ପ୍ରମୁଖ ଖବର
  • ପାରାଦୀପ: ବିଦେଶୀ ଜାହାଜରେ ୨୨୦ କୋଟିର କୋକେନ୍‌ ଜବତ ମାମଲା, କ୍ରୁ ମେମ୍ବରଙ୍କୁ ଜେରା କରୁଛି ଏନ୍‌ସିବି ଟିମ୍‌
  • ||
  • ଭୁବନେଶ୍ୱର: ଚାକିରୀରୁ ବିଦା ହେଲେ ବୈପାରୀଗୁଡ଼ା ଥାନା IIC, ୩୭ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଜବତ କରିଥିଲା ଭିଜିଲାନ୍ସ
  • ||
  • ଆଜି ଜାତୀୟ ପ୍ରଦୂଷଣ ନିୟନ୍ତ୍ରଣ ଦିବସ: ପ୍ରଦୂଷଣ କମାନ୍ତୁ, ପ୍ରକୃତି ବଞ୍ଚାନ୍ତୁ
  • ||
  • ଭୁବନେଶ୍ୱର: ପାହାଳରେ ଟ୍ରକ୍‌କୁ ପିଟିଲା କାର୍, ଡ୍ରାଇଭରଙ୍କ ସହ ୩ ମୃତ
  • ||
  • ଭୁବନେଶ୍ୱର: ଆଜିଠୁ ଏମ୍‌ଆର୍‌ଏଫ୍‌ଟି ଆବେଦନ ଆରମ୍ଭ, ୩୦୦ ପିଲାଙ୍କୁ ମିଳିବ ଗବେଷଣା ପାଇଁ ଛାତ୍ରବୃତ୍ତି
  • ||
  • ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଗଭୀର ଅବପାତ, ୩ରେ ନେବ ବାତ୍ୟା ରୂପ: ୫ରୁ ପ୍ରବଳ ବର୍ଷା ସମ୍ଭାବନା, ଫସଲ ନଷ୍ଟ ଆଶଙ୍କା
  • ||
  • ଭୁବନେଶ୍ୱର: ୱାଟ୍‌କୋ ଦାଦାଗିରି: ରାତିଅଧିଆ ବନ୍ଦ କରିଦେଲେ ଗଣ୍ଡମୁଣ୍ଡା-ଜାଗମରା ରାସ୍ତା, ଇଟାଲୀରେ ମଉଜ କରୁଛନ୍ତି ଯନ୍ତ୍ରୀ
  • ||
  • ଭୁବନେଶ୍ୱର: ଏଲ୍‌-ନିନୋ ପ୍ରଭାବ: ଏ ବର୍ଷ ଶୀତ ପ୍ରକୋପ ପୂରା କମ୍‌, ଫେବ୍ରୁଆରୀରୁ ମାଡ଼ି ଆସିବ ତାତି
  • ||

‘ପରବ’ ମଞ୍ଚରେ ମାମୁ-ଭଣଜା ମହାମିଳନ: କୋଳାକୋଳି ହେଲେ, ମନଭରି ନାଚିଲେ..

ଜୟପୁର/କୋରାପୁଟ ୦୪/୧୧: ଦୀର୍ଘଦିନ ପରେ ଏକାଠି ହୋଇଛନ୍ତି ଗୋଟିଏ  ମଞ୍ଚରେ । ଭଣଜା ମୁଣ୍ଡିଆ ମାରି ମାମୁଙ୍କଠାରୁ ନେଇଛନ୍ତି  ଆଶୀର୍ବାଦ । ମଞ୍ଚରେ କୋଳାକୋଳି ହୋଇଛନ୍ତି ।  ଆମେ କହୁଛୁ, ମାମୁ ତଥା ବିଧାୟକ ତାରାପ୍ରସାଦ  ବାହିନୀପତି ଏବଂ ଭଣଜା ତଥା କୋରାପୁଟ ସାଂସଦ  ସପ୍ତଗିରି ଶଙ୍କର ଉଲ୍ଲକାଙ୍କ କଥା । ଶୁକ୍ରାବର ରାଜ୍ୟସ୍ତରୀୟ  ‘ପରବ’ ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବୋରିଗୁମ୍ମାରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଉଭୟ ମଶାଲ ଧରିଛନ୍ତି । ଫୁଲମାଳ ପିନ୍ଧି ପାଖାପାଖି ହୋଇ  ଶୋଭାଯାତ୍ରାରେ ସାମିଲ ହୋଇ ଲୋକଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଛାତ୍ରୀଙ୍କ ସହ ମିଶି ଦୁହେଁ ମନଭରି  ନାଚିଛନ୍ତି । ମାମୁ-ଭଣଜାଙ୍କ ଏହି ମହାମିଳନ ଦୃଶ୍ୟ  ଉଦ୍‌ଘାଟନୀ କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଓ ଚର୍ଚ୍ଚାର  ବିଷୟ ପାଳଟିଛି । ତାରା ଓ ସପ୍ତଗିରିଙ୍କ ମଧ୍ୟରେ ଫାଟ  ନେଇ ଯେଉଁ ଚର୍ଚ୍ଚା ଚାଲିଥିଲା,  ସେଥିରେ ଯବନିକା ପଡ଼ିଥିବା କୁହାଯାଉଛି ।  

