ ଟନ୍ ଗୋମାଂସ ଜବତ, ୨ ଅଟକ
  • ||
  • ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ, ଅଟକିଛି ଅନେକ ଟ୍ରେନ୍
  • ||
  • ମଝି ଚିିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା, ଡଙ୍ଗାରେ ଅଛନ୍ତି ୧୭ ଯାତ୍ରୀ
  • ||
  • ଦିଲ୍ଲୀ ଦ୍ବାରିକା ସେକ୍ଟର ୧୨ରେ ଭୁଶୁଡ଼ିଲା ନିର୍ମାଣାଧୀନ ହସ୍ପିଟାଲ କୋଠା, ଜଣେ ମୃତ, ୯ ଆହତ
  • ||
  • କାରଗିଲ୍‌ ବିଜୟ ଦିବସ ୨୫ ବର୍ଷ ପୂର୍ତ୍ତି, ଯୁଦ୍ଧ ସହିଦ ସ୍ମାରକୀରେ ଶ୍ରଦ୍ଧାଞ୍ଜଳି ଦେବେ ମୋଦି
  • ||
  • ଶୁକ୍ରବାର ପ୍ୟାରିସ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ, ପରେଡରେ ସାମିଲ ହେବେ ୭୦୦୦ କ୍ରୀଡ଼ାବିତ
  • ||

ଆଜିଠୁ ଷୋଡ଼ଶ ବିଧାନସଭାର ଅନ୍ତିମ ଅଧିବେଶ, ୮ରେ କାମଚଳା ବଜେଟ

ଭୁବନେଶ୍ୱର, ୦୫/୦୨: ଆଜିଠୁ ଷୋଡ଼ଶ ବିଧାନସଭାର ଅନ୍ତିମ ଅଧିବେଶନ  ଆରମ୍ଭ ହେବ । ନିର୍ବାଚନ ପୂର୍ବରୁ ଏହା ହେବ ବିଧାନସଭାର ଶେଷ ଅଧିବେଶନ । ଏହି ଅଧିବେଶନ ୫ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ ।  କାର୍ଯ୍ୟ ଦିବସ ମାତ୍ର ୭ଟି ଅଛି । ୮ ତାରିଖରେ କାମ ଚଳା ବଜେଟ ଆସିବ । 

ସୋମବାର ସକାଳ ୧୧ଟାବେଳେ ଗୃହ କାର୍ଯ୍ୟ ଆରମ୍ଭ ହେବ । ପ୍ରଥମ  ଦିନରେ ରାଜ୍ୟପାଳ ରଘୁବର ଦାସ ଅଭିଭାଷଣ ରଖିବେ । ଏହି ଅଧିବେଶନ ପାଇଁ  ରବିବାର ସନ୍ଧ୍ୟାରେ ବାଚସ୍ପତି ପ୍ରମିଳା ମଲ୍ଲିକ ସର୍ବଦଳୀୟ ବୈଠକ ଡାକିଥିଲେ ।  ଗୃହ କାର୍ଯ୍ୟ ସୁପରିଚାଳନା ପାଇଁ ସବୁ ଦଳର ସହଯୋଗ ଲୋଡ଼ିଥିଲେ ବାଚସ୍ପତି ।

 ବିଧାନସଭା ପାଇଁ ବିଜେଡି ବିଧାୟକ ଦଳର ରଣନୀତି ବୈଠକ ସୋମବାର  ସକାଳ ୧୦ଟା ୧୫ ମିନିଟରେ ଅନୁଷ୍ଠିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଦଳର ବିଧାୟକମାନଙ୍କୁ ଗୁରୁ ମନ୍ତ୍ର ଦେବେ । ସେହିପରି ସୋମବାର ପୂର୍ବାହ୍ନରେ  ବିଜେପି ବିଧାୟକ ଦଳର ମଧ୍ୟ ବୈଠକ ରହିଛି ।  

ସରକାରଙ୍କୁ ଘେରିବାକୁ କଂଗ୍ରେସ ରଣନୀତି ପ୍ରସ୍ତୁତ କରିଛି । କଂଗ୍ରେସ ବିଧାୟକ  ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ବିଜେଡି-ବିଜେପି ଗୋଟିଏ ମୁଦ୍ରାର ଦୁଇ  ପାଶ୍ୱର୍ ଭଳି କାମ କରୁଛନ୍ତି । ଏହି ପ୍ରସଙ୍ଗ ଉଠାଇ ଉଭୟ ଦଳକୁ କଂଗ୍ରେସ ଟାର୍ଗେଟ  କରିବ । ଧର୍ମକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ରାଜନୀତି କରୁଛନ୍ତି ।  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୪୨୦୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିବା କୁହାଯାଉଛି । ଏହାର ହିସାବ ଜନତାଙ୍କୁ ଦେବାକୁ ପଡ଼ିବ । 

ଜଗନ୍ନାଥ ମହାପ୍ରଭୁଙ୍କ ନାଁ ନେଇ ଭିକ୍ଷା  ମାଗିଲେ ରାଜ୍ୟ ସରକାର । ସଂଗ୍ରହ ହୋଇଥିବା ଗୁଆ, ଚାଉଳ କଥା ବି ଉଠିବ ।  ସରକାରୀ ଟଙ୍କାରେ ଶିକ୍ଷାନୁଷ୍ଠାନରେ ପାଠପଢ଼ା ବନ୍ଦ କରି ନାଚଗୀତ କରାଯାଉଛି ।  ଶିକ୍ଷା, ସ୍ୱାସ୍ଥ୍ୟ ବିପର୍ଯ୍ୟସ୍ତ । ଦୁର୍ନୀତି, ଆଞ୍ଚଳିକ ବୈଷମ୍ୟ, ବେକାରୀ, ଦରଦାମ କଥା  ବି ଉଠିବ ବୋଲି ଶ୍ରୀ ମିଶ୍ର କହିଛନ୍ତି । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ  ଚରଣ ମାଝୀ କହିଛନ୍ତି, ଏହା ଶେଷ ଅଧିବେଶନ । ଆଲୋଚନା ପାଇଁ ଅନେକ  ପ୍ରସଙ୍ଗ ଅଛି । ହେଲେ ସମୟ ସୀମିତ । ଶାସକ ଦଳ ମାପିଚୁପି ଅଧିବେଶନକୁ  ସଂକ୍ଷିପ୍ତ କରିଛନ୍ତି। ମୋଦି ବିକାଶର ଗ୍ୟାରେଣ୍ଟି କଥା କହୁଛନ୍ତି । ହେଲେ ଆୟୁଷ୍ମାନ  ଭଳି କେନ୍ଦ୍ରର ବହୁ ଯୋଜନାରେ ରାଜ୍ୟ ସରକାର ବାଧକ ହେଉଛନ୍ତି । ବିକାଶ ନାଁରେ  ରାଜ୍ୟ ସରକାର ଦେଇଥିବା ପ୍ରତାରଣା କଥାକୁ ବିଜେପି ଲୋକଙ୍କ ପାଖକୁ ନେବ । 

ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଛନ୍ତି, ବିଧାନସଭାକୁ  ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକରେ ସବୁ ଦଳ ଗଠନମୂଳକ  ପରାମର୍ଶ ଦେଇଛନ୍ତି । ସ୍ୱଳ୍ପକାଳୀନ ଅଧିବେଶନରେ ଓଡ଼ିଶାର ସ୍ୱାର୍ଥ ସମ୍ବଳିତ  ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.