ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

ବର୍ଷା ପରେ ଦୀପାବଳିରେ ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି, ୪୦୦ରୁ ୧୦୦କୁ ଖସିଲା ଏୟାର କ୍ୱାଲିଟି ଇଣ୍ଡେକ୍ସ

ନୂଆଦିଲ୍ଲୀ, ୧୦/୧୧: ଦୀପାବଳି ପୂର୍ବରୁ ଦିଲ୍ଲୀବାସୀଙ୍କୁ ଏକପ୍ରକାର ଆଶ୍ୱସ୍ତି ମିଳିଛି । ଦିଲ୍ଲୀ-ଏନସିଆରରେ ସାରା ରାତି ହୋଇଛି ଝିପିଝିପି ବର୍ଷା । ପାଗରେ ପରିବର୍ତ୍ତନ ପରେ ତାପମାତ୍ରା ମଧ୍ୟ ଖସିଛି । ଏଥିସହ ପ୍ରଦୂଷଣରୁ ମିଳିଛି ଆଶ୍ୱସ୍ତି । ଦିଲ୍ଲୀର ଅନେକ ଅଞ୍ଚଳରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ରୁ ୧୦୦କୁ ଖସି ଆସିଛି । ଆଜି ମଧ୍ୟ ଦିଲ୍ଲୀରେ ବର୍ଷା ହେବା ସମ୍ଭାବନା ରହିଛି ।

ବହାଦୂରଗଡ଼, ଗୁରୁଗ୍ରାମ, ମାନେସର ସମେତ ଦିଲ୍ଲୀ-ଏନସିଆରର କିଛି ସ୍ଥାନରେ ରାତିରେ ବର୍ଷା ହୋଇଥିବା କହିଛି ପାଣିପାଗ ବିଭାଗ । ଏଥିସହ ହରିୟାଣାର ରୋହତକ ଓ ଅନ୍ୟ ଅଞ୍ଚଳରେ ବର୍ଷା ହୋଇଛି । ଫଳରେ ବାୟୁ ପ୍ରଦୂଷଣ ସ୍ତର ଖସିଛି । 

ବଙ୍ଗୋପସାଗରରେ ଆସୁଛି ଲଘୁଚାପ, ୧୫ରୁ ବର୍ଷା ସମ୍ଭାବନା

ପାଣିପାଗ ବିଭାଗର ଆକଳନ ଅନୁସାରେ, ଶୁକ୍ରବାର ଦିଲ୍ଲୀର ଆକାଶରେ ବାଦଲ ରହିବ ଏବଂ ହାଲକା ବର୍ଷା ହେବାର ସମ୍ଭାବନା ରହିଛି । ଦିଲ୍ଲୀରେ ଗୁରୁବାର ବାୟୁ ପ୍ରଦୂଷଣ ସ୍ତର ହାରାହାରି ୪୩୭ ରହିଥିଲା । ଯାହାକି ଗମ୍ଭୀର ଶ୍ରେଣୀର ପ୍ରଦୂଷଣ । 

ଦିଲ୍ଲୀରେ ବାୟୁ ପ୍ରଦୂଷଣକୁ ଦେଖି ସରକାର କୃତ୍ରିମ ବର୍ଷା କରାଇବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ନଭେମ୍ବର ୨୦ ଓ ୨୧ରେ ଦିଲ୍ଲୀ ଓ ଆଖପାଖ ଅଞ୍ଚଳରେ କୃତ୍ରିମ ବର୍ଷା କରାଯିବାକୁ ନିଷ୍ପତ୍ତି ବି ହୋଇଛି । ଏଥିପାଇଁ କାନପୁର ଆଇଆଇଟି ସହ ଦିଲ୍ଲୀ ସରକାର ଆଲୋଚନା କରିଥିବା ବେଳେ ଏଥିରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେବ ।

ଦ୍ରୁତ ଗତିରେ ଆସି ଡିଭାଇଡରରେ ପିଟିହେଲା ଆମ୍ବୁଲାନ୍ସ, ଡ୍ରାଇଭର୍ ଫେରାର୍

ଏବେ ଦିଲ୍ଲୀରେ ପ୍ରଦୂଷଣକୁ ଦେଖି ଗ୍ରାପର ଚତୁର୍ଥ ପର୍ଯ୍ୟାୟ ଲାଗୁ କରାଯାଇଛି । ବିଦ୍ୟାଳୟ ଗୁଡ଼ିକ ବନ୍ଦ ରହିଥିବା ବେଳେ ଯାନବାହାନ ଚଳାଚଳ ଉପରେ ଲାଗିଛି କଟକଣା । ଅନ୍ୟ ରାଜ୍ୟରେ ପଞ୍ଜିକୃତ ଅନଲାଇନ୍ ଆପ୍ ବେସଡ୍ ଟ୍ୟାକ୍ସି ପ୍ରବେଶ ଉପରେ ପ୍ରତିବନ୍ଧକ ଲଗା ଯାଇଛି ।

Copyright © 2022 - Summa Real Media Private Limited. All Rights Reserved.