ପ୍ରମୂଖ ଖବର

ଓଡିଶା ଅର୍ଥନୈତିକ ସଂଘର ବାର୍ଷିକ ସମ୍ମିଳନୀ : ’ଉଚ୍ଚ ଅଭିବୃଦ୍ଧି ଯାହା ସ୍ଥାୟୀ ନୁହେଁ ତାହା ଅର୍ଥପୂର୍ଣ୍ଣ ହେବ ନାହିଁ ’

ଭୁବନେଶ୍ବର,୧୦।୨ :  ଓଡିଶା ଅର୍ଥନୈତିକ ସଂଘର ୫୬ ତମ ବାର୍ଷିକ ସମ୍ମିଳନୀ ସମ୍ବଲପୁରଠାରେ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡ. ପି.କେ. ମିଶ୍ର ଯୋଗ ଦେଇଥିଲେ।  ସାମ୍ପ୍ରତିକ ବର୍ଷଗୁଡିକରେ ବିଶ୍ବ ଅର୍ଥନୀତିରେ ଦେଖା ଦେଇଥିବା ଅଦ୍ଭୁତ ଅସ୍ଥିରତା ଓ ଅନିଶ୍ଚିତତା ସମ୍ପର୍କରେ ଦର୍ଶାଇ ସମ୍ମିଳନୀରର ବିଷୟବସ୍ତୁ ‘ଏକ ଅନିଶ୍ଚିତ ବିଶ୍ବରେ ସ୍ଥାୟୀ ଅଭିବୃଦ୍ଧି ପାଇଁ  ମାର୍ଗ’ର ଗୁରୁତ୍ବ ଉପରେ ପ୍ରମୁଖ ସଚିବ ଆଲୋକପାତ କିରିଥିଲେ। 

୨୦୪୭ ସୁଦ୍ଧା ଭାରତ ଏକ ବିକଶିତ ରାଷ୍ଟ୍ରରେ ପରିଣତ ହେବାର ଯାତ୍ରା ଉପରେ ଗୁରୁତ୍ବାରୋପ କରିଥିଲେ। ଡ. ମିଶ୍ର ଉଚ୍ଚ ଅଭିବୃଦ୍ଧି ପଥ ହାସଲ କରିବା ସହିତ ସ୍ଥାୟୀ ବିକାଶ ପ୍ରାପ୍ତ କରିବାର ଗୁରୁତ୍ବ ଉପରେ ଆଲୋକପାତ କରି କହିଥିଲେ ଯେ ଉଚ୍ଚ ଅଭିବୃଦ୍ଧି ଯାହା ସ୍ଥାୟୀ ନୁହେଁ ତାହା ଅର୍ଥପୂର୍ଣ୍ଣ ହେବ ନାହିଁ।

ସାମ୍ପ୍ରତିକ ସମୟରେ ବିଶ୍ବ ଯୋଗାଣ ଶୃଙ୍ଖଳାରେ ପରିବର୍ତ୍ତନ, ସେବା, ବାଣିଜ୍ୟ ଏବଂ ନିଯୁକ୍ତିରେ କୃତ୍ରିମ ବୃଦ୍ଧିମତ୍ତାର ଆହ୍ବାନ ଏବଂ କାର୍ବନ ନିର୍ଗମନ ହ୍ରାସ ପରିପ୍ରେକ୍ଷୀରେ ଶକ୍ତି ପରିବର୍ତ୍ତନର ଆହ୍ବାନ ହେଉଛି ବିଶ୍ବସ୍ତରରେ ତିନୋଟି ଗୁରୁତ୍ବପୂଣ୍ଁ ଧାରା। 

ପ୍ରଧାନମନ୍ତ୍ରୀଙ୍କ ଭିଜନ ଅଫ ଇଣ୍ଡିଆ ୨୦୪୭କୁ ଦୋହରାଇ ଶ୍ରୀ କହିଥିଲେ ଯେ, ଭାରତ ମୁଣ୍ଡପିଛା ଆୟର ଆଶାନୁରୂପ ସ୍ତର ହାସଲ କରିବା ଠାରୁ ଆଗକୁ ଯାଇ ସମସ୍ତ ଦିଗରେ ଆତ୍ମନିର୍ଭରଶୀଳ ହେବା ଉଚିତ। ମହିଳାମାନେ ଭାରତର ବିକାଶ କାହାଣୀର ନେତୃତ୍ବ ନେବେ, ଅର୍ଥ ବ୍ୟବସ୍ଥା ଅଧିକ ସମାବେଶୀ ହେବ ଏବଂ ଅଭିନବ ହେବ। 

ସ୍ଥାୟୀ ବିକାଶ ପାଇଁ ଗତ ୧୦ ବର୍ଷ ମଧ୍ୟରେ ଭାରତ  ସରକାରଙ୍କ ପ୍ରୟାସ ଉପରେ ପ୍ରମୁଖ ଶାସନ ସଚିବ ଗୁରୁତ୍ବାରୋପ କରିଥିଲେ। ଏକ ସ୍ଥାୟୀ ଏବଂ ଉନ୍ନତ ଭବିଷ୍ୟତ ପାଇଁ ନୂତନ ଧାରଣା ଆପଣେଇବା ଉପରେ ଗୁରୁତ୍ବାରୋପ କରି ଭାରତ ନେତୃତ୍ବାଧୀନ ଜି-୨୦ ଅଧ୍ୟକ୍ଷତା  ଏହା ଅଭୂତପୂର୍ବ ବ୍ୟାପକତା ଏବଂ ସଫଳତା ପାଇଁ ବିଶ୍ବସ୍ତରରେ ସ୍ବୀକୃତି ଲାଭ କରିଛି ବୋଲି ସେ କହିଥିଲେ।

ଆହୁରି ପଢନ୍ତୁ : ଜନଜାତି କଳା ଓ ସଂସ୍କୃତି ଓଡ଼ିଶାର ସଂସ୍କୃତିକୁ ସମୃଦ୍ଧ କରିଛି : ମୁଖ୍ୟମନ୍ତ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.