ପ୍ରମୂଖ ଖବର
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

କମ୍ପିଲା କଲମ୍ବୋ; ଗର୍ଜିଲା ରାହୁଲ୍‌-କୋହଲିଙ୍କ ବ୍ୟାଟ୍‌; ଉଭୟଙ୍କ ସ୍କୋର ଶତକ ପାର୍; ଘାଇଲା ପାକିସ୍ତାନ

କଲୋମ୍ବୋ,୧୧/୦୯: ଏସିଆ କପ୍‌ ୨୦୨୩ ସୁପର ୪ର ତୃତୀୟ ମ୍ୟାଚ୍‌ରେ ରବିବାର (୧୦ ସେପ୍ଟେମ୍ବର)ରେ ଶ୍ରୀଲଙ୍କାର କଲୋମ୍ବୋ ଷ୍ଟାଡିୟମରେ ମୁହାଁମୁହିଁ ହୋଇଥିଲେ ଦୁଇ ପାରମ୍ପରିକ ପ୍ରତିଦ୍ବନ୍ଦି ଇଣ୍ଡିଆ ଓ ପାକିସ୍ତାନ। ଗତକାଲି ରୋହିତ ଶର୍ମା ଓ ଶୁଭମନ ଗିଲ୍‌ଙ୍କ ଧ୍ବସ୍ତବିଧ୍ବସ୍ତ ପ୍ରଦର୍ଶନ ପରେ ଆଜି ରିଜର୍ଭ ଡେ'ରେ ଦେଖିବାକୁ ମିଳିଛି ବିରାଟ କୋହଲି ଓ କେଏଲ ରାହୁଲଙ୍କ ଶତକ ପାର୍‌ ପର୍ଫମାନ୍ସ। 

ବର୍ଷା ବାଧାପ୍ରାପ୍ତ ବହୁ  ପ୍ରତୀକ୍ଷିତ ମୁକାବିଲାରେ ପାକିସ୍ତାନ ବିରୋଧରେ ଟପ୍ ଅର୍ଡର ବ୍ୟାଟର ଲୋକେଶ ରାହୁଲ ଓ ବିରାଟ କୋହଲିଙ୍କ ଦମଦାର ଶତକ ଦଳକୁ ନିର୍ଦ୍ଧାରିତ ଓଭରରେ ୨ ଓ୍ଵିକେଟ୍ ହରାଇ ୩୫୬ ରନ୍‌ କରିବାରେ ସହାୟକ ହୋଇଛି। ପାକିସ୍ତାନ ଅଗରେ ଏବେ ୩୫୧ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ। କୋହଲି ୯୪ ବଲ୍‌ରେ ୧୨୨ ରନ ଓ ଲୋକେଶ ରାହୁଲ ୧୦୬ ବଲ୍‌ରେ ୧୧୧ ରନର ଶତକୀୟ ଇନିଂସ ଖେଳିଛନ୍ତି। ଶୁଭମନ ଗିଲ୍ ୫୮ ରନ ଓ ରୋହିତ ଶର୍ମା ୫୬ ରନ କରି ପାଭିଲିୟନ ଫେରିଥିଲେ।  

ଗତକାଲିର ଅସମାପ୍ତ ଖେଳ  ୨୪.୧ ଓଭର ୧୪୭/୨ରୁ ଭାରତ ବ୍ୟାଟିଂ ଆରମ୍ଭ କରିଥିଲା। ବିରାଟ କୋହଲି ୮ ରନ ଓ କେଏଲ ରାହୁଲ ୧୭ ରନ କରି କ୍ରିଜରେ ଅପରାଜିତ ଥିଲେ। ଆଜି ଆରମ୍ଭରୁ ଦେଖିଚାହିଁ ବ୍ୟାଟିଂ କରିଥିଲେ ଦୁଇ ବ୍ୟାଟର। କ୍ରିଜରେ ଜମିବା ପରେ ଲୋକେଶ ରାହୁଲ ଓ କୋହଲିଙ୍କ ବାଟରୁ ସ୍କୋର ବାହାରି‌ଥିଲା। ଏହି କ୍ରମରେ ପ୍ରଥମେ ଲୋକେଶ ରାହୁଲ ଏବଂ ପରେ ବିରାଟ କୋହଲି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଉଭୟ ପାକିସ୍ତାନ ବୋଲରଙ୍କୁ ପ୍ରହାର କରି ମ୍ୟାଚ୍‌ରେ ସଂପୂର୍ଣ୍ଣ ପ୍ରାଧ୍ୟାନ୍ୟ ବିସ୍ତାର କରିଥିଲେ। ଚମତ୍କାର ବ୍ୟାଟିଂ ବଳରେ ଉଭୟଙ୍କ ମଧ୍ୟରେ ଦୁଇ ଶତକୀୟ ଭାଗିଦାରୀ ହୋଇଛି।

  • virat kohli
  • Asia cup 2023
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.