ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ପ୍ରଧାନମନ୍ତ୍ରୀଙ୍କ ଦୃଢ଼ୋକ୍ତି, ନିର୍ବାଚନ ଫଳାଫଳ ପରେ ଦୌଡ଼ିବ ସେୟାର ବଜାର, ୭୫ ହଜାର ଛୁଇଁଛି ସେନ୍‌ସେକ୍ସ

ମୁମ୍ବାଇ,୨୧/୦୫: ଜୁନ୍‌ ୪ରେ ଲୋକସଭା ନିର୍ବାଚନ ଫଳାଫଳ ଆସିବା ପରେ ସେୟାର ବଜାରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ସାକ୍ଷାତ୍‌କାର ଅବସରରେ ଏହା କହିଛନ୍ତି । 

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ନିର୍ବାଚନୀ ସପ୍ତାହରେ ଅବା ଫଳାଫଳ ଘୋଷଣା ସପ୍ତାହରେ ବଜାରର ପ୍ରଦର୍ଶନ ଦେଖାଇବ ଯେ, କେଉଁ ଦଳ କ୍ଷମତାକୁ ଆସୁଛି । 

ମୋଦି ଆହୁରି କହିଲେ ଯେ, ୧୦ ବର୍ଷ ତଳେ  ଯେତେବେଳେ ଆମେ ସରକାର ଗଢ଼ିଲୁ ସେତେବେଳେ ସେନ୍‌ସେକ୍ସ ୨୫,୦୦୦ ପଏଣ୍ଟ ସ୍ତରରେ ଥିଲା ଏବଂ  ଏବେ ଏହା ୭୫,୦୦୦ ପଏଣ୍ଟରେ ପହଞ୍ଚିଛି ।  ରାଷ୍ଟ୍ରାୟତ୍ତ ବ୍ୟାଙ୍କ ସେୟାରଗୁଡ଼ିକର ମୂଲ୍ୟ ବଢୁଛି ।  କେତେକ ସରକାରୀ କମ୍ପାନିଗୁଡ଼ିକର ସେୟାର ମୂଲ୍ୟ  ଗତ ଦୁଇ ବର୍ଷରେ ୧୦ ଗୁଣାରୁ ଅଧିକ ବୃଦ୍ଧି ପାଇଛି ।  

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ ମେ’  ୨୬ରେ ପ୍ରଥମ ପାଳି ପ୍ରଧାନମନ୍ତ୍ରୀ ହୋଇଥିଲେ ।  ସେବେଠାରୁ ବର୍ତ୍ତମାନ ମଧ୍ୟରେ ବଜାରରେ ବଡ଼  ବୃଦ୍ଧି ଦେଖିବାକୁ ମିଳିଛି । ମୋଦି କହିଲେ ଯେ,  ସରକାର ରାଷ୍ଟ୍ରାୟତ୍ତ ସଂସ୍ଥାଗୁଡ଼ିକରେ ବ୍ୟାପକ  ସଂସ୍କାର ଆଣିଛନ୍ତି । ଷ୍ଟକ୍‌ ବଜାରରେ ପିଏସ୍‌ୟୁଗୁଡ଼ିକର  ସେୟାର ମୂଲ୍ୟରେ ବହୁ ଗୁଣା ବୃଦ୍ଧି ଘଟିଛି ।  

ଏ ଅବସରରେ ପ୍ରଧାନମନ୍ତ୍ରୀ ହିନ୍ଦୁସ୍ତାନ  ଏରୋନଟିକ୍ସ ଲିମିଟେଡ୍‌(ହାଲ୍‌)ର ଉଦାହରଣ  ଦେଇଛନ୍ତି  । ସେ କହିଛନ୍ତି ଯେ, ଯେଉଁ କମ୍ପାନିକୁ କ୍ଷତି  ପହଞ୍ଚାଇବା ପାଇଁ ବିରୋଧୀମାନେ ଅନେକ ଉଦ୍ୟମ  କରିଥିଲେ, ଶ୍ରମିକଙ୍କୁ ପ୍ରବର୍ତ୍ତାଇବାର ଉଦ୍ୟମ କରିଥିଲେ  ଉକ୍ତ କମ୍ପାନି ଚତୁର୍ଥ ତ୍ରୟମାସରେ ରେକର୍ଡ ୪୦୦୦  କୋଟିର ଲାଭ ହାସଲ କରିଛି । ଏହା ଏକ ବଡ଼ ପ୍ରଗତି ।  

ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍‌ ଅର୍ଥାତ୍‌  ହାଲ୍‌ ମେ’ ୧୬ରେ ଏହାର ଆର୍ଥିକ ଫଳାଫଳ  ପ୍ରକାଶ କରିଛି । ୨୦୨୩-୨୪ ଆର୍ଥିକବର୍ଷର ଚତୁର୍ଥ  ତ୍ରୟମାସ(ଜାନୁଆରୀ-ମାର୍ଚ୍ଚ)ରେ କମ୍ପାନିର ଲାଭ  ବାର୍ଷିକ ଆଧାରରେ ୫୨% ବଢ଼ି ୪,୩୦୮ କୋଟି ଟଙ୍କା  ରହିଛି । ବର୍ଷେ ପୂର୍ବେ ସମାନ ତ୍ରୟମାସରେ ଏହାର  ସାମଗ୍ରିକ ନେଟ୍‌ ଲାଭ ୨,୮୩୧ କୋଟି ଟଙ୍କା ଥିଲା ।  

ଏହା ପୂର୍ବରୁ ଏକ ସାକ୍ଷାତ୍‌କାରରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ ଯେ, ସେୟାର ବଜାରର ଗତିକୁ ନେଇ ଅନୁମାନ ଲଗାଯାଇପାରିବ ନାହିଁ କିନ୍ତୁ  ସାଧାରଣତଃ ଯେତେବେଳେ କେନ୍ଦ୍ରରେ ଏକ ସ୍ଥିର ସରକାର ରହିଥାଏ ସେତେବେଳେ ବଜାରରେ ଦ୍ରୁତ  ବୃଦ୍ଧି ଦେଖିବାକୁ ମିଳେ । ସେ ଆହୁରି କହିଥିଲେ  ଯେ, ବିଜେପି ୪୦୦ରୁ ଅଧିକ ସିଟ୍‌ ଜିତିବ,ଏକ ସ୍ଥିର ମୋଦି ସରକାର ଆସିବ ଏବଂ ଏହିଭଳି ଭାବେ ବଜାରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.