ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

କେମିତି ଫିଟିବ ଫିଲିସ୍ତିନ ମାମଲାରେ ସମାଧାନର ବାଟ ? ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲୀୟ ରାଷ୍ଟ୍ରପତିଙ୍କୁ ଦେଲେ ଏହି ପରାମର୍ଶ

ଦୁବାଇ : ଇସ୍ରାଏଲ ଓ ହମାସ ମଧ୍ୟରେ ଯୁଦ୍ଧ ଭିତରେ ଭାରତକୁ ଅନେକ ଦେଶ ଶାନ୍ତି ପ୍ରତିଷ୍ଠା କରିବା ପାଇଁ ପ୍ରୟାସ କରିବା କଥା କହିଛନ୍ତି। COP28 ସମିତି ବୈଠକ ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇସ୍ରାଏଲର ରାଷ୍ଟ୍ରପତି ଇସହାକ ହର୍ଜୋଗଙ୍କ ମଧ୍ୟରେ ୟୁଏଇରେ ସାକ୍ଷାତ୍‌ ହୋଇଛି। ଉଭୟଙ୍କ ମଧ୍ୟରେ ହମାସ ସହ ଚାଲୁଥିବା ଯୁଦ୍ଧକୁ ନେଇ କଥାବାର୍ତ୍ତା ହୋଇଛି।

୭ ଅକ୍ଟୋବରରେ ଇସ୍ରାଏଲରେ ହୋଇଥିବା ରକ୍ତାକ୍ତ କାଣ୍ଡକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି ଏବଂ ହର୍ଜୋଗଙ୍କୁ ଆଲୋଚନା ଓ ରଣନୀତିକ ପ୍ରକ୍ରିୟା ମାଧ୍ୟମରେ ସମସ୍ୟାର ସମାଧାନ ବାହାର କରିବାକୁ ପରାମର୍ଶ ଦେଇଛନ୍ତି।

ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ ଏକ୍ସ (ଟ୍ୱିଟର)ରେ ଲେଖିଛନ୍ତି , ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇସହାକ ହର୍ଗୋଜଙ୍କ ମଧ୍ୟରେ ଦୁବାଇରେ ସାକ୍ଷାତ ହୋଇଛି। ଉଭୟ ନେତା ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ନିଜ ନିଜର ବିଚାର ସେୟାର କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଇସ୍ରାଏଲରେ ହେବାକୁ ଥିବା ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଏବଂ ଏହାସହ ପଣବନ୍ଦୀଙ୍କ ମୁକ୍ତ ପାଇଁ ଶୁଭେଚ୍ଛା ମଧ୍ୟ ଦେଇଛନ୍ତି। ଭାରତ ଟୁ ଷ୍ଟେଟ୍‌ ସଲ୍ୟୁସନର କଥାକୁ ଦୋହରାଇଛି।

ବାଗଚୀ କହିଛନ୍ତି , ପ୍ରଧାନମନ୍ତ୍ରୀ ମୋଦି ପ୍ରଭାବିତ ଲୋକଙ୍କ ଯାଏ ଲଗାତାର ଓ ସୁରକ୍ଷିତ ମାନବୀୟ ସହାୟତା ପହଞ୍ଚାଇବା କଥା ଦୋହରାଇଛନ୍ତି। ଏହା ବ୍ୟତୀତ ଭାରତ ପକ୍ଷରୁ ଟୁ ଷ୍ଟେଟ୍‌ ସଲ୍ୟୁସନ ପକ୍ଷରୁ ଧ୍ୟାନ ଦେବା ଓ ଆଲୋଚନା ମାଧ୍ୟମରେ ଫିଲିସ୍ତିନ ମାମଲାର ସମାଧାନ ବାହାର କରିବାକୁ ପରମର୍ଶ ଦେଇଛନ୍ତି। 

କହି ରଖୁଛୁ କି, ଇସ୍ରାଏଲର କହିବା ହେଲା କି, ହମାସର ହମଲାରେ ୧୨୦୦ ଲୋକଙ୍କ ଜୀବନ ଯାଇଥିଲା। ଏହାପରେ ଇସ୍ରାଏଲ ମଧ୍ୟ ପାଲଟ ଆକ୍ରମଣ ଆରମ୍ଭ କରିଛି ଏବଂ ଗାଜାରେ ଅତି କମ୍‌ରେ ୧୩୦୦୦ ଲୋକଙ୍କ ଜୀବନ ଚାଲିଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.