ପ୍ରମୁଖ ଖବର
  • ଧର୍ମଗଡ଼ : ଏସଡିଓଙ୍କ ସନ୍ଦେହଜନକ ମୃତ୍ୟୁ, ସରକାରୀ କ୍ଵାର୍ଟର୍ସରୁ ମିଳିଲା ମୃତଦେହ
  • ||
  • ଭୁବନେଶ୍ଵର : ୧୪ରେ ବିଜେଡି କାର୍ଯ୍ୟକାରିଣୀ ବୈଠକ, ପ୍ରସ୍ତୁତ ହେବ ଆଗାମୀ ରାଜନୈତିକ ଖସଡ଼ା
  • ||
  • ବାଙ୍କୀ : ମହାନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ, ଉଦ୍ଧାର କଲେ ଅଗ୍ନିଶମ ବାହିନୀ
  • ||
  • ଅନୁଗୁଳ: ପବିତ୍ର ମୋହନ ପ୍ରଧାନ ସରକାରୀ ହସ୍ପିଟାଲ୍‌ର ଭିଡିଓ କନ୍‌ଫରେନ୍‌ସିଂରେ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ
  • ||
  • ନୂଆଦିଲ୍ଲୀ: ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଲୋଗୋ ଉନ୍ମୋଚିତ କଲା ଆଇସିସି, ଆମେରିକା ଓ ୱେଷ୍ଟ ଇଣ୍ଡିଜ ମିଳିତ ଭାବେ କରିବେ ଆୟୋଜନ
  • ||
  • ଭୁବନେଶ୍ୱର: ୧୯ ପ୍ରକଳ୍ପକୁ ସିଙ୍ଗିଲ୍‌ ୱିଣ୍ଡୋ ମଞ୍ଜୁରି କଲେ ରାଜ୍ୟ ସରକାର: ୪୮୦୦ କୋଟି ନିବେଶ, ୧୭୫୫୩ ନିଯୁକ୍ତି ସମ୍ଭାବନା
  • ||
  • ଭୁବନେଶ୍ୱର: ବର୍ଷା ପରେ ବଦଳିଲା ପାଗର ମିଜାଜ: ୩ରୁ ୫ ଡିଗ୍ରୀ ଯାଏଁ ତଳକୁ ଖସିବ ରାତିର ପାରଦ,୧୦ରୁ ବଢିବ ଶୀତ
  • ||

“ ଡିପଫେକ୍ ଭିଡ଼ିଓ ଚିନ୍ତାର ବିଷୟ ପାଲଟିଛି” ... ଚେତାବନୀ ଜାରି କରିବାକୁ ଚାଟ୍ ଜିପିଟିକୁ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଡିପଫେକ୍‌ ଭିଡ଼ିଓ ତିଆରି କରିବାକୁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ର ଦୁରୁପଯୋଗର କଥା କହିଛନ୍ତି, ଏବଂ ଏହାକୁ ବଡ଼ ଚିନ୍ତାର ବିଷୟ ଭାବେ ଦର୍ଶାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି କି, ସେ ଚ୍ୟାଟଜିପିଟି ଟିମ୍‌ ସହ ଡିପଫେକ୍‌ ଭିଡ଼ିଓର ଫ୍ଲାଗ୍‌ କରିବା ଓ ଏହିପରି ଭିଡ଼ିଓ ଇଣ୍ଟରନେଟ୍‌ରେ ସର୍କୁଲେଟ୍‌ ହେବାର ସ୍ଥିତିରେ ଚେତାବନୀ ଜାରି କରିବାକୁ କହିଛନ୍ତି। ସେ କହିଛନ୍ତି କି, ଏହି ମାମଲାରେ ମିଡ଼ିଆ ଲୋକଙ୍କୁ ସଚେତନ କରେଇବା ଉଚିତ୍‌। 

