ପ୍ରମୁଖ ଖବର
  • ପଦ୍ମ ଧରିଲେ ପ୍ରଶାନ୍ତ ଜଗଦେବ, ବିଜେଡିରୁ ହୋଇଥିଲେ ୨ ଥରର ବିଧାୟକ
  • ||
  • ରତ୍ନଭଣ୍ଡାର ଅଳଙ୍କାର ଲିଷ୍ଟ ପାଇଁ କମିଟି ଗଠନ, ୧୨ ଜଣିଆ କମିଟି ଗଠନ ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆରମ୍ଭ, ମହାରାଜ ଗଜପତିଙ୍କ ଅଧ୍ୟକ୍ଷତାରେ ବସିଛି ମିଟିଂ
  • ||
  • ମାର୍ଚ୍ଚ ୫​‌ରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଚଣ୍ଡିଖୋଲର ବିଭିନ୍ନ କାର୍ଯ୍ୟକ୍ରମରେ ଦେବେ ଯୋଗ
  • ||
  • ହିମାଚଳର ୬ ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସଦସ୍ୟତା ରଦ୍ଦ
  • ||
  • ଉଦଳା: ସ୍କୁଟି- ବାଇକ୍ ଧକ୍କାରେ ଚାଲିଗଲା ୩ ଜଣ ଜୀବନ
  • ||
  • ୧୦ ବର୍ଷର ପ୍ରତୀକ୍ଷାର ଅନ୍ତ: ଆଜି ବକ୍ସ ଡ୍ରେନ୍‌ ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ୪୫୦ କୋଟିରେ ହୋଇଛି ନିର୍ମାଣ
  • ||
  • ଭିଜିଲାନ୍ସ ଜାଲରେ ରାଉରକେଲା ESIC ସିନିଅର ଆସିଷ୍ଟାଣ୍ଟ ଅଭିରାମ ସାହୁ, ଲାଞ୍ଚ ନେବା ବେଳେ ଧରାପଡ଼ିଲେ
  • ||
  • ବିଜେପି ସିଇସିର ପ୍ରଥମ ବୈଠକ: ଆଜି ୧୨୦ ପ୍ରାର୍ଥୀଙ୍କ ତାଲିକା ଜାରି କରିପାରେ ଦଳ
  • ||
  • ପଦ୍ମ ଧରିବେ ପ୍ରଶାନ୍ତ, ମନ୍ମଥ ! ଖୁବଶୀଘ୍ର ହୋଇପାରେ କିଛି ବଡ଼ ଘୋଷଣା
  • ||
  • ଜଳ ସମ୍ପଦ ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଆତ୍ମହତ୍ୟା, ଫ୍ୟାନ୍‌ରେ ଝୁଲିପଡିଲେ ପ୍ରଦୀପ କୁମାର ଘୋଷ
  • ||
  • ସରିବ ଖଣ୍ଡଗିରି ଯାତ୍ରା ମହାକୁମ୍ଭ, ଆଜି ବିଦାୟ ନେବେ ୬ ଅପେରା ପାର୍ଟି
  • ||
  • ଟ୍ରକ୍ ସହ ବସ୍ ମୁହାଁମୁହିଁ ଧକ୍କା, ଜଣେ ମୃତ ୬ ଗୁରୁତର
  • ||
  • WPL-2024: ବିଜୟ ଖାତା ଖୋଲିଲା ୟୁପି ଓ୍ୱାରିୟର୍ସ, ୭ ୱିକେଟ୍‌ରେ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ
  • ||
