ପ୍ରମୁଖ ଖବର
  • ରାଜକୋଟ: ଶେଷ ଦିନିକିଆରେ ଅଷ୍ଟ୍ରେଲିଆ ବିଜୟୀ, ୨-୧ରେ ସିରିଜ୍‌ ଜିତିଲା ଭାରତ
  • ||
  • ନାରାୟଣପାଟଣା : କେସେଲା ଘାଟିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ
  • ||
  • ନୂଆଦିଲ୍ଲୀ: ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନ ନବୀକରଣ ମାମଲାର ସିବିଆଇ ତଦନ୍ତ ପାଇଁ ଗୃହ ମନ୍ତ୍ରଣାଳୟର ନିର୍ଦ୍ଦେଶ
  • ||
  • ରାଜକୋଟ: ରନ୍‌ ବର୍ଷା କଲା ଅଷ୍ଟ୍ରେଲିଆ ଟିମ୍‌, ଭାରତ ଆଗରେ ୩୫୩ ରନ୍‌ର ବିଜୟ ଲକ୍ଷ୍ୟ
  • ||
  • ଇମ୍ଫାଲ୍: ମଣିପୁର ପୁଣି ଅଶାନ୍ତ, ରାଜ୍ୟର ୧୯ ଥାନାକୁ ଛାଡ଼ି ସବୁ ଅଶାନ୍ତ ଅଞ୍ଚଳ ଘୋଷଣା, ଇଣ୍ଟରନେଟ୍ ବନ୍ଦ
  • ||
  • ଇରାକ: ବିବାହ ଉତ୍ସବରେ ଭୟାବହ ଅଗ୍ନିକାଣ୍ଡ, ବର-କନ୍ୟାଙ୍କ ସମେତ ଜଳିଗଲେ ୧୦୦ ଲୋକ
  • ||
  • ଚନ୍ଦାହାଣ୍ଡି : ଘାଟିରେ ଓଲଟିଲା ସ୍କୁଲ୍ ବସ୍, ପିଇଟି ଶିକ୍ଷକ ମୃତ, ୨୦ରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଆହତ
  • ||
  • ମାଲକାନଗିରି : ଅକ୍ଟୋବର ୨ରେ ମାଲକାନଗିରି ଯିବେ ମୁଖ୍ୟମନ୍ତ୍ରୀ, ଲକ୍ଷ୍ମୀ ବସ୍ ଯୋଜନାର କରିବେ ଶୁଭାରମ୍ଭ
  • ||

ପାର୍ବଣ ପୂର୍ବରୁ ଗର୍ଜିଛି ପୁଲିସର ବନ୍ଧୁକ: ଏନ୍‌କାଉଣ୍ଟରରେ ଦୁର୍ଦ୍ଦାନ୍ତ ମଙ୍ଗୁ ଆହତ

କଟକ,୧୬/୦୯: ପାର୍ବଣ ପୂର୍ବରୁ ପୁଲିସର ବନ୍ଧୁକ ଗର୍ଜିଛି । କଟକ ପୁଲିସର ଏନ୍‌କାଉଣ୍ଟରରେ ଶୁକ୍ରବାର ଭାଣପୁରର ଦୁର୍ଦ୍ଦାନ୍ତ ଅପରାଧୀ ମଙ୍ଗୁ ଓରଫ ମନୋଜ ମହାରଣା ଆହତ ହୋଇଛି । ତା’ ବାମ ଗୋଡ଼ ଜଙ୍ଘ ତଳେ ଗୁଳି ବାଜିଛି । ଆହତ ମଙ୍ଗୁକୁ ଚିକିତ୍ସା ପାଇଁ ଏସ୍‌ସିବି ମେଡ଼ିକାଲ୍‌ କାଜୁଆଲ୍‌ଟିରେ ଭର୍ତ୍ତି କରାଯାଇଛି । ଏନ୍‌କାଉଣ୍ଟର୍‌ ସ୍ଥଳରୁ ମଙ୍ଗୁର ବନ୍ଧୁକ ଓ ଗୋଟିଏ ରାଉଣ୍ଡ୍‌ ଗୁଳି ଜବତ ହୋଇଛି ।

ଗତ ୬ ତାରିଖ ଦିନ ଅଭିଯୁକ୍ତ ମଙ୍ଗୁ ନିଜର କେତେଜଣ ସହଯୋଗୀଙ୍କ ସହ ମିଶି କନ୍ଦରପୁର ଥାନା ଅନ୍ତର୍ଗତ ମତ୍ତଗଜପୁର ରେଳ ଫାଟକ ପାଖରେ ଗୁଳି ଫୁଟାଇ ବ୍ୟବସାୟୀଙ୍କଠାରୁ ଲୁଟ୍‌ପାଟ୍‌ କରିଥିଲା । ଘଟଣା ପରଠୁ ପୁଲିସ ମଙ୍ଗୁକୁ ଖୋଜୁଥିଲା । ଶୁକ୍ରବାର ତାକୁ ସଦର ଥାନା ଅଞ୍ଚଳରେ ଧରିବା ପାଇଁ ଉଦ୍ୟମ କଲା ବେଳେ ସେ ପୁଲିସ ଉପରକୁ ଗୁଳି ଚଳାଇଥିଲା । ସେହି ସମୟରେ ପୁଲିସର ପାଲଟା ଗୁଳିରେ ମଙ୍ଗୁ ଆହତ ହୋଇଥିବା ଏଡିସିପି ଅନୀଲ ମିଶ୍ର ସୂଚନା ଦେଇଛନ୍ତି । ତେବେ ମଙ୍ଗୁ ପୂର୍ବରୁ ମଧ୍ୟ ସଦର ଥାନା ପୁଲିସ ଦ୍ୱାରା ଥରେ ଏନ୍‌କାଉଣ୍ଟରର ଶିକାର ହୋଇଥିଲା । ଦ୍ୱିତୀୟ ଥର ପାଇଁ ସେ ପୁଲିସ ଗୁଳି ଖାଇଛି । 

