ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

‘ଜନତା ଜନାର୍ଦ୍ଦନଙ୍କୁ ପ୍ରଣାମ’: ୪ ରାଜ୍ୟର ନିର୍ବାଚନୀ ଫଳାଫଳକୁ ନେଇ କଣ କହିଲେ ପ୍ରଧାନମନ୍ତ୍ରୀ ମୋଦୀ…

ନୂଆଦିଲ୍ଲୀ: ୪ ରାଜ୍ୟର ନିର୍ବାଚନ ଫଳାଫଳ ପ୍ରାୟ ସ୍ପଷ୍ଟ ହୋଇଗଲାଣି । ଛତିଶଗଡ଼, ମଦ୍ୟପ୍ରଦେଶ  ଓ ରାଜସ୍ଥାନରେ ବିଜେପ ଏବଂ ତେଲେଙ୍ଗାନାରେ କଂଗ୍ରେସ ସରକାର ଗଢ଼ିବାକୁ ଯାଉଥିବା ଜଣାପଡ଼ିଛି । ନିର୍ବାଚନୀ ଫଳାଫଳ ଦେଖିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ସେ ଜନତା-ଜନାର୍ଦ୍ଦନଙ୍କୁ ପ୍ରଣାମ କରିଛନ୍ତି । ଏହା ସହ ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡ଼ର ଫଳାଫଳ ପ୍ରମାଣ କରୁଛି ଯେ ଦେଶର ଜନତା କେବଳ ସୁଶାସନ ଓ ବିକାଶର ରାଜନୀତିରେ ଭରସା କରୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ।

 ମୋଦୀ ଆହୁରି କହିଛନ୍ତି, ‘ବିଜେପ ଉପରେ ସ୍ନେହ, ବିଶ୍ବାସ ଏବଂ ଆଶୀର୍ବାଦ ବର୍ଷା କରିଥିବାରୁ ଏହି ରାଜ୍ୟର ପରାବାରଜନଙ୍କୁ ବିଶେଷ କରି ମା-ଭଉଣୀ-ଝିଅ ଏବଂ ଯୁବ ଭୋଟର୍ସଙ୍କୁ ହୃଦୟରୁ ଧନ୍ୟବାଦ ଜଣାଉଛି । ମୁଁ ଭରସା ଦେଉଛି ଆପଣଙ୍କ କଲ୍ୟାଣ ପାଇଁ ଆମେ ନିରନ୍ତର କାର୍ଯ୍ୟ ଜାରି ରଖିବୁ ।’  ଏହା ବ୍ୟତୀତ ଅକ୍ଳାନ୍ତ ପରିଶ୍ରମ ଲାଗି ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି ମୋଦୀ । 

ବିଜେପିର ବିକାଶ ଏବଂ ଗରିବ କଲ୍ୟାଣ ଯୋଜନାକୁ ଆପଣମାନେ ଯେଉଁଭଳି ଲୋକମାନଙ୍କ ପାଖରେ ପହଞ୍ଚାଇଛନ୍ତି ତାର ଯେତେ ପ୍ରଶଂସା କଲେ ବି କମ୍‌ ହେବ ବୋଲି ସେ କହିଛନ୍ତି । ଆମେ ବିକଶିତ ଭାରତର ଲକ୍ଷ୍ୟ ନେଇ ଆଗକୁ ବଢ଼ୁଛୁ ।  ଆମକୁ ରୋକିବାର ନାହିଁ କି ଥକିପଡ଼ିବାର ନାହିଁ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି । ଏହି ଦିଗରେ ଆମେ ମିଳିମିଶି ଆଉ ପାଦେ ଆଗକୁ ଯାଇଛନ୍ତି ବୋଲି ମଧ୍ୟ ବିଜେପିର ବମ୍ପର ବିଜୟକୁ ନଜରରେ ରଖି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । 

 ଅନ୍ୟପଟେ ତେଲେଙ୍ଗାନରେ ବିଜେପିକୁ ବହୁତ କମ୍‌ ସିଟ ମିଳୁଥିବା ବେଳେ ସେଠାରେ କଂଗ୍ରେସକୁ ବହୁମତ ମିଳିଛି । ହେଲେ ତେଲେଙ୍ଗାନରେ ବିଜେପିର ବିଧାୟକଙ୍କ ସଂଖ୍ୟା ବଢ଼ୁଥିବା ନେଇ ରେଜଲ୍ଟରୁ ଜଣାପଡ଼ୁଛି । ଯହାକୁ ନେଇ ତେଲେଙ୍ଗାନାର ଲୋକମାନଙ୍କୁ ମୋଦୀ ଧନ୍ୟବାଦ ଜଣାଇଛନ୍ତି । ଗତ କିଛି ବର୍ଷ ହେଲା ବିଜେପି ପ୍ରତି ଜନ ସମର୍ଥନ ବଢ଼ିବାରେ ଲାଗିଛି ଏବଂ ଏହି ଟ୍ରେଣ୍ଡ ଆଗକୁ ଜାରି ରହିବ ବୋଲି ସେ କହିଛନ୍ତି । ତେଲେଙ୍ଗାନା ପାଇଁ ଆମର ସଂପର୍କ ଅତୁଟ ଥିବା ବେଳେ ସେଠାକାର ଲୋକମାନଙ୍କ ପାଇଁ କାମ ଜାରି ରଖିବୁ ବୋଲି କହିବା ସହ ପ୍ରତିଟି ବିଜେପି କାର୍ଯ୍ୟକର୍ତ୍ତାଙ୍କ କାର୍ଯ୍ୟକୁ ମୋଦୀ ପ୍ରଶଂସା କରିଛନ୍ତି ।  

  • BJP
  • Narendra Modi
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.