  • ଝଲସୁଛି ଉତ୍କଳ ବିଶ୍ୱବିଦ୍ୟାଳୟ, ୫୩ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ରାଜ୍ୟର ୫ ଜିଲ୍ଲାରେ ହାଲୁକା ବର୍ଷା ସମ୍ଭାବନା, ଉପକୂଳ ଓଡ଼ିଶାରେ ବଢ଼ିବପାରେ ତାତି
  • ||

ପୂର୍ବତନ କାଉନସିଲରଙ୍କ ବିଡ଼ମ୍ବିତ ଜୀବନ: ନାହିଁ ଆଧାରକାର୍ଡ, ମିଳୁନି ଭତ୍ତା ଓ ଚାଉଳ, ବଖୁରିଏ ଭଙ୍ଗାଘରେ ଶଯ୍ୟାଶାୟୀ

ଜୟପୁର,୦୩/୦୨: ଦିନ ଥିଲା ସେ ଲୋକଙ୍କ ସୁଖଦୁଃଖରେ ଠିଆ ହେଉଥିଲେ । ପାରାବେଡ଼ାର କାଉନସିଲର୍‌ ଭାବେ ଜନସାଧାରଣଙ୍କ ଭଲମନ୍ଦ ବୁଝୁଥିଲେ । ଅଞ୍ଚଳର ସମସ୍ୟା ସମାଧାନ ଦିଗରେ ଉଦ୍ୟମ କରୁଥିଲେ । ଏବେ ଅସହାୟ ହୋଇପଡ଼ିଛନ୍ତି ପୂର୍ବତନ କାଉନସିଲର ଗୁପ୍ତ ପୂଜାରୀ । ପାରାବେଡ଼ା ମୁଖ୍ୟରାସ୍ତାରେ ନିଜ ଭଙ୍ଗା ସନ୍ତସନ୍ତିଆ ଘରେ ବିଡମ୍ବିତ ଜୀବନ ଜିଉଁଛନ୍ତି ।  ଆଧାରକାର୍ଡ ନାହିଁ କି ମିଳୁନି ଭତ୍ତା। ଟଙ୍କିକିଆ  ଚାଉଳ ଏବଂ ପ୍ରଧାନମନ୍ତ୍ରୀ ଆବାସ ତାଙ୍କ ପାଇଁ  ପାଲଟିଛି ସାତସପନ । ଭଉଣୀ ରତ୍ନା ମାଝି  ଏବଂ ଭିଣୋଇ ଧନୁର୍ଜୟ ମାଝି ସାଜିଛନ୍ତି ଗୁପ୍ତଙ୍କ  ଆଶାବାଡ଼ି । ଜଣେ ପୂର୍ବତନ କାଉନସିଲରଙ୍କ  ଏଭଳି ଦୟନୀୟ ଅବସ୍ଥା ଉପରେ ପ୍ରଶାସନର  ନଜର ନପଡ଼ିବା ପରିତାପର ବିଷୟ ।  

ପାରାବେଡ଼ା ମୁଖ୍ୟରାସ୍ତା ଝାଙ୍କରଦେବୀ  ମନ୍ଦିର ଛକ ନିକଟ ଏକ ନୁଆଣିଆ ବଖୁରିଏ  ଘରେ ରହୁଛନ୍ତି ଗୁପ୍ତ । ମରାମତି ଅଭାବରୁ  ଏହା ଭାଙ୍ଗିରୁଜି ଗଲାଣି । ବିଦ୍ୟୁତ ସଂଯୋଗ  ନଥିବାରୁ ପଡ଼ୋଶୀଙ୍କ ସହଯୋଗରୁ ଗୋଟିଏ  ବଲ୍‌ ଜଳୁଛି । ଚଟାଣ ସନ୍ତସନ୍ତିଆ । ଘର ଯାକ  ଛିଣ୍ଡା କନା, ଆଟାଡକୁ ପଡିରହିଛି । ଭଙ୍ଗା ଫୋଲ୍ଡି  ଖଟିଆରେ ଭାଗ୍ୟକୁ ଆଦରି ସେ ପଡି ରହିଛନ୍ତି ।  ଗୋଡ଼ କାମ କରୁନଥିବାରୁ ପରିଶ୍ରା ଲାଗିଲେ କଷ୍ଟେମଷ୍ଟେ ତଳକୁ ଓହ୍ଲାଉଛନ୍ତି । ବେଳେବେଳେ  ଘର ଭିତରେ ପରିଶ୍ରା ହୋଇଯାଉଛି । କିଛି ଜିନିଷ  ଦରକାର ପଡ଼ିଲେ ଅନ୍ୟକୁ ଡାକ ପକାଉଛନ୍ତି ।  