ପ୍ରମୁଖ ଖବର
  • ଇଓଡବ୍ଲ୍ୟୁ ପଞ୍ଝାରେ ୨ କୁଖ୍ୟାତ କ୍ରିପ୍ଟୋ ଠକ, ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ
  • ||
  • ସ୍ଵାମୀ ସରୋଜଙ୍କ ସହ ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ, ବିଜେଡିରୁ ଦେଇଥିଲେ ଇସ୍ତଫା
  • ||
  • ମେ ୩୧ରେ ଆସିବ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’, ଦେଖିବାକୁ ମିଳିବ ରାଜକୁମାର-ଜାହ୍ନବୀଙ୍କ ଜବରଦସ୍ତ କେମେଷ୍ଟ୍ରି
  • ||
  • ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼: ଟ୍ୱିନ୍‌ ସିଟିରେ ଆଳୁ କିଲୋ ୩୦ ଟଙ୍କା, ସପ୍ତାହକରେ ୮ ଟଙ୍କା ବଢ଼ିଲାଣି
  • ||
  • ପ୍ଲାଷ୍ଟିକ ବଜାରକୁ ନେଇ ବିବାଦ: ଆଜି ୧୨ ସଂଘ-ବିଏମ୍‌ସି ବୈଠକ
  • ||
  • ସୋମବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ, ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା
  • ||
  • ପାରାଦୀପରେ ୬୧ ଦିନ ଯାଏଁ ମାଛଧରା ବନ୍ଦ, ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ
  • ||
  • ଓଡ଼ିଶାରେ ମୋଦି ନୁହେଁ, ‘ନବୀନ ଗ୍ୟାରେଣ୍ଟି’: ଚାଲିଛି ମତାମତ ସଂଗ୍ରହ, ଖୁବ୍‌ଶୀଘ୍ର ବିଜେଡିର ଇସ୍ତାହାର
  • ||
  • IPL 2024: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ଟକ୍କର, ରୟାଲର କ୍ଲାସେନ ଭୟ
  • ||
  • ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ: ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ
  • ||

ପାରା ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନସିପ୍‌, ପ୍ରମୋଦ ଜିତିଲେ ସ୍ୱର୍ଣ୍ଣ ପଦକ

ଭୁବନେଶ୍ୱର,୨୬/୦୨: ଥାଇଲାଣ୍ଡରେ ଆୟୋଜିତ ବିଡବ୍ଲ୍ୟୁଏଫ୍‌  ପାରା ବ୍ୟାଡମିଣ୍ଟନ ବିଶ୍ୱ ଚାମ୍ପିଅନସିପ୍‌ରେ ପ୍ରମୋଦ ଭଗତ ଏସ୍‌ଏଲ୍‌-୩ ସିଙ୍ଗଲ୍ସରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ।  ସେ ଫାଇନାଲରେ ଇଂଲଣ୍ଡର  ଡାନିଏଲ୍‌ ବେଥେଲଙ୍କୁ ପରାଜିତ  କରିଥିଲେ । ପ୍ରମୋଦ ୨୧-୧୪  ଓ ୨୧-୧୫ ଗେମ୍‌ରେ ବିଜୟୀ ହୋଇଥିଲେ । ପୂର୍ବରୁ ସେମି ଫାଇନାଲରେ  ୨୩-୨୧, ୨୦-୨୨, ୨୧-୧୮ରେ ମନୋଜ ସରକାରଙ୍କୁ ହରାଇଥିଲେ । 

ପ୍ରମୋଦଙ୍କ କ୍ୟାରିୟରରେ ଏହା ପଞ୍ଚମ ବିଶ୍ୱ ଟାଇଟଲ । ପୂର୍ବରୁ ଲିନ୍‌ ଡାନଙ୍କ  ନାମରେ ସର୍ବାଧିକ ଟାଇଟଲ ଜିତିବାର ରେକର୍ଡ ରହିଥିଲା । ସେ ସର୍ବାଧିକ ୫ ଥର  ଚାମ୍ପିଅନ ହୋଇଥିଲେ । ପ୍ରମୋଦ ଏହି ରେକର୍ଡର ସମକକ୍ଷ ହୋଇଛନ୍ତି । ସେ  ପୂର୍ବରୁ ୨୦୦୯, ୨୦୧୫, ୨୦୧୯ ଓ ୨୦୨୨ରେ ଚାମ୍ପିଅନ ହୋଇଥିଲେ । ଏଥିସହିତ  ୨ଟି ବ୍ରୋଞ୍ଜ ପଦକ ପୁରୁଷ ଡବଲ୍ସ ଏବଂ ମିକ୍ସଡ୍‌ ଡବଲ୍ସରେ ବିଜୟୀ ହୋଇଛନ୍ତି । 

ପ୍ରମୋଦ କହିଛନ୍ତି, ‘ ଆଜିର ସଫଳତା ମୋ ପାଇଁ ସ୍ମରଣୀୟ ହୋଇ ରହିବ ।  ସବୁଠୁ ବଡ଼ କଥା ହେଉଛି, ଲିନ ଡାନଙ୍କ ରେକର୍ଡର ସମକକ୍ଷ ହୋଇପାରିଛି ।  କ୍ରମାନ୍ୱୟରେ ୩ଟି ବିଶ୍ୱ ଟାଇଟଲ ଜିତିବା ମଧ୍ୟ ମୋ ପାଇଁ ଗୌରବର କଥା । 

ଫାଇନାଲ ମୁକାବିଲା ବେଶ ସଂଘର୍ଷପୂର୍ଣ୍ଣ ଥିଲା । ଗତ କିଛି ମାସ ହେବ  ବେଥେଲଙ୍କ ବିପକ୍ଷରେ ମୁଁ ସେମିତି ଭଲ ପ୍ରଦର୍ଶନ କରିପାରି ନଥିଲି । କିନ୍ତୁ ଆଜି ମୋର  ରଣନୀତି ଠିକ୍‌ ରହିଲା ଏବଂ ତାଙ୍କୁ ପରାଜିତ କରିବାରେ ସଫଳ ହୋଇପାରିଲି ।’

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.