ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

୧୨ରୁ ଓଡ଼ିଶା ମାଷ୍ଟର୍ସ-୨୦୨୩ ବ୍ୟାଡମିଣ୍ଟନ୍‌ , ଯୋଗ ଦେବେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ଖେଳାଳି

କଟକ,୦୯/୧୨: କ୍ରମାନ୍ୱୟରେ  ଦ୍ୱିତୀୟ ବର୍ଷ ପାଇଁ କଟକରେ ଆୟୋଜିତ ହେବାକୁ ଯାଉଛି ସମ୍ମାନଜନକ ବିଡବ୍ଲ୍ୟୁଏଫ୍‌ ଟୁର ସୁପର-୧୦୦ ଓଡ଼ିଶା ମାଷ୍ଟର୍ସ-୨୦୨୩ । ଆସନ୍ତା ୧୨ରୁ  ୧୭ ତାରିଖ ପର୍ଯ୍ୟନ୍ତ ଜବାହରଲାଲ୍‌  ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ  ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ ।  ଭାରତର ନାମିଦାମୀ ବ୍ୟାଡମିଣ୍ଟନ  ତାରକାଙ୍କ ସମେତ ବିଦେଶୀ ଖେଳାଳି ଅଂଶଗ୍ରହଣ କରିବେ । ଟୁର୍ଣ୍ଣାମେଣ୍ଟର ପୁରସ୍କାର ରାଶି ରହିଛି ୧ ଲକ୍ଷ ଡଲାର,  ଯାହା ଭାରତୀୟ ମୁଦ୍ରାରେ ପ୍ରାୟ ୮୪  ଲକ୍ଷ ଟଙ୍କା ହେବ । ଓଡ଼ିଶା ମାଷ୍ଟର୍ସ  ଏସିଆର ପ୍ରମୁଖ ଟୁର୍ଣ୍ଣାମେଣ୍ଟ ମଧ୍ୟରୁ  ଅନ୍ୟତମ ।  

ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ  ପକ୍ଷରୁ ଟୁର୍ଣ୍ଣାମେଣ୍ଟ ଆୟୋଜନ ନେଇ  ପ୍ରସ୍ତୁତି ଜୋରଦାର ଚାଲିଛି । ୨୦୨୨ରେ  ହୋଇଥିବା ପ୍ରଥମ ସଂସ୍କରଣ  ସଫଳ ହେବା ପରେ ପୁର୍ନବାର  କଟକରେ ଆୟୋଜନ କରିବାକୁ  ସ୍ଥିର କରାଯାଇଥିଲା । ଗତ  ସଂସ୍କରଣରେ ପୁରୁଷ ବର୍ଗରେ ଚାମ୍ପିଅନ କିରନ ଜର୍ଜ ଏବଂ ମହିଳା  ବର୍ଗରେ ଚାମ୍ପିଅନ ଉନ୍ନତି ହୁଡା ଟ୍ରଫି  ବଜାୟ ରଖିବା ଲକ୍ଷ୍ୟରେ ପୁଣି ଥରେ  ପ୍ରତିଯୋଗିତାକୁ ଓହ୍ଲାଇବେ । ସେହିପରି  ମହିଳା ଡବଲ୍ସରେ ଚାମ୍ପିଅନ ଗାୟତ୍ରୀ  ଗୋପୀଚାନ୍ଦ ଏବଂ ତ୍ରିଶା ଜୋଲି ମଧ୍ୟ  ଏଥର ଟାଇଟଲ୍‌ ଲାଗି ଟକ୍କର ଦେବେ।  

ରାଜ୍ୟ କ୍ରୀଡ଼ା ସଚିବ ଆର.ଭିନିଲ  କ୍ରିଷ୍ଣା କହିଛନ୍ତି, ‘କଟକରେ ପୁଣି  ଥରେ ଓଡି଼ଶା ମାଷ୍ଟର୍ସ ଆୟୋଜିତ  ହେବାକୁ ଯାଉଛି । ବ୍ୟାଡମିଣ୍ଟନ ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି ।  ଏହି ଖେଳର ପ୍ରଚାର, ପ୍ରସାର ପ୍ରତି  ଦିଗରେ ବିଶେଷ ଧ୍ୟାନ ରଖାଯାଇଛି ।  କ୍ରୀଡ଼ା ଭିତ୍ତିଭୂମିର ବିକାଶ ଯେତିକି  ଜରୁରୀ, ଏଭଳି ଅନ୍ତର୍ଜାତୀୟ ସ୍ତରର  ଟୁର୍ଣ୍ଣାମେଣ୍ଟ ଆୟୋଜନ ମଧ୍ୟ ସେତିକି  ଜରୁରୀ ରହିଛି ।’ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର  ଖେଳାଳିଙ୍କ ସହ ଘରୋଇ ଖେଳାଳିଙ୍କୁ  ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବାର  ସୁଯୋଗ ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.