ନୂଆଦିଲ୍ଲୀ ୦୭/୦୯: ପରିଣୀତି ଚୋପ୍ରା ଏବଂ ରାଘବ ଚଡ୍ଡାଙ୍କ ବିବାହକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଦୁଇ ଲଭ୍ବାର୍ଡଙ୍କ ନିର୍ବନ୍ଧ ପରଠୁ ବିବାହକୁ ନେଇ ଅନେକ ଆଲୋଚନା ହେଉଛି। କିଛି ଦିନରୁ ତାଙ୍କ ବିବାହ ତାରିଖ ଫାଇନାଲ୍ ହେବାର ଖବର ଆସୁଥିଲା। ବର୍ତ୍ତମାନ ପରିଣୀତି-ରାଘବଙ୍କ ବିବାହ କାର୍ଡ ସାମ୍ନାକୁ ଆସିଛି। ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।
ଏହି କାର୍ଡରେ ଲେଖାଯାଇଛି- 'ଆଶୀର୍ବାଦ ସହିତ ମିଷ୍ଟର ପିଏନ୍ ଚଡ୍ଡା ଏବଂ ମିସେଜ୍ ଉଷା ଓ ସଚ୍ଚଦେବା, ଅଲକା ଏବଂ ସୁନୀଲ ଚଡ୍ଡା ଆପଣଙ୍କୁ ପୁଅ ରାଘବ ଏବଂ ପରିଣୀତିଙ୍କ ରିସେପ୍ସନ୍ ଲଞ୍ଚ୍ ପାଇଁ ଆମନ୍ତ୍ରଣ କରୁଛନ୍ତି।' କାର୍ଡରେ ରିସେପ୍ସନ୍ ତାରିଖ ସେପ୍ଟେମ୍ବର ୩୦ ଲେଖାଯାଇଥିବାବେଳେ ସ୍ଥାନ ତାଜ ଚଣ୍ଡିଗଡ଼ ଲେଖାଯାଇଛି।
ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ଏହି କାର୍ଡ ଭାଇରାଲ ହେବା ନେଇ ପରିଣୀତି କିମ୍ବା ରାଘବଙ୍କ ପକ୍ଷରୁ କୌଣସି ଅଫିସିଆଲ୍ ନିଶ୍ଚିତକରଣ କରାଯାଇ ନାହିଁ। ଏଥିସହିତ ରାଜସ୍ଥାନରେ ଏହି ଦମ୍ପତି ବିବାହ କରିବେ ବୋଲି ଖବର ରହିଛି। ଦୁହେଁ ୨୩ ଏବଂ ୨୪ ସେପ୍ଟେମ୍ବରରେ ପଞ୍ଜାବୀ ରୀତିନୀତିରେ ବିବାହ କରିବେ।