କେହି ନଆସିଲେ ଘୋଷାଡ଼ି ହୋଇ ରାସ୍ତାକୁ  ବାହାରି ପଡ଼ୁଛନ୍ତି । ରୋଗାକ୍ରାନ୍ତ ଥିବାରୁ କଥା  ଠିକ୍‌ରେ କହିପାରୁନାହାନ୍ତି । ବାରମ୍ବାର ପଚାରିବା  ପରେ ନିଜ ନାଁ ଗୁପ୍ତ ପୂଜାରୀ ଏବଂ ଆନୁମାନିକ  ବୟସ ୬୦ ହେବ ବୋଲି କହିଛନ୍ତି । ଅବାସ,  ଭତ୍ତା, ଚାଉଳ କିମ୍ବା ଅନ୍ୟ କୌଣସି ସରକାରୀ  ସହାୟତା ମିଳୁନି । ଅନ୍ୟଘରେ କାମ କରି  ପରିବାର ଚଳାଉଥିବା ଭଉଣୀ ଏବଂ ଭିଣୋଇ  ଭଲମନ୍ଦ ସବୁକିଛି ବୁଝୁଛନ୍ତି । ସକାଳ, ସନ୍ଧ୍ୟାରେ  ଖାଇବାପିଇବା ଆଣି ଦେଉଛନ୍ତି । ଭତ୍ତା ଏବଂ  ଟଙ୍କିକିଆ ଚାଉଳ ମିଳିଲେ ଭଲ ହୁଅନ୍ତା ବୋଲି  ଛଳଛଳ ଆଖିରେ କହିଛନ୍ତି ଗୁପ୍ତ ।   

ଭଉଣୀ, ଭିଣୋଇ ରତ୍ନା ଏବଂ ଧନୁର୍ଜୟ  କହିଛନ୍ତି, ସତ୍ୟ ଅଧିକାରୀ ସକ୍ରିୟ ରାଜିନୀତିରେ  ଥିବା ବେଳେ ତାଙ୍କ ପରାମର୍ଶରେ ତତ୍କାଳୀନ ଜନତାଦଳର ଚକ୍ରଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା  କରିଥିଲେ ଗୁପ୍ତ । ନିର୍ବାଚନରେ କାଉନସିଲର  ଭାବେ ବିଜୟୀ ହୋଇଥିଲେ । ପରେ ରାଜନୀତିରୁ ଦୂରେଇ ପେଟପାଟଣା ଲାଗି ମିସ୍ତ୍ରୀ କାମ  କରିଥିଲେ । ରାଜ୍ୟ ଏବଂ ରାଜ୍ୟ ବାହାରେ  ବହୁ ବର୍ଷ କଟାଇଥିଲେ । କରୋନା କଟକଣା  ଲାଗୁ ହେବା ପରେ ଆନ୍ଧ୍ରପ୍ରଦେଶରୁ ଏଠାକୁ  ଆସିଥିଲେ । ସଂକ୍ରମଣ ଭୟ ଥିବାରୁ ପାଖରେ  ନରଖି ପାରାବେଡ଼ା ମୁଖ୍ୟରାସ୍ତାରେ ଥିବା ଘରେ ରହିବାକୁ କହିଥିଲେ । ୩ ବର୍ଷ ତଳେ ସେ ଅସୁସ୍ଥ  ହୋଇପଡିଥିଲେ । ଗୋଡ଼ ନଚଳିବାରୁ ଦେଶୀ  ଔଷଧ କରାଯାଇଥିଲା । ପାଖରେ ପଇସା ନଥିବାରୁ  ବଡ଼ ମେଡିକାଲ୍‌କୁ ନେଇ ହେଉନି । ଭଙ୍ଗା ଘର  ମରାମତି ହୋଇପାରୁନି । ବହୁ କଷ୍ଟରେ ଭୋଟ  ପରିଚୟପତ୍ର ହୋଇପାରିଲା । ଆଧାରକାର୍ଡ,  ଚାଉଳକାର୍ଡ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ନାହିଁ ।  କୌଣସି ଭତ୍ତା କିମ୍ବା ଟଙ୍କିକିଆ ଚାଉଳ ମିଳୁନି ।  ଆବାସ ଯୋଜନାରେ ସାମିଲ କରାଯାଉନି । ଜିଲ୍ଲା  ପ୍ରଶାସନ ଏ ଦିଗରେ ବିହିତ ପଦକ୍ଷେପ ନେବାକୁ  ସାହିବାସିନ୍ଦା ଅନୁରୋଧ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.