ମଙ୍ଗୁ ଶୁକ୍ରବାର ସଦର ଥାନା ଅନ୍ତର୍ଗତ ଉତ୍ତମାପୁର ଅଞ୍ଚଳରେ ଏକ ବାଇକ୍‌ ନେଇ ଯାଉଥିବା ସଂପର୍କରେ କଟକ ପୁଲିସକୁ ସୂଚନା ମିଳିଥିଲା । ଏହା ପରେ କନ୍ଦରପୁର ଥାନା ଓ ସ୍ପେସାଲ୍‌ ସ୍କ୍ୱାଡ୍‌ ପୁଲିସର ଏକ ମିଳିତ ଟିମ୍‌ ତାକୁ ପିଛା କରିଥିଲା । ଉତ୍ତମାପୁର ତୋଟା ପାଖରେ ପୁଲିସ ଟିମ୍‌ ତାକୁ ଅଟକାଇବା ପାଇଁ ଉଦ୍ୟମ କରିଥିଲା । ମାତ୍ର ସେ ଖସିଯିବା ପାଇଁ ଗୋଟିଏ ରାଉଣ୍ଡ୍‌ ଗୁଳି ପୁଲିସ ଟିମ୍‌ ଉପରକୁ ଚଳାଇଥିଲା । ଜୀବନ ବଞ୍ଚାଇବା ପାଇଁ କନ୍ଦରପୁର ଥାନା ଅଧିକାରୀ ବିପିନ ହୋତା ଏକ ରାଉଣ୍ଡ୍‌ ଗୁଳି ଚଳାଇଥିଲେ ଯାହାକି ମଙ୍ଗୁର ଗୋଡ଼ରେ ବାଜିଥିଲା । ଏହାପରେ ସେ ତଳେ ପଡ଼ିଯାଇଥିଲା । ପୁଲିସ ଟିମ୍‌ ତୁରନ୍ତ ମଙ୍ଗୁକୁ କାବୁ କରିନେଇଥିଲା । ଗୋଡ଼ରେ ଗୁଳି ମାଡ଼ ହୋଇଥିବାରୁ ତାକୁ ଏସ୍‌ସିବି ମେଡ଼ିକାଲ୍‌ କାଜୁଆଲ୍‌ଟି ଅଣାଯାଇ ସେଠାରେ ତାର ଚିକିତ୍ସା ଜାରି ରହିଛି । ମଙ୍ଗୁ ହେଉଛି ଦୁର୍ଦ୍ଦାନ୍ତ ଅପରାଧୀ ଗ୍ୟାଙ୍ଗ୍‌ଷ୍ଟର କନ୍ଦରପୁର ନିକଟ ନିମେଇସାପୁରର ପ୍ରଶାନ୍ତ ଦାସ ଓରଫ ତପୁର ସହଯୋଗୀ । ତା’ ନାଁରେ ପୂର୍ବରୁ ୧୦ରୁ ଅଧିକ ସଙ୍ଗିନ ମାମଲା ରହିଛି । ଗତ ୬ ତାରିଖ ଦିନ ସ୍ଥାନୀୟ ହାଟସାହିର ବ୍ୟବସାୟୀ ବିକାଶ ଚନ୍ଦ୍ର ପାତ୍ରଙ୍କଠାରୁ ୪ ଜଣ ଦୁର୍ବୃତ୍ତ ଲୁଟ୍‌ପାଟ୍‌ କରିଥିଲେ । ଏଥିରେ ମଙ୍ଗୁ ଓ ଅନ୍ୟ ତିନି ଜଣ ପେସାଦାର ଅପରାଧୀ ସାମିଲ ଥିଲେ । 

ଅଖିଳେଶ୍ୱର ସିଂହ କଟକ ଡିସିପି ଥିବା ବେଳେ ମଙ୍ଗୁକୁ ସଦର ଥାନା ପୁଲିସ ଏନ୍‌କାଉଣ୍ଟର କରିଥିଲା । ପ୍ରତାପନଗରୀ ଧାକୁଲେଇ ମନ୍ଦିର ପାଖରେ ହୋଲି ଖେଳ ସାରି କିଛି ସ୍ଥାନୀୟ ଲୋକ ଆସୁଥିବା ବେଳେ ସେଠାରେ ହଠାତ୍‌ ବଚସା ହେବାରୁ ମଙ୍ଗୁ ଓ ତପୁ ପ୍ରତାପନଗରୀର ଦୁଇ ଜଣଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଏହି ଘଟଣା ପରେ ପୁଲିସ ଟିମ୍‌ ମଙ୍ଗୁ ଓ ତପୁକୁ ଧରିବା ସମୟରେ ସେତେବେଳେ ଏନ୍‌କାଉଣ୍ଟର କରିଥିଲେ ।

Copyright © 2022 - Summa Real Media Private Limited. All Rights Reserved.