ପ୍ରମୁଖ ଖବର
  • କାମାକ୍ଷାନଗର: ଅଜଣା ଗାଡ଼ି ଧକ୍କା ରେ ସାଇକେଲ ଆରୋହୀ ଙ୍କ ମୃତ୍ୟୁ, କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକଙ୍କ ରାସ୍ତା ରୋକ
  • ||
  • ଆସିଲା ବିଜେଡି ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚମ୍ପୁଆରୁ ସନାତନ ମହାକୁଡ଼, ବଡଚଣାରୁ ବର୍ଷା ପ୍ରିୟଦର୍ଶିନୀ
  • ||
  • ଦିଲ୍ଲୀପ ରାୟଙ୍କ ରାସ୍ତାରେ ନିହାର କଣ୍ଟା ! ପ୍ରାର୍ଥୀ ଚୟନକୁ ନେଇ ଦେଖା ଦେଇଛି ବିବାଦ
  • ||
  • ଆଜି ପ୍ରକାଶ ପାଇବ ୟୁଜିସି-ନେଟ୍‌ ଜୁନ୍‌ ସେସନ୍‌-୨୦୨୪ ଆବେଦନ ପ୍ରକ୍ରିୟା
  • ||
  • ବାଇକ୍‌କୁ ଧକ୍କା ଦେଲା ଆମ୍ଵୁଲାନ୍ସ, ଦୁଇ ଶିଶୁଙ୍କ ଆଖି ଆଗରେ ଚାଲିଗଲା ବାପା-ମାଙ୍କ ଜୀବନ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି: ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି, ଜଣେ ଏବେ ବି ନିଖୋଜ
  • ||
  • ମେ'୧ରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା
  • ||
  • ଶନିବାର ବାହୁଡ଼ିବେ ମହାପ୍ରଭୁ ଶ୍ରୀଲିଙ୍ଗରାଜ: ଦିନ ସାଢ଼େ ୧ରେ ପହଣ୍ଡି, ସାଢେ ୩ଟାରେ ରଥଟଣା
  • ||
  • ଶନିବାର ବିଶ୍ବପ୍ରସିଦ୍ଧ ରଥଯାତ୍ରା ପ୍ରଥମ ସମନ୍ୱୟ ବୈଠକ, ଅଧ୍ୟକ୍ଷତା କରିବେ ଆର୍‌ଡିସି
  • ||
  • ଆଜି ବି ଅତି ଭୀଷଣ ଗ୍ରୀଷ୍ମପ୍ରବାହ, ୨୧ ଯାଏ ନିସ୍ତାର ନାହିଁ, କାଳବୈଶାଖୀ ପାଇଁ କମିପାରେ ତାତି
  • ||
  • IPL ୨୦୨୪: ଆଜି ଦିଲ୍ଲୀ-ହାଇଦ୍ରାବାଦ ଲଢ଼େଇ, କ୍ୟାପିଟାଲ୍ସ ଗଡ଼ ଧ୍ୱଂସ ପଥରେ ସନରାଇଜର୍ସ
  • ||
  • ହୀରାକୁଦରେ ଡଙ୍ଗା ବୁଡି ଟ୍ରାଜେଡି, ଦୁଇ ମୃତ, ୭ ନିଖୋଜ, ସକାଳୁ ଉଦ୍ଧାର କାର୍ଯ୍ୟ ଆରମ୍ଭ
  • ||

ଛେଣ୍ଡିପଦା ସରକାରୀ ହାଇସ୍କୁଲର ପ୍ଲାଟିନମ ଜୁବଲି ସମାରୋହ ଉଦଯାପିତ; ସ୍ଥାନୀୟ ଅଞ୍ଚଳକୁ ବିକଶିତ କରିବାରେ ଛେଣ୍ଡିପଦା ହାଇସ୍କୁଲର ଯୋଗଦାନ ଅତୁଳନୀୟ- ଧର୍ମେନ୍ଦ୍ର ପ୍ରଧାନ

