ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବିଧାନସଭା ବଜେଟ୍ ଅଧିବେଶନ, ମଙ୍ଗଳବାର ଯାଏଁ ଗୃହ ମୁଲତବୀ ଘୋଷଣା କଲେ ବାଚସ୍ପତି

ଭୁବନେଶ୍ୱର ୦୫/୦୨: ବିଧାନସଭା ବଜେଟ ଅଧିବେଶନ  । ମଙ୍ଗଳବାର ଯାଏଁ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ଆସନ୍ତାକାଲିଠାରୁ ବିଭିନ୍ନ ପ୍ରସଙ୍ଗ ନେଇ ସରକାରଙ୍କୁ ଘେରିବାକୁ ଟାର୍ଗେଟ ରଖିଛନ୍ତି ବିରୋଧୀ । ହେଲେ ସେପଟେ ବିରୋଧୀଙ୍କୁ ବି ଚେକ୍‌ ଦେବାକୁ ରଣନୀତି ପ୍ରସ୍ତୁତ କରିଛି ଶାସକ ଦଳ ।

ସୂଚନା ମୁତାବକ, ସୋମବାର ଦିନ ଆରମ୍ଭ ହୋଇଥିଲା ଷୋଡ଼ଶ ବିଧାନସଭାର ଅନ୍ତିମ ଅଧିବେଶନ । ଯାହା ଆସନ୍ତା ୧୩ ତାରିଖ ଯାଏଁ ଚାଲିବ । ତେବେ ଆସନ୍ତା ୮ ତାରିଖରେ ବିଧାନସଭାରେ କାମଚଳା ବଜେଟ୍ ଉପସ୍ଥାପିତ କରିବେ ଅର୍ଥମନ୍ତ୍ରୀ । ଏହି ଅଧିବେଶନରେ ମୋଟ୍ ୭ଟି କାର୍ଯ୍ୟଦିବସ ରହିଛି।

ବଜେଟ ଅଧିବେଶ ପ୍ରରାମ୍ଭରେ ଅଭିଭାଷଣ ରଖିଥିଲେ ରାଜ୍ୟପାଳ ରଘୁବର ଦାସ। ଅଧିବେଶନ ଆରମ୍ଭରୁ ଦିବଂଗତ ପୂର୍ବତନ ସଦସ୍ୟଙ୍କୁ ରାଜ୍ୟପାଳ ରଘୁବର ଦାସ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଯବାନମାନଙ୍କୁ ମଧ୍ୟ ରାଜ୍ୟପାଳ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଚଳିତ ଅଧିବେଶନରେ ରାଜ୍ୟପାଳ ରଘୁବର ଦାସ ହିନ୍ଦୀ ଭାଷା‌ରେ ମୋଟ ୧ ଘଣ୍ଟା ୨୮ ମିନିଟ୍‌ର ଭାଷଣ ଦେଇଛନ୍ତି । ଦିନ ୧୧ଟାରୁ  ଭାଷଣ ଆରମ୍ଭ ହୋଇ ୧୨ଟା ୫୮ରେ ସରିଛି । ମୋଟ ୫୬ ପୃଷ୍ଠାର ଭାଷଣ ପଢ଼ିଲେ ରାଜ୍ୟପାଳ । ଯେଉଁଥିରେ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ ଉପଲବ୍ଧି ସଂପର୍କର କହିଥିଲେ ।

ଅନ୍ୟପଟେ ରାଜ୍ୟପାଳଙ୍କ ଭାଷଣକୁ ପ୍ରତିବାଦ କରି କକ୍ଷତ୍ୟାଗ କରିଛି କଂଗ୍ରେସ ବିଧ୍ୟାୟକ । ରାଜା ମହାରାଜା ଅମଳ ଭଳି ପ୍ରଶଂସା କାର୍ଯ୍ୟକ୍ରମ କରାଯାଇଛି । ଏହାକୁ ବିରୋଧ କରି କକ୍ଷତ୍ୟାଗ କରୁଛୁ ବୋଲି କଂଗ୍ରେସ‌ ନରସିଂହ ମିଶ୍ର କହିଛନ୍ତି ।


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.