ପ୍ରମୁଖ ଖବର
  • କଟକ: ରତ୍ନଭଣ୍ଡାର ମରାମତି ମାମଲା: ମଙ୍ଗଳବାର ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି
  • ||
  • ନୂଆଦିଲ୍ଲୀ: ରୋଜଗାର ମେଳା: ଆଜି ୫୧,୦୦୦ ନିଯୁକ୍ତିପତ୍ର ବାଣ୍ଟିବେ ମୋଦି, ଦେଶର ୪୬ଟି ସ୍ଥାନରେ ଅନୁଷ୍ଠିତ ହେବ
  • ||
  • ପୁରୀ: ଶ୍ରୀମନ୍ଦିରରେ ବାମନ ଜନ୍ମ ଓ ବଳିବାମନ ବେଶ ନୀତି, ବାମନରୂପୀ ବ୍ରାହ୍ମଣ ଭାବେ ଧରାବତରଣ ପ୍ରଭୁ
  • ||

ସାମ୍ନାକୁ ଆସିଲା ପରିଣୀତି ଚୋପ୍ରା ଓ ରାଘବ ଚଢ଼ାଙ୍କ ୱେଡିଂ କାର୍ଡ, ଏହି ଦିନ ଧରିବେ ହାତ

ମୁମ୍ବାଇ, ୧୩/୦୯: ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆପ୍ ନେତା ରାଘବ ଚଢ଼ାଙ୍କ ବିବାହ ନିମନ୍ତ୍ରଣ ପତ୍ର ଆସିବା ସହ ଭାଇରାଲ୍ ହୋଇଛି । ଉଭୟ ପଞ୍ଜୀବ ରୀତିନୀତିରେ ସେପ୍ଟେମ୍ବର ୨୪ରେ ବିବାହ କରିବେ । ପରିଣୀତି ଓ ରାଘବଙ୍କ ବିବାହର ସମସ୍ତ କାର୍ଯ୍ୟକ୍ରମ ଉଦୟପୁର ସ୍ଥିତ ହୋଟେଲ ଲୀଳା ଓ ତାଜ୍ ଲେକ୍ ପ୍ୟାଲେସରେ ହେବ । 

ୱେଡିଂ କାର୍ଡ ଅନୁସାରେ, ପରିଣୀତି ଓ ରାଘବଙ୍କ ବିବାହ ଉତ୍ସବ ସେପ୍ଟେମ୍ବର ୨୩ରୁ ଆରମ୍ଭ ହୋଇ ୨୪ ତାରିଖ ଯାଏ ଚାଲିବ । ସଙ୍ଗୀତ କାର୍ଯ୍ୟକ୍ରମ ପାଇଁ ନବେ ଦଶକର ଥିମ୍ ରଖା ଯାଇଛି । ୨୪ ତାରିଖରେ ବିବାହ ନେଇ ଉଭୟ ସ୍ପଷ୍ଟ କରିଛନ୍ତି । ଆଜିକ ଠିକ୍ ୧୧ ଦିନ ପରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ ।

ଏମିତି ଏକ ଦେଶ ଯେଉଁଠି ନାହିଁ ଟ୍ରାଫିକ୍ ସିଗନାଲ୍, ତଥାପି ସଡ଼କରେ ହୁଏନି ଗାଡ଼ି ଜାମ୍

ରାଜସ୍ଥାନର ଦି ଲୀଳା ପ୍ୟାଲେସରେ ବିବାହ ହେବ । ରାଘବଙ୍କ ହାତ ଧରି ପରିଣୀତି ସାଘ ଘେରା ବୁଲିବେ । ବିବାହ ପରେ ଦି ତାଜ୍ ଲେକରେ ନବବିବାହିତ ଦମ୍ପତି ଦେବେ ରିସେପସନ୍ ପାର୍ଟି । ୨୩ ତାରିଖ ସକାଳେ ପରିଣୀତିଙ୍କ ଚୁଡ଼ା ସେରିମନି ମହାରାଜା ସୁଇଟରେ ହେବ ।

୨୪ ତାରିଖ ପରିଣୀତି ଓ ରାଘବଙ୍କ ପାଇଁ ସ୍ମରଣୀୟ ରହିବ । ଦିନ ୨ଟାରେ ବର ବିବାହ ଶୋଭାଯାତ୍ରାରେ ବାହାରିବ । ଲୀଳା ପ୍ୟାଲେସରେ ବିବାହ ଅନୁଷ୍ଠିତ ହେବ । ଅପରାହ୍ଣ ୩ଟାରେ ଜୟମାଳା ପରେ ସନ୍ଧ୍ୟା ସାଢ଼େ ୬ଟାରେ ବିଦାୟୀ ହେବ । ରାତି ସାଢ଼େ ୮ଟାରୁ ଆରମ୍ଭ ହେବ ରିସେପସନ୍ ପାର୍ଟି । 

ପଥର ତଳେ ଚାପି ହୋଇ ୨ ମୃତ, ୨ ଗୁରୁତର

Wedding Invitation Card
Raghav Chadha
Parineeti Chopra

Copyright © 2022 - Summa Real Media Private Limited. All Rights Reserved.