ଛେଣ୍ଡିପଦା,୧୪/୧ : ସ୍ଥାନୀୟ ଅଞ୍ଚଳକୁ ବିକଶିତ କରିବା ଦିଗରେ ଛେଣ୍ଡିପଦା ହାଇସ୍କୁଲର ଯୋଗଦାନ ଅତୁଳନୀୟ । ଆଜି ମାନ୍ୟବର ରାଜ୍ୟପାଳଙ୍କ ଦ୍ୱାରା ସମ୍ମାନିତ ହୋଇଥିବା ଏହି ସ୍କୁଲର ତିନି ଜଣ ପୁରାତନ ଛାତ୍ର ଓଡ଼ିଶାର ସ୍ୱନାମଧନ୍ୟ ଚିକିତ୍ସକ ଭାବରେ ନିଜର ପରିଚୟ ତିଆରି କରିବା ତାହାର ଜ୍ୱଳନ୍ତ ଉଦାହରଣ ବୋଲି ରବିବାର ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ସରକାରୀ ହାଇସ୍କୁଲର ପ୍ଲାଟିନମ ଜୁବିଲିର ଉଦଯାପନୀ ସମାରୋହରେ ଯୋଗଦେଇ କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଓଡ଼ିଶାର ମାନ୍ୟବର ରାଜ୍ୟପାଳ ରଘୁବର ଦାସଙ୍କ ଉପସ୍ଥିତିରେ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଛେଣ୍ଡିପଦା ସରକାରୀ ହାଇସ୍କୁଲ ସ୍ଥାନୀୟ ଅଞ୍ଚଳରେ ଏକ ସମ୍ମାନସ୍ପଦ ଅନୁଷ୍ଠାନ । ଛେଣ୍ଡିପଦା ସରକାରୀ ହାଇସ୍କୁଲ ଦୀର୍ଘ ୭୫ବର୍ଷ ଯାତ୍ରାରେ ପଦାର୍ପଣ ହେବା କେବଳ ଅନୁଗୁଳ ନୁହେଁ ବରଂ ସମଗ୍ର ରାଜ୍ୟର ଶିକ୍ଷା ଜଗତ ପାଇଁ ଏକ ବଡ ଉପଲବ୍ଧି । ସ୍ଥାନୀୟ ଲୋକଙ୍କ ଉଦ୍ୟମରେ ୧୯୪୮ମସିହାରେ ପ୍ରତିଷ୍ଠିତ ଏହି ହାଇସ୍କୁଲ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ଏକ ବଟ୍ଟବୃକ୍ଷର ରୂପ ନେଇଛି । ଛେଣ୍ଡିପଦା ହାଇସ୍କୁଲ  ପାଠପଢାକୁ କେବଳ ବିଜ୍ଞାନ, ସାହିତ୍ୟ, ଗଣିତ ଆଦି ପୁସ୍ତକରେ ସୀମିତ ନ ରଖି ଶିକ୍ଷା ସମେତ କଳା ଓ ଦକ୍ଷତା ବିକାଶ ଉପରେ ପ୍ରାଧାନ୍ୟ ଦେବାର ଆବଶ୍ୟକତା ରହିଛି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଆଗାମୀ ୨୫ବର୍ଷ ସୁଦ୍ଧା ଭାରତକୁ ବିକଶିତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଆହ୍ୱାନ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଆମ ଦେଶ ଭାରତ ବିଶ୍ୱର ପଞ୍ଚମ ବୃହତ୍ତମ ଅର୍ଥନୀତିରେ ପରିଣତ ହୋଇଥିବାବେଳେ ଖୁବଶୀଘ୍ର ଏକ ନମ୍ବର ଅର୍ଥନୀତି ହେବ । ଛେଣ୍ଡିପଦା ଅଞ୍ଚଳ ଆଗାମୀ ଦିନରେ ଭାରତର ଅର୍ଥନୀତିରେ ଅଗ୍ରଣୀ ସ୍ଥାନ ହେବ । ଆଗାମୀ ପରିବର୍ତ୍ତିତ ଟେକ୍ନୋଲୋଜି ଦୁନିଆରେ ଛେଣ୍ଡିପଦା ସ୍କୁଲର ଛାତ୍ରଛାତ୍ରୀମାନେ ଆଗାମୀ ଦିନରେ ବିଶ୍ୱର ଆବଶ୍ୟକତାକୁ ପୂରଣ କରିବେ ଏବଂ ଉଦ୍ଭାବନ କରିବେ, ଏ ବିଶ୍ୱାସ ମୋର ଅଛି ।   ଅନୁଗୁଳ ଜିଲ୍ଲା ଓଡ଼ିଶାର ରାଜକୋଷକୁ ୬୦ହଜାର କୋଟି ଟଙ୍କା ଦେଉଥିବାବେଳେ ଜିଲ୍ଲାକୁ ସମୃଦ୍ଧଶାଳୀ କରିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୁଦ୍ଧିମତା ତିଆରି କରିବାର ଦାୟିତ୍ୱ ନେବାକୁ ଛେଣ୍ଡିପଦା ହାଇସ୍କୁଲକୁ ଶ୍ରୀ ପ୍ରଧାନ ଆହ୍ୱାନ କରିଛନ୍ତି ।   

ଏହି ସମାରୋହରେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଶ୍ରୀ ରଘୁବର ଦାସ କହିଛନ୍ତି ଯେ, ରାଷ୍ଟ୍ରର ବିକାଶରେ ଶିକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ । ଶିକ୍ଷା ସମସ୍ତଙ୍କ ଜନ୍ମଗତ ଅଧିକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗଦର୍ଶନରେ ପ୍ରଣୀତ ନୂତନ ଜାତୀୟ ଶିକ୍ଷା ନୀତିରେ ସମୟର ଆହ୍ଵାନ ଓ ଆବଶ୍ୟକତାକୁ ଅଙ୍ଗୀଭୂତ କରି ସର୍ବାଙ୍ଗୀନ ବିକାଶକୁ ପ୍ରାଧାନ୍ୟ ଦିଆଯାଉଛି । ହାଇସ୍କୁଲର ପ୍ଲାଟିନମ ଜୁବିଲିର  ଅବସରରେ ସ୍କୁଲର ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଶିକ୍ଷାନୁଷ୍ଠାନ ସହ ଜଡ଼ିତ ସମସ୍ତଙ୍କୁ ମାନ୍ୟବର ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଶୁଭେଚ୍ଛା ଜଣାଇବା ସହ ଆୟୋଜକ ସ୍କୁଲର ପୁରାତନ ଛାତ୍ର ସଂସଦକୁ ଧନ୍ୟବାଦ ଜଣାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.