ଶୁକ୍ରବାର ବୋରିଗୁମ୍ମା ବ୍ଲକରେ ଥିଲା ପରବ ଉତ୍ସବର ଉଦ୍‌ଘାଟନୀ କାର୍ଯ୍ୟକ୍ରମ । ଜୟପୁର  ନିର୍ବାଚନମଣ୍ଡଳୀରେ ଏହି କାର୍ଯ୍ୟକ୍ରମ ଥିବାରୁ  ବିଧାୟକ ତାରାପ୍ରସାଦ ବାହିନୀପତି ଅଧିକ ଉତ୍ସାହିତ  ଥିଲେ । ପୂଜାର୍ଚ୍ଚନା ପରେ ନିମନ୍ତ୍ରିତ ଅତିଥିମାନେ  ମଶାଲ ଧରିଥିଲେ । ଏହି ସମୟରେ ତାରାଙ୍କ  ନିକଟରେ ଥିଲେ ସପ୍ତଗିରି । ଶୋଭାଯାତ୍ରା ସମୟରେ  ବି ଉଭୟ ପାଖାପାଖି ରହିଥିଲେ । ଉଭୟଙ୍କ ଗଳାରେ  ଥିଲା ଫୁଲମାଳ । ସ୍କୁଲ ଓ କେଲଜ ଛାତ୍ରଛାତ୍ରୀଙ୍କ  ଉତ୍ସାହ ଦେଖି ରାସ୍ତାରେ ସେମାନଙ୍କ ସହ ଧୁମ୍‌  ନାଚିଥିଲେ ତାରା । ସପ୍ତଗିରି ମଧ୍ୟ ଏଥିଲେ ସାମିଲ  ହୋଇଥିଲେ । ଦୀର୍ଘବର୍ଷ ପରେ ଦୁହେଁଙ୍କୁ ଏକାଠି  ଦେଖି ଆରମ୍ଭ ହୋଇଯାଇଥିଲା ରାଜନୈତିକ  ଚର୍ଚ୍ଚା । କାରଣ କେହିବି ଏଭଳି ଦୃଶ୍ୟକୁ ବିଶ୍ୱାସ  କରିପାରୁନଥିଲେ । ଏହାପରେ ମଞ୍ଚରେ ଉଦ୍‌ଘାଟନୀ  ସଭା ଆରମ୍ଭ ହୋଇଥିଲା । ଏହାକୁ ପରିଚାଳନା  କରିଥିଲେ ତାରା । ନିମନ୍ତ୍ରିତ ରାଜନୈତିକ ନେତା  ଓ ପ୍ରଶାସନିକ ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।  ସପ୍ତଗିରିଙ୍କୁ ମଧ୍ୟ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ  ସୁଭଦ୍ରାଙ୍କ ଫଳକ ପ୍ରଦାନ କରି ଅନୁରୂପ ଭାବେ  ସମ୍ବର୍ଦ୍ଧନା ଜଣାଇଥିଲେ । ଏହି ସମୟରେ ତାରାଙ୍କ  ଗୋଡ ଛୁଇଁ ଆଶୀର୍ବାଦ ନେଇଥିଲେ ସପ୍ତଗିରି । ମଞ୍ଚ  ଉପରେ କୋଳାକୋଳି ହୋଇଥିଲେ ।  

ସପ୍ତଗିରି କହିଛନ୍ତି ‘ଆମ ଭିତରେ କୌଣସି  ମନମାଳିନ୍ୟ ନାହିଁ । ଆମେ ମାମୁ-ଭଣଜା ଏକ୍‌ ।  ଆଜି ତାଙ୍କ ସହ ମନଭରି ନାଚିଛି । ପରବ ଶୁଭାରମ୍ଭ  କାର୍ଯ୍ୟକ୍ରମକୁ ଖୁବ ଉପଭୋଗ କରିଛି । ଏହା ନିଶ୍ଚିତ  ଭାବେ ବିଜେଡିକୁ ଝଟକା ଦେବ ।’ ତାରାଙ୍କୁ ପଚାରିବାରୁ  କହିଛନ୍ତି, ବିରୋଧୀମାନେ ଅନେକ କଥା କୁହନ୍ତି । ଦଳ  ପାଇଁ ଉଭୟ ମିଶି କାମ କରୁଛନ୍ତି । ସପ୍ତଗିରି ତାଙ୍କୁ  ସମ୍ମାନ ଦେଇଛନ୍ତି, ସେ ତାଙ୍କୁ ଶ୍ରଦ୍ଧା ଜଣାଇଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.