ପ୍ରମୁଖ ଖବର
  • ଟାଙ୍ଗୀ: ୨୪ ଘଣ୍ଟା ପରେ ନିଖୋଜ ପ୍ରଫୁଲଙ୍କ ମୃତଦେହ କଲବଲିଆ ପୋଖରୀରୁ ଉଦ୍ଧାର| ହାତୀ ଆକ୍ରମଣରେ ମୃତ୍ୟୁ ଅଭିଯୋଗ
  • ||
  • କଟକ: ଆସିଲା ବହୁପ୍ରତୀକ୍ଷିତ ଶ୍ରୀମନ୍ଦିର ରତ୍ନଭଣ୍ଡାର ରାୟ, ହାଇ ପାୱାର କମିଟି ଗଠନ ପାଇଁ ସରକାରଙ୍କୁ ନିର୍ଦ୍ଦେଶ
  • ||
  • ଭୁବନେଶ୍ୱର: ଆଗ ପଛ ହୋଇ ଆସୁଛି ଲଘୁଚାପ, ପହିଲାରୁ ସପ୍ତାହେ ବର୍ଷିବ
  • ||
  • ଗଞ୍ଜାମ: ପୂ୍ର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ, ୨୪ ଘଣ୍ଟାରେ ଗଡିଲା ଦୁଇ ମଣ୍ଡ
  • ||
  • ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ, ମାତିଛନ୍ତି ମୁଖା ପିନ୍ଧା ଲୁଟେରା
  • ||
  • ରାୟଗଡ଼ା: ଭିଜିଲାନ୍ସ ଜାଲରେ ପିଏଚଡି କାର୍ଯ୍ୟାଳୟ ଏଷ୍ଟିମେଟର, ଲାଞ୍ଚ ନେବା ବେଳେ ଧରା ପଡ଼ିଲେ
  • ||
  • ଆନନ୍ଦପୁର: ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ୩ ମୃତ
  • ||
  • ନୂଆଦିଲ୍ଲୀ: ପାକିସ୍ତାନରେ ବିସ୍ଫୋରଣ, ୧୩ ମୃତ, ୭୦ ଆହତ
  • ||
  • କାଲିମେଳା: ଓଲଟିଲା ପାଣି ପାଇପ୍ ବୋଝେଇ ଟ୍ରେଲର, ଡ୍ରାଇଭର୍ ଆହତ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ଅଷ୍ଟମ ସ୍ବର୍ଣ୍ଣ, ମହିଳା ୧୦ ମିଟର ଏୟାର ରାୟଫଲ ଟିମ୍ ଇଭେଣ୍ଟରେ ଗୋଲ୍ଡ ମେଡାଲ
  • ||
  • ପୁରୀ: ଆଜି ବଡ଼ଦେଉଳରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା ନୀତି
  • ||
  • ବିଶ୍ୱକପ୍‌ ପାଇଁ ଉତ୍ସବମୁଖର ଭାରତ: ଗୋଟିଏ ସପ୍ତାହ ଅପେକ୍ଷା, ଆଜିଠୁ ଅଭ୍ୟାସ ମ୍ୟାଚ୍
  • ||
  • କଟକ: ଚୌଧୁରୀବଜାରରେ ଭୟାବହ ଅଗ୍ନିକାଣ୍ଡ, ଲୁଗା ଦୋକାନରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି
  • ||
  • ଭୁବନେଶ୍ୱର:ଡେଙ୍ଗୁ ନେଲା ଆଉ ଏକ ମୁଣ୍ଡ, କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମହିଳାଙ୍କ ମୃତ୍ୟୁ
  • ||
  • ଏସିଆନ୍ ଗେମ୍ସରେ ଭାରତକୁ ସପ୍ତମ ସ୍ବର୍ଣ୍ଣ, ୫୦ ମିଟର ଏୟାର ରାଫଲ ଟିମ ଇଭେଣ୍ଟ ଗୋଲ୍ଡ ମେଡାଲ
  • ||
  • କାବେରୀ ନଦୀଜଳ ବିବାଦ: ତାମିଲନାଡୁକୁ ଅଧିକ ପାଣି ଛାଡିବା ନିଷ୍ପତ୍ତି ବିରୋଧ, ଆଜି କର୍ଣ୍ଣାଟକ ବନ୍ଦ
  • ||
  • ଭୁବନେଶ୍ୱର: ବିଶ୍ୱ ହୃତ୍‌ପିଣ୍ଡ ଦିବସ, ଏ ବର୍ଷର ଥିମ ‘ହୃତ୍‌ପିଣ୍ଡର ଉପଯୋଗ କର, ହୃତ୍‌ପିଣ୍ଡକୁ ଜାଣ ’
  • ||
  • ଯାଜପୁର: ଅଢ଼େଇ ବର୍ଷର ଝିଅ ସହ ବୈତରଣୀ ନଦୀକୁ ଡ଼େଇଁଲେ ବାପା, ୩୦ ଘଣ୍ଟା ପରେ ଉଦ୍ଧାର ଚନ୍ଦନଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ଶୁକ୍ରବାର ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୨୦ଟି ଜିଲ୍ଲାକୁ ୟେଲୋ ଆଲର୍ଟ: ୧୩ରୁ ଫେରିଯିବ ମୌସୁମୀ
  • ||

