ପ୍ରମୂଖ ଖବର
  • ଜଗନ ମୋହନ ରେଡ୍ଡୀଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା, ହୋଇପାରନ୍ତି ଗିରଫ
  • ||
  • ଦକ୍ଷିଣ ମୋଡ଼ ନେଇ ନାକଚଣା ଦ୍ୱାରରେ ଲାଗିଲା ତାଳଧ୍ୱଜ, ଦର୍ପଦଳନ, ଆଜି ନନ୍ଦିଘୋଷର ଦକ୍ଷିଣ ମୋଡ଼
  • ||
  • ଆସୁଛି ଲଘୁଚାପ: ରବିବାରଠାରୁ ରାଜ୍ୟରେ ପ୍ରବଳ ବର୍ଷା, ୧୫ରୁ ୨୧ ଯାଏଁ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ ବର୍ଷିବ
  • ||

ଆସନ୍ତା ୨୬ରେ ପୁଲିସ ଏସ୍‌ଆଇ ନିଯୁକ୍ତି ପରୀକ୍ଷା, ୱେବ୍‌ସାଇଟ୍‌ରେ ଆଡ୍‌ମିଟ୍‌ କାର୍ଡ

କଟକ ୧୯/୧୧: ପୁଲିସ୍‌ ସବ୍‌ଇନ୍ସପେକ୍ଟର  (ଏସ୍‌ଆଇ)-୨୦୨୧ ନିଯୁକ୍ତି ପରୀକ୍ଷା ଆସନ୍ତା ୨୬ ତାରିଖରେ ରାଜ୍ୟ ବ୍ୟାପୀ ଅନୁଷ୍ଠିତ ହେବ।  ପରୀକ୍ଷାର୍ଥୀଙ୍କ ସୁବିଧା ଲାଗି ସମସ୍ତ ଜିଲ୍ଲାରେ ପରୀକ୍ଷା  କେନ୍ଦ୍ର କରାଯାଇଛି । ଯୋଗ୍ୟ ପ୍ରାର୍ଥୀମାନଙ୍କର ଆଡ୍‌ମିଟ୍‌  କାର୍ଡ ଓଡ଼ିଶା ପୁଲିସ ୱେବ୍‌ସାଇଟ୍‌ରେ ଉପଲବ୍‌ଧ ରହିଛି । ପ୍ରାର୍ଥୀ ଉକ୍ତ ୱେବ୍‌ସାଇଟ୍‌ରୁ ଡାଉନ୍‌ଲୋଡ୍‌  କରି ଆଡମିଟ୍‌ କାର୍ଡ ପାଇପାରିବେ । 

ଏଥିଲାଗି ପ୍ରାର୍ଥୀଙ୍କୁ  ମୋବାଇଲ୍‌ ନମ୍ବର ଏବଂ ଇ-ମେଲ୍‌ରେ ଆଗୁଆ  ଅବଗତ କରାଯାଇଛି । ଏହି ପରୀକ୍ଷା ଓଏମ୍‌ଆର୍‌  ପ୍ରଣାଳୀରେ ହେବ। ପ୍ରାର୍ଥୀ ଦୁଇଟି ପେପରରେ ମୋଟ  ୩୦୦ ନମ୍ବର ପରୀକ୍ଷା ଦେବେ । ରାଜ୍ୟରେ ୪୭୭  ପୁଲିସ ଏସ୍‌ଆଇ ପଦରେ ନିଯୁକ୍ତି ଲାଗି ୧ଲକ୍ଷ ୩୪  ହଜାରରୁ ଅଧିକ ପ୍ରାର୍ଥୀ ପରୀକ୍ଷା ଦେଉଥିବା ଓଡ଼ିଶା  ପୁଲିସ ରିକ୍ରୁଟ୍‌ମେଣ୍ଟ୍‌ ବୋର୍ଡ ସୂତ୍ରରୁ ସୂଚନା ମିଳିଛ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.