ଡିପ୍ ଫେକର ଶିକାର ହେଲେ କାଜୋଲ , ଅଭିନେତ୍ରୀଙ୍କ ପୋଷାକ ବଦଳାଉ ଥିବାର ଭିଡ଼ିଓ ଭାଇରାଲ

ପ୍ରଧାନମନ୍ତ୍ରୀ ମୋଦି ନିଜର ମଧ୍ୟ ଏକ କଥା ସେୟାର କରିଛନ୍ତି। ସେ କହିଛନ୍ତି , ନିକଟରେ ମୁଁ ମୋର ଏକ ଭିଡ଼ିଓ ଦେଖିଲି, ଯେଉଁଥିରେ ମୁଁ ଗୀତ ଗାଉ ଥିଲି। ମୋତେ ପସନ୍ଦ କରୁଥିବା କିଛି ଲୋକ ମୋତେ ପଠାଇ ଥିଲେ। 

କହି ରଖୁଛୁ କି, ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ଦୀପାବଳି ମିଳନ କାର୍ଯ୍ୟକ୍ରମରେ ସମ୍ୱୋଧିତ କରୁଥିଲେ। ଏହି ସମୟରେ ମୋଦି କହିଥିଲେ କି, ମିଡ଼ିଆକୁ ଏହି ସଙ୍କଟକୁ ନେଇ ଲୋକଙ୍କୁ ସଚେତନ କରିବା ଉଚିତ୍‌।

ପ୍ରଧାନମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି, କେନ୍ଦ୍ର ସରକାର ଏହିପରି ମାମଲାରେ ପୀଡ଼ିତଙ୍କୁ ପୁଲିସ୍‌ ପାଖରେ ଅଭିଯୋଗ ରୁଜୁ କରାଇବା ଓ ସୂଚନା ପ୍ରଯ୍ୟୁକ୍ତି ନିୟମ ଅନୁସାରେ ଉପଲବ୍ଧ ଉପାୟର ଫାଇଦା ଉଠାଇବାକୁ ପରାମର୍ଶ ଦେଇଛନ୍ତି। କେନ୍ଦ୍ରୀୟ ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ଗତ ସପ୍ତାହରେ କହିଥିଲେ କି ଭୁଲ ସୂଚନା ପ୍ରସାରକୁ ରୋକିବା ଅନଲାଇନ୍‌ ପ୍ଲାଟଫର୍ମର ଆଇନଗତ ଦାୟିତ୍ୱ। 

କେନ୍ଦ୍ର ସରକାର କହି ସାରିଛନ୍ତି କି , ଡିପଫେକ୍‌କୁ ତିଆରି କରିବା ଓ ପ୍ରସାର କରିବା ଉପରେ କଡ଼ା ସଜାର ପ୍ରାବଧାନ ରହିଛି ଏବଂ ଏହି ଅନୁସାରେ ଲକ୍ଷେ ଟଙ୍କାର ଜୋରିମନା ଓ ୩ବର୍ଷର ଜେଲ୍‌ ଦଣ୍ଡ ମଧ୍ୟ ହୋଇପାରେ। 

ଉଲ୍ଲେଖନୀୟ ଯେ, ବଲିଉଡ ଅଭିନେତ୍ରୀଙ୍କ ମଧ୍ୟରେ ରଶ୍ମିକା ମନ୍ଦାନା , କ୍ୟାଟ୍ରିନା କୈଫ୍‌ ଓ କାଜୋଲଙ୍କ ମାର୍ଫ କରାଯାଇ ଥିବା ଚେହେରା ସହ ଅନେକ ଡିପଫେକ୍‌ ଭିଡ଼ିଓ ସୋସିଆଲ ମିଡ଼ିଆରେ ସାମନାକୁ ଆସି ସାରିଛି, ଯେଉଁଥିରେ ଖୁବ୍ ବିବାଦ ଦେଖିବାକୁ ମିଳିଥିଲା । 

Copyright © 2022 - Summa Real Media Private Limited. All Rights Reserved.