ହାର୍ଦ୍ଦିକ-ଇଶାନଙ୍କ ଦମଦାର ପ୍ରଦର୍ଶନ; ୨୬୬ ରନ୍‌ରେ ଅଲ୍‌ ଆଉଟ୍ ଟିମ୍‌ ଇଣ୍ଡିଆ

image : abp

ପାଲେକେଲେ,୦୨/୦୯: ଏସିଆ କପ୍‌ ୨୦୨୩ର ବହୁ ପ୍ରତିକ୍ଷିତ ତଥା ୩ୟ ମ୍ୟାଚ୍‌ ଭାରତ ଓ ପାକିସ୍ତାନ ମଧ୍ୟରେ ଶନିବାର ଶ୍ରୀଲଙ୍କାର ପାଲେକେଲେ ଷ୍ଟାଡିୟମରେ ଖେଳାଯାଇଛି। ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଭାରତ। ତେବେ ଦଳ ୪୮.୫ ଓଭର ବେଳକୁ ସମସ୍ତ ଓ୍ବିକେଟ ହରାଇ ୨୬୬ ରନ୍‌ କରିଛି। ଏବେ ପାକିସ୍ତାନ ଟିମ୍‌ ଆଗରେ ୨୬୭ ରନ୍‌ର ବିଜୟ ଲକ୍ଷ୍ୟ ରହିଛି। 

ଦଳ ପକ୍ଷରୁ ପ୍ରଥମରୁ ନୈରାଶ୍ୟଜନକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ପ୍ରଥମେ ମୈଦାନକୁ ଓହ୍ଲାଇଥିଲେ ଅଧିନାୟକ ରୋହିତ ଶର୍ମା ଓ ଶୁବମନ୍‌ ଗିଲ୍‌। କିନ୍ତୁ ମାତ୍ର ୪.୬ ଓଭର ବେଳକୁ ଦଳୀୟ ସ୍କୋର ୧୫ ଥିବା ବେଳେ ପ୍ର‌ଥମ ଝଟ୍‌କା ଲାଗିଥିଲା। ମାତ୍ର ୧୧ ରନ୍‌ କରି ପାଭିଲିୟନ ଫେରିଥିଲେ ରୋହିତ ଶର୍ମା। ପରେ ମୈଦାନକୁ ଓହ୍ଲାଇ‌ଥିଲେ ବିରାଟ କୋହଲି। ଯଦିଓ ତାଙ୍କ ଠାରୁ ଏକ ବଡ଼ ସ୍କୋର ଆଶା କରାଯାଉ‌ଥିଲା, କିନ୍ତୁ ବିରାଟଙ୍କ ବ୍ୟାଟରୁ ମଧ୍ୟ ମାନ୍ଦା ପ୍ରଦର୍ଶନ ଦେଖିବାକୁ ମିଳିଥିଲା ୬.୩ ଓଭର ଭିତରେ ଦଳୀୟ ସ୍କୋର ୨୭ ଥିବା ବେଳେ ମାତ୍ର ୪ ରନ୍‌ କରି ସାହିନ୍‌ ଆଫ୍ରିଦିଙ୍କ ଦ୍ବାରା ଆଉଟ ହୋଇ‌ଥିଲେ ବିରାଟ। ପରେ ପରେ ମୈଦାନକୁ ଓହ୍ଲାଇଥିବା ଶ୍ରେୟସ୍‌ ଆୟର ମଧ୍ୟ ୯.୫ ଓଭର ବେଳକୁ ଦଳୀୟ ସ୍କୋର ୪୮ ଥିବା ବେଳେ ମାତ୍ର ୧୪ ରନ୍‌ କରି ପାଭିଲିୟନ ଫେରି‌ଥିଲେ। ଏହି ପରିପ୍ରେକ୍ଷୀରେ ଦଳୀୟ ପ୍ରଦର୍ଶନ ପ୍ରଶଂସକଙ୍କୁ ଏକ ପ୍ରକାର ନିରାଶ କରିଥିଲା ଏହା ପରେ ମଇଦାନକୁ ଓହ୍ଲାଇ‌ଥିଲେ ଇଶାନ କିଶନ। ୧୪ ଓଭର ବେଳକୁ ଦଳୀୟ ସ୍କୋର ୬୬ ଥିବା ବେଳେ ଦଳକୁ ୪ର୍ଥ ଝଟ୍‌କା ଲାଗି‌ଥିଲ।। ଶୁବମନ ଗିଲ୍‌ ମାତ୍ର ୧୦ ରନ୍‌ କରି ମଇଦାନରୁ ବାହାରିଥିଲେ। ପରେ ମଇଦାନକୁ ଓହ୍ଲାଇଥିଲେ ହାର୍ଦ୍ଦିକ ପାଣ୍ଡ୍ୟା। ତେବେ ଉଭୟଙ୍କ ଦମଦାର ଅର୍ଦ୍ଧଶତକୀୟ ପାଳି ଦଳକୁ ଏକ ପ୍ରକାର ବଳ ଯୋଗାଇଥିଲା। 


ଦୁଇ ବ୍ୟାଟର ଧୈର୍ଯ୍ୟର ସହିତ ଦଳକୁ ଏକ ପ୍ରକାର ସ୍କୋରରେ ପହଞ୍ଚିଥିଲେ। ତେବେ ଶତକ ଆଡ଼କୁ ଅଗ୍ରସର   ହେଉଥିବା କିଷନ ବଡ଼ ସଟ୍ ଖେଳିବାକୁ ପ୍ରୟାସ କରି ନିଜର ଓ୍ଵିକେଟ୍ ହରାଇଥିଲେ। ଏହି ବାମହାତୀ ବ୍ୟାଟର ୮୧ ବଲ୍‌ରୁ ୯ ଚୌକା ଓ ୨ ଚକା ସହାୟତାରେ ୮୨ ରନ୍‌ କରିବାରେ ସ ଦମଦାର ଇନିଂସ ଖେଳିଥିଲେ। ଏହା ପୂର୍ବରୁ ସେ  ହାର୍ଦ୍ଦିକଙ୍କ ସହ ପଞ୍ଚମ ଓ୍ଵିକେଟ୍‌ ପାଇଁ ୧୩୮ ରନ ଯୋଡ଼ି ଦଲର ସ୍କୋର ୨୦୦ ପାର କରାଇଥିଲେ।


ଇଶାନଙ୍କ ଆଉଟ୍ ପରେ ବି ହାର୍ଦ୍ଦିକ ପାଣ୍ଡ୍ୟା ଦ୍ରୁତ ବ୍ୟାଟିଂ ଜାରି ରଖି ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ହେଁ ଆଉଟ୍ ହୋଇଥିଲେ। ପାଣ୍ଡ୍ୟା ୯୦ ବଲ୍‌ରୁ ୭ ଚୌକା ଓ ୧ ଛକା ସହ ୮୭ ରନର ଗୁରୁତ୍ଵପୂର୍ଣ୍ଣ ଇନିଂସ ଖେଳିଥିଲେ। ହାର୍ଦ୍ଦିକଙ୍କ ଆଉଟ୍ ହେବା ମାତ୍ରେ ଭାରତ ପୁଣି ଥରେ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଛି। ଜାଡେଜା (୧୪ ରନ) ଓ ଶାର୍ଦ୍ଦୁଲ ଠାକୁର (୩) ଆଉଟ୍   ହେବାରୁ ଭାରତର ରନ ଗତି ଧିମେଇ ଯାଇଥିଲା। ଏକଦା ୩୦୦ରୁ ଉର୍ଦ୍ଧ୍ଵ ରନର ସମ୍ଭାବନା ଲାଗୁଥିଲେ ମଧ୍ୟ ବ୍ୟାଟରଙ୍କ ବିଫଳତା ଯୋଗୁଁ ଭାରତ ୪୮.୫ ଓଭରରେ ୨୬୬ ରନରେ ଅଲଆଉଟ୍ ହୋଇଛି ଭାରତ। ପାକିସ୍ତାନ ପକ୍ଷରୁ ସଫଳ ବୋଲର ଭାବେ ଶାହିନ ଆଫ୍ରିଦି ୩୫ ରନ ଦେଇ ୪ଟି ଓ୍ଵିକେଟ୍ ଦଖଲ କରିଛନ୍ତି। ହାରିସ ରାଉଫ ୬୦ ରନ ବ୍ୟୟ କରି ୩ଟି ଓ୍ଵିକେଟ୍ ନେଇଛନ୍ତି। ନସୀମ ଶାହଙ୍କୁ ମଧ୍ୟ ୩ଟି ଓ୍ଵିକେଟ୍ ମିଳିଛି।

You can also read: 

ଜୁରିଖ୍‌ ଡାଏମଣ୍ଡ୍‌ ଲିଗ୍‌ରେ ନୀରଜଙ୍କୁ ସିଲଭର୍ ମେଡାଲ୍, ଚତୁର୍ଥ ପ୍ରୟାସରେ ୮୫.୭୧ ମିଟର ଥ୍ରୋ


1st innings update
ind vs pak
Asia cup 2023

Copyright © 2022 - Summa Real Media Private Limited. All Rights Reserved.