ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଧାନମନ୍ତ୍ରୀ ମୋଦି ପୁଣି ହେଲେ ଦୁନିଆର ସବୁଠୁ ଲୋକପ୍ରିୟ ନେତା , ମିଳିଲା ୭୬ ପ୍ରତିଶତ ରେଟିଂ : ସର୍ଭେ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ବିଶ୍ୱର ସବୁଠୁ ଲୋକପ୍ରିୟ ନେତା ହୋଇଛନ୍ତି। ଗ୍ଲୋବାଲ ଲିଡର ଆପ୍ରୁଭାଲ ରେଟିଂ ମୁତାବିକ, ପ୍ରଧାନମନ୍ତ୍ରୀ ମୋଦି ୭୬ ପ୍ରତିଶତ ରେଟିଂ ସହ ପୁଣି ଥରେ ଲୋକପ୍ରିୟତାରେ ଦୁନିଆର ଶୀର୍ଷ ସ୍ତରୀୟ ନେତା ପାଲଟି ଯାଇଛନ୍ତି। ଏହି ରେଟିଂ ୨୯ ନଭେମ୍ୱରରୁ ୫ ଡିସେମ୍ୱରର ଡାଟା ଆଧାରରେ ପ୍ରକାଶିତ କରାଯାଇଛି। ଏହି ଆପ୍ରୁଭାଲ ରେଟିଂର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଡିସଆପ୍ରୁଭାଲ ରେଟିଂ ମଧ୍ୟ ଅନ୍ୟ ନେତାଙ୍କ ଠାରୁ କମ୍‌ ଅଛି। 


ରେଟିଂ ମୁତାବିକ, ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ଦ୍ୱିତୀୟ ନମ୍ୱରରେ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେଜ୍‌ ମ୍ୟାନୁଏଲ, ୩ୟରେ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଅଲେନ୍‌ ବରସେଟ୍‌, ବ୍ରାଜିଲର ରାଷ୍ଟ୍ରପତି ଲୁଲା ଦା ସିଲଭା , ଅଷ୍ଟ୍ରେଲିଆନ୍‌ ପ୍ରଧାନମନ୍ତ୍ରୀ  ଏନ୍ଥନୀ ଏଲବନିଜ୍‌ ଓ ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀ ଅଛନ୍ତି। ଏହି ରେଟିଂ ଭିନ୍ନ ଭିନ୍ନ ଦେଶର ଆଡଲ୍ଟ ପପୁଲେସନର ରେଟିଂ ଆଧାରରେ ବାହାର କରାଯାଏ । ପ୍ରତି ଦେଶରେ ସାମ୍ପଲ ସାଇଜ ଅଲଗା ହୋଇଥାଏ । 


କହି ରଖୁଛୁ କି , ଏହି ରେଟିଂରେ ଟପ୍‌ ୭ରେ ନା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାଁ ଅଛି ନା ଚୀନର ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କର ନାଁ ଅଛି। ଏହା ପୂର୍ବରୁ ସେପ୍ଟେମ୍ୱରରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ଲୋକପ୍ରିୟତା ଟପ୍‌ରେ ଥିଲା। ସେତେବେଳେ ମଧ୍ୟ୨ୟ ନମ୍ୱରରରେ ସ୍ୱିଜରଲ୍ୟାଣ୍ଡର ରାଷ୍ଟ୍ରପତି ଏଲେନ ବର୍ସେଟ ହିଁ ଥିଲେ । ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସେତେବେଳେ ୭ମ ସ୍ଥାନରେ ରହିଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.