ପ୍ରମୂଖ ଖବର
  • ଶ୍ରୀମନ୍ଦିର ଗର୍ଭଗୃହର ଭିଡିଓ ଭାଇରାଲ୍ ଘଟଣା: ସିଂହଦ୍ୱାର ଥାନାରେ ମାମଲା ରୁଜୁ
  • ||
  • ହଂସପାଳ ଓଭରବ୍ରିଜ୍‌ରେ ଭୁବନେଶ୍ୱରରୁ କଟକକୁ ଗଡ଼ିବ ଗାଡ଼ି, ଉଦ୍‌ଘାଟନ କଲେ ଅପରାଜିତା ଷଡ଼ଙ୍ଗୀ
  • ||
  • ବୌଦ୍ଧ : ସଙ୍ଘବଦ୍ଧ ଆକ୍ରମଣ କରି ଯୁବକଙ୍କୁ ହତ୍ୟା, ୪ ଅଟକ
  • ||
  • ପୁରୀ : ଶିରୁଳି ମହାବୀର ମନ୍ଦିରରୁ ଚୋରି, ହୁଣ୍ଡି ଭାଙ୍ଗି ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • କଟକ : ଅଜଣା ଗାଡ଼ିକୁ ଧକ୍କା ଦେଲା ଡାଲା ଅଟୋ, ହେଲ୍ପର ମୃତ
  • ||
  • ଛତିଶଗଡ଼ ଗରିଆବନ୍ଧରେ ଏନକାଉଣ୍ଟର: ୧୪ ମାଓବାଦୀ ନିହତ, ବଢ଼ିପାରରେ ମୃତ୍ୟୁସଂଖ୍ୟା
  • ||
  • ଲମତାପୁଟ : ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ
  • ||
  • ନିଖୋଜ ଯୁବତୀ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ଘଟଣା: ନ୍ୟାୟ ଦାବିରେ ୧୨ ଘଣ୍ଟିଆ ବରଗଡ଼ ବନ୍ଦ, ଏବେ ବି ମୁଖ୍ୟ ଅଭିଯୁକ୍ତ ଫେରାର
  • ||
  • ଟ୍ୱିନ୍‌ ସିଟିରେ ବ୍ଲକିଂ ଚେକିଂ କଡ଼ାକଡ଼ି, ରାତି ଅଧିଆ ତନାଘନା କଲା କମିଶନରେଟ୍‌ ପୋଲିସ
  • ||
  • ବଙ୍ଗୋପସାଗରରେ ଗୁରୁଚାପ ବଳୟ ପ୍ରଭାବ: ବୁଧବାରଠାରୁ କମିବ ଶୀତ, ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା
  • ||

ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଆନ୍ଦୋଳନକୁ ନା’, ଆଗାମୀ ୬ ମାସ ପର୍ଯ୍ୟନ୍ତ ଲାଗୁ ହେଲା ଏସ୍‌ମା

Published By : Prameya | December 7, 2023 8:19 AM

ଭୁବନେଶ୍ୱର,୦୭/୧୨: ଆଗକୁ ନିର୍ବାଚନ । ନିର୍ବାଚନ ପାଖଉଥିବାରୁ ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଥିବା କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇପାରନ୍ତି । ଏହା ସ୍ୱାସ୍ଥ୍ୟ ସେବାକୁ ପ୍ରଭାବିତ କରିବ । ଏଭଳି ଗନ୍ଧ ବାରିଛନ୍ତି ରାଜ୍ୟ ସରକାର । ଏଥିପାଇଁ ଅକଳରେ ପଡ଼ିବା ଆଗରୁ ସରକାର କଠୋର ହୋଇଛନ୍ତି । ଲାଗୁ କରିଛନ୍ତି ଏସ୍‌ମା (ଓଡ଼ିଶା ଜରୁରୀ ସେବା ମେଣ୍ଟେନାନ୍ସ ଆକ୍ଟ) । ଆଗାମୀ ୬ ମାସ ଯାଏ ସ୍ୱାସ୍ଥ୍ୟ ସେବା ସହ ସମ୍ବନ୍ଧୀୟ କୌଣସି କର୍ମଚାରୀ ଆନ୍ଦୋଳନ କରିପାରିବେନି ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି ।

ଆଜି ଗୃହ ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ସରକାରୀ ହସ୍ପିଟାଲ, ଡିସପେନସାରୀ, ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ, ଉପଖଣ୍ଡ ହସ୍ପିଟାଲ, ସିଏଚ୍‌ସି, ପିଏଚ୍‌ସି,  ପୌର ହସ୍ପିଟାଲ, ଇଏସଆଇ ହସ୍ପିଟାଲ, ମେଡିକାଲ କଲେଜ ଓ ହସ୍ପିଟାଲ, ସରକାରୀ ପରିଚାଳିତ ସ୍ୱୟଂଶାସିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ, ସରକାରଙ୍କଠାରୁ ଅନୁଦାନ ପାଉଥିବା ସ୍ୱାସ୍ଥ୍ୟ ପ୍ରତିଷ୍ଠାନ, ଏଏଚ୍‌ଆରସିସି, ଆଞ୍ଚଳିକ ମେରୁଦଣ୍ଡ ଆଘାତ କେନ୍ଦ୍ର, ଜେଲ ହସ୍ପିଟାଲ, ପୁଲିସ ହସ୍ପିଟାଲରେ କାମ କରୁଥିବା ସମସ୍ତ ନର୍ସ, ପାରାମେଡିକ୍ସ, ଟେକ୍ନିସିଆନ୍‌, ଅନ୍ୟ କ୍ଲାସ୍‌-୩ ଓ କ୍ଲାସ୍‌-୪ କର୍ମଚାରୀ, ଠିକା କର୍ମଚାରୀ, ସ୍ୱାସ୍ଥ୍ୟ ସେବା ପରିଚାଳନା ସହ ଜଡ଼ିତ ସମସ୍ତ କର୍ମଚାରୀଙ୍କ ପାଇଁ ଏସ୍‌ମା ଲାଗୁ ହେବ । କେହି ବି ସ୍ୱାସ୍ଥ୍ୟ ସେବାରେ ବାଧା ଦେବା ଭଳି କାମ କରିବେନି ବା ଆନ୍ଦୋଳନ କରିବା ଉଦ୍ଦେଶ୍ୟରେ ନିଜ କାମ ବନ୍ଦ କରି ପାରିବେନି ।  ସ୍ୱାସ୍ଥ୍ୟସେବା ଯେଭଳି  ବ୍ୟାହତ ନ ହେବ ଓ ରୋଗୀ ଚିକିତ୍ସାରେ ସମସ୍ୟା ନ ହେବ ସେଥିପାଇଁ ସରକାର ଏହି ପଦକ୍ଷେପ ନେଇଛନ୍ତି । ଆସନ୍ତା ୬ ମାସ ପାଇଁ ଏସ୍‌ମା ବଳବତ୍ତର ରହିବ ବୋଲି ଜାରି ହୋଇଥିବା ବିଜ୍ଞପ୍ତିରେ କୁହାଯାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.