ପ୍ରମୂଖ ଖବର
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଚାପି ହୋଇ ଚାଲିଗଲା ୨ ଜୀବନ, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ବୃଦ୍ଧ ବାପାକୁ ପିଟିପିଟି ହତ୍ୟା କଲା ସାନ ପୁଅ, କାରଣ ଅସ୍ପଷ୍ଟ

ସମ୍ବଲପୁର, ୨୭।୦୨: ବୃଦ୍ଧ ବାପାକୁ ହତ୍ୟା କଲା ସାନ ପୁଅ। ସମ୍ବଲପୁର ସଦର ଥାନା ଘେନୁପାଲି ଗାଁରେ ଏହି ଅଘଟଣ ଘଟିଛି। ହତ୍ୟା କରିବା ପରେ ଅଭିଯୁକ୍ତ ପୁଅ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାନୁଯାୟୀ, ସୋମବାର ବିଳମ୍ବିତ ରାତିରେ ଘେନୁପାଲି ଗାଁରେ କୌଣସି କାରଣକୁ ନେଇ ବାପ-ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହି ଝଗଡ଼ାରେ ପୁଅ ରାଗି ଯାଇ ବାପାଙ୍କୁ ପ୍ରବଳ ମାଡ ମାରିଥିଲା । ଯେଉଁଥିରେ ବାପା ଲିଙ୍ଗରାଜ କୁମୁରା ଅଚେତ ଅବସ୍ଥାରେ ପଡି ରହିଥିଲେ । ଏହାପରେ ତାଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ସେପଟେ ହତ୍ୟାକାଣ୍ଡ ପରେ ପୁଅ ଅମୁଲ୍ୟ କୁମୁରା ଘଟଣାସ୍ଥଳରୁ ଫେରାର ମାରିଛି ।  ଏବେ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାର ଛାନଭିନ୍ ଜାରି ରଖିଛି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.