ପ୍ରମୂଖ ଖବର
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଯୁକ୍ତ ୨ ସିଲାବସ୍‌ର ହେବ ନବକଳେବର, ଜାତୀୟ ଶିକ୍ଷା ନୀତି ଆଧାରରେ ହେବ ପାଠ୍ୟକ୍ରମ ପ୍ରସ୍ତୁତି

ଭୁବନେଶ୍ୱର,୨୯/୦୧: ଯୁକ୍ତ ୨ ପାଠ୍ୟକ୍ରମର ହେବ ନବକଳେବର । ଜାତୀୟ ଶିକ୍ଷା ନୀତିକୁ ଆଧାର କରି ପ୍ରସ୍ତୁତ ହେବ ସିଲାବସ୍‌ । ପିଲାମାନେ ଏବେ ସର୍ବଭାରତୀୟ ସ୍ତରରେ ଶିକ୍ଷାକୁ ଗ୍ରହଣ କରିବେ । ପାଠ୍ୟକ୍ରମରୁ ବାଦ୍‌  ପଡ଼ିବ କିଛି ବିଷୟ ଏବଂ ଯୋଡ଼ାହେବ  ନୂତନ ବିଷୟବସ୍ତୁ । କେବଳ ଏତିକି  ନୁହେଁ ଧାର୍ଯ୍ୟ ସମୟରେ ପିଲାଙ୍କୁ  ଦିଆଯିବ ଶିକ୍ଷା । ଏଥିପାଇଁ ତିଆରି ହେବ  ଏକାଡେମିକ୍‌ କ୍ୟାଲେଣ୍ଡର । ଯେଉଁଥିରେ କେଉଁ ମାସରେ କଣ ପଢ଼ାଯିବ ଏବଂ  ତାହା ପଢ଼ା ହେଲାକି ନାହିଁ ତାକୁ  ଯାଞ୍ଚ ମଧ୍ୟ କରାଯିବ । ଏପରି ଦିଗର  ପଦକ୍ଷେପ ନେଉଛି ଉଚ୍ଚ ମାଧ୍ୟମିକ ଶିକ୍ଷା  ପରିଷଦ(ସିଏଚ୍‌ଏସ୍‌ଇ) । 

ଏନେଇ ଅଧ୍ୟାପକ, ବିଶେଷଜ୍ଞ, ଅବସରପ୍ରାପ୍ତ  ଅଧ୍ୟାପକଙ୍କୁ ନେଇ ଏକ କର୍ମଶାଳା  ହୋଇଛି । ଏଥିରେ ବିଶେଷଜ୍ଞ ମାନେ ସେମାନଙ୍କର ପ୍ରସ୍ତାବ ଦେଇଛନ୍ତି ।  ଏହାକୁ ସରକାରଙ୍କ ପାଖକୁ ଅନୁମୋଦନ  ଦିଆଯିବ । ଏପରିକି ଆସନ୍ତା ଶିକ୍ଷା ବର୍ଷରୁ ଏହାକୁ ଲାଗୁ କରିବାକୁ ଯୋଜନା ଚାଲିଛି  ବୋଲି ବୈଠକରେ ଯୋଗ ଦେଇଥିବା  ରାଜନୀତି ବିଜ୍ଞାନ ବିଶେଷଜ୍ଞ ଡ. ମାନସ ବେହେରା ସୂଚନା ଦେଇଛନ୍ତି । 

ଉଚ୍ଚ ଶିକ୍ଷାରେ ଉନ୍ନତି ଆଣିବା  ଦିଗରେ ସିଏଚ୍‌ଏସ୍‌ଇ ନୂଆ ଯୋଜନା  କରୁଛି । ଜାତୀୟ ଶିକ୍ଷା ନୀତି ୨୦୨୦  ଅନୁସାରେ ସିଲାବସ୍‌ ଅପଡେଟ୍‌  କରିବାକୁ ଚିନ୍ତା କରିଛି । ସର୍ବଭାରତୀୟ ସ୍ତରରେ ଆମ ରାଜ୍ୟର ଶିକ୍ଷାର୍ଥୀମାନେ  କିପରି ପ୍ରତିଯୋଗୀ ହୋଇପାରିବେ ସେ ଅନୁସାରେ ସିଲାବସ୍‌ ଗଠନ ହେବ । ଏପରିକି ବିଭିନ୍ନ ରାଜ୍ୟର ସିଲାବସ୍‌କୁ ଅନୁକରଣ କରାଯିବ । ବର୍ତ୍ତମାନ  ପିଲାଙ୍କ ପାଇଁ ଆବଶ୍ୟକ କରୁଥିବା  ବିଷୟବସ୍ତୁକୁ ପାଠ୍ୟକ୍ରମରେ ଯୋଡ଼ାଯିବ ।  ଯେପରି ରାଜନୀତି ବିଜ୍ଞାନରେ ଓଡ଼ିଶା  ରାଜନୀତିକୁ ଯୋଡ଼ିବାକୁ ଯୋଜନା  ହୋଇଛି । ସେହିପରି ବିଜ୍ଞାନରେ ଏଆଇ  ବିଷୟ ବସ୍ତୁକୁ ଯୋଡ଼ାଯିବ । 

ସିଲାବସ୍‌ରେ ଉପାଦେୟ ବିଷୟ ବସ୍ତୁ ରହିବ । ଗୋଟିଏ ବିଷୟକୁ  ୭୨ରୁ ୭୬ଟି କ୍ଲାସ୍‌ରେ ପଢ଼ାଯିବ । ଏଥିପାଇଁ ଏକାଡେମିକ୍‌ କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ । ଏହାକୁ କଲେଜ  କର୍ତ୍ତୃପକ୍ଷ ପାଳନ କରୁଛନ୍ତି କି ନାହିଁ, ତାର ତର୍ଜମା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସ୍ୱତନ୍ତ୍ର ଟିମ୍‌ କରିବେ । ଆସନ୍ତା ଶିକ୍ଷା ବର୍ଷରୁ ଏସବୁ ନୂତନତ୍ୱକୁ ଆପଣାଇବା ପାଇଁ ଯୋଜନା ଚାଲିଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.