ବାଂଶପାଳ, ୨୭/୦୨ : ଓଲଟିଲା ଯାତ୍ରୀବାହୀ ବସ୍। କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ତରମାକାନ୍ତ-ତେନ୍ତୁଳିଖୁଣ୍ଟି ରାସ୍ତାରେ ଭାରସାମ୍ୟ ହରାଇ ଏକ ଯାତ୍ରୀବାହୀ ବସ୍ ଓଲଟି ପଡିଛି। ଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କୁ ବାଂଶପାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରଯାଇଛି।
ସୂଚନାନୁଯାୟୀ, ବାଂଶପାଳ ବ୍ଲକ ଫୁଲଝର ଠାରୁ ଅନୁଗୋଳ ଜିଲ୍ଲା ପାଲଲହଡାକୁ ଯାଉଥିବା ରାଧାମାଧବ ବସ୍ ତରମାକାନ୍ତ ପାଖରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ୧୫ ଜଣ ଯାତ୍ରୀ ଆହତ ହୋଇଥିଲେ। ଦୁର୍ଘଟଣା ଖବର ପାଇ ବାଂଶପାଳ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବାଂଶପାଳ ମେଡିକାଲକୁ ପଠାଇଛି। ବସର କଣ୍ଡକ୍ଟର ଗିରିଧାରୀ ବେହେରା ଓ ବଣେଇ ଅଞ୍ଚଳର ଶାଳକା ମୁଣ୍ଡା ନାମକ ଜଣେ ଯାତ୍ରୀ ଗୁରୁତର ଥିବାରୁ ସେମାନଙ୍କୁ କେନ୍ଦୁଝର ସ୍ଥାନାନ୍ତର କରାଯାଇଛି।