ଭୁବନେଶ୍ୱର,୦୩/୧୨: ଓଡ଼ିଶାର ଏକ ଜଙ୍ଗଲରେ କଳା ମହାବଳ ବାଘ ଯୋଡ଼ି ଦୃଶ୍ୟମାନ ହୋଇଛନ୍ତି । ବାଘ ଗଣନା ପାଇଁ ଖଞ୍ଜାଯାଇଥିବା ଟ୍ରାପ୍ କ୍ୟାମେରାରେ ଏହି ଦୃଶ୍ୟ ଉତ୍ତୋଳିତ ହୋଇଛି । ପିସିସିଏଫ୍ ସୁଶାନ୍ତ ନନ୍ଦ ସୋସିଆଲ ମିଡିଆରେ ଏହାର ଫଟୋ ପୋଷ୍ଟ କରିବା ସହ ଏହାକୁ ‘ସୁଡୋ ମେଲାନିଷ୍ଟିକ୍ ଟାଇଗର’ ଭାବେ ଉଲ୍ଲେଖ କରିଛନ୍ତି । ଅବଶ୍ୟ କେଉଁ ଜଙ୍ଗଲର ଦୃଶ୍ୟ ତାହା ସେ ଉଲ୍ଲେଖ କରିନାହାନ୍ତି ।
ଉଲ୍ଲେଖଯୋଗ୍ୟ, ଓଡ଼ିଶାର ଶିମିଳିପାଳ ଜାତୀୟ ଉଦ୍ୟାନରେ ହିଁ କେବଳ କଳା ମହାବଳ ଦେଖାଯାଇଥାନ୍ତି । ଯାହାକି ବିଭିନ୍ନ ସମୟରେ ଜାତୀୟ ସ୍ତରରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ଦୁଇ ଦିନ ତଳେ ଶ୍ରୀ ନନ୍ଦ କେନ୍ଦ୍ର ଓଡ଼ିଶାର ଏକ ଜଙ୍ଗଲରେ କଳା କଲରାପତରିଆ ଠାବ ହୋଇଥିବା ନେଇ ଫଟୋ ପୋଷ୍ଟ କରିଥିଲେ ମଧ୍ୟ ତାହା କେଉଁ ଜଙ୍ଗଲର ଉଲ୍ଲେଖ କରି ନଥିଲେ । ଅବଶ୍ୟ, ତାହା ସାତକୋଶିଆ ଜଙ୍ଗଲରେ ଠାବ ହୋଇଥିବା ବିଭାଗୀୟ ଅଧିକାରୀଙ୍କ ଠାରୁ ସୂଚନା ମିଳିଥିଲା । ଅତୀତରେ ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଜଙ୍ଗଲରେ ମଧ୍ୟ କଳା କଲରାପତରିଆ ଠାବ ହୋଇଥିଲେ ।