ପ୍ରମୂଖ ଖବର
  • ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର, ୩ ଯବାନ ଆହତ , ଜଣେ ଆତଙ୍କୀ ନିପାତ
  • ||
  • ମୁମ୍ବାଇରେ ଭୁଶୁଡିଲା ତିନି ମହଲା କୋଠା, ଏକାଧିକ ଆହତ
  • ||
  • ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
  • ||
  • କିଏ ନେବ ରାଜ୍ୟ କଂଗ୍ରେସ ନେତୃତ୍ୱ ? ଦିଲ୍ଲୀ ଦରବାରରେ ଛାମୁଆ ନେତା, ଚର୍ଚ୍ଚାରେ ତାରା, ମୋକିମ, ପ୍ରସାଦ ଓ ସପ୍ତଗିରି
  • ||
  • ଶନିବାରଠୁ ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ୍,ପାଲିକେଲେରେ ଖେଳାଯିବ ପ୍ରଥମ ମୁକାବିଲା
  • ||
  • ଶନିବାର ନୀତି ଆୟୋଗ ସାଧାରଣ ପରିଷଦ ବୈଠକ, ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • ଲଘୁଚାପ ସକ୍ରିୟ: ଆସନ୍ତା ୪ ଦିନ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା, ସତର୍କ କରାଇଲେ ଏସ୍‌ଆରସି
  • ||

ମହାରାଷ୍ଟ୍ରରେ INDIA ଗଠବନ୍