ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ଲୋକସଭା ନିର୍ବାଚନ: ପଞ୍ଜାବରେ ରାସ୍ତା ଅଲଗା, ଦିଲ୍ଲୀରେ କଂଗ୍ରେସକୁ ଗୋଟିଏ ସିଟ୍‌ ଅଫର କଲା ଆପ୍‌

Image Courtesy: businesstoday

ନୂଆଦିଲ୍ଲୀ: କଂଗ୍ରେସକୁ କୌଣସି ଆସନ ଦେବାକୁ ଆମ୍‌ ଆଦମୀ ପାର୍ଟି (ଆପ୍‌) ରାଜି ନାହିଁ । ପଞ୍ଜାବରେ ଆପ୍‌ ଏକାକୀ ଲଢ଼ିବାକୁ ଥିବା ବେଳେ ଜାତୀୟ ରାଜଧାନୀ ଦିଲ୍ଲୀରେ କଂଗ୍ରେସକୁ କେବଳ ଗୋଟିଏ ସିଟ ଦେବ ବୋଲି ଆପ୍ କହିଛି । ମଙ୍ଗଳବାର ଏନେଇ ଆପ୍‌ ସାଂସଦ ସନ୍ଦୀପ ପାଠକ ସୂଚନା ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ସନ୍ଦୀପ ପାଠକ କହିଛନ୍ତି ଯେ, ଦିଲ୍ଲୀରେ ଆପ୍ ୭ଟି ଆସନରୁ ୬ଟିରେ ପ୍ରାର୍ଥୀ ଦେବ । ହେଲେ ଗୋଟିଏ ଆସନରେ କଂଗ୍ରେସକୁ ସମର୍ଥନ କରିବ ଆପ୍‌ । ଦଳ ମେଣ୍ଟ କରିବାକୁ ଚାହୁଁଛି ହେଲେ ଅହେତୁକ ବିଳମ୍ବ ଚିନ୍ତା ବଢ଼ାଇଛି ବୋଲି ସନ୍ଦୀପ ପାଠକ କହିଛନ୍ତି । 

ସେହିଭଳି ଗୋଆରେ ଦୁଇଟି ଆସନରୁ ଗୋଟିଏରେ ପ୍ରାର୍ଥୀ ଦେବାକୁ ଯାଉଛି ଆପ୍‌ । ସାଉଥ ଗୋଆରୁ ଆପ ବିଧାୟକଙ୍କୁ ଲୋକସଭା ନିର୍ବାଚନ ଲାଗି ପ୍ରାର୍ଥୀ କରିବ ଦଳ । ସେହିଭଳି ଆପ ଗୁଜୁରାଟରେ ୮ଟି ଆସନରେ ପ୍ରାର୍ଥୀ ଘୋଷଣା କରିବ ବୋଲି ସନ୍ଦୀପ ପାଠକ କହିଛନ୍ତି । ତେବେ ଏନେଇ କଂଗ୍ରେସର କିଛି ଆପତ୍ତି ହେବ ନାହିଁ ବୋଲି ସେ ଆଶା କରିଛନ୍ତି । ସେ ଆହୁରି କହିଛନ୍ତି ଯେ, ଦିଲ୍ଲୀରେ ଆମ ସରକାର ରହିଛି । ନଗର ନିଗମରେ ବି ଆମ ସରକାର ରହିଛି ।   ଏହି ହିସାବକୁ ଦେଖିଲେ ଦିଲ୍ଲୀରେ ଆପ୍‌ର ୬ ସିଟ୍‌ ହେଉଛି । ତେଣୁ ଆମେ ୬ ଆସନରେ ନିର୍ବାଚନ ଲଢ଼ିବାକୁ ଚାହୁଁଛୁ ଏବଂ ଗୋଟିଏ ସିଟ୍‌ କଂଗ୍ରେସକୁ ଦେବାକୁ ପ୍ରସ୍ତୁତ ଅଛୁ ବୋଲି ସନ୍ଦୀପ ପାଠକ କହିଛନ୍ତି । 

ସେପଟେ ଇଣ୍ଡିଆ ମେଣ୍ଟ ଯେବେ ଘୋଷଣା ହୋଇଥିଲା ସେବେ ଦେଶରେ ଉତ୍ସାହ ଥିଲା । ବିରୋଧୀ ମହାମେଣ୍ଟର ଉଦ୍ଦେଶ୍ୟ ଥିଲା ଦଳଗତ ନିର୍ବିଶେଷରେ ଦେଶର ହିତ ଲାଗି କାର୍ଯ୍ୟ କରାଯିବ । ଆଉ ଏଥିପାଇଁ ମେଣ୍ଟରେ ଆପ୍‌ ମଧ୍ୟ ସାମିଲ ହୋଇଥିଲା ବୋଲି ସନ୍ଦୀପ ପାଠକ କହିଛନ୍ତି । ତେବେ ମେଣ୍ଟକୁ ଜିତିବାକୁ ହେଲେ ଠିକ୍‌ ସମୟରେ ପ୍ରାର୍ଥୀ ଦେବାକୁ ପଡ଼େ । 

ଆମେ କଂଗ୍ରେସ ସହ ଦୁଇ ଦୁଇ ଥର ଆଲୋଚନା କଲୁ କିନ୍ତୁ ଫଳ କିଛି ମିଳିଲାନି । ଏପରିକି ଗତ ଏକ ମାସ ମଧ୍ୟରେ ଗୋଟିଏ ମଧ୍ୟ ବୈଠକ ହୋଇପାରିଲା ନାହିଁ । ପ୍ରଥମେ ନ୍ୟାୟ ଯାତ୍ରାର କାରଣ ଦର୍ଶାଇଥିଲା କଂଗ୍ରେସ । ହେଲେ ପରବର୍ତ୍ତୀ ସମୟରେ ନିରବ ରହିଥିଲା ଦଳ । ଏପରିକି କଂଗ୍ରେସର କୌଣସି ନେତାଙ୍କୁ ବୈଠକ ସଂପର୍କରେ  ଜଣାନାହିଁ ବୋଲି ଆପ ନେତା ଅଭିଯୋଗ କରିଛନ୍ତି । 

 

  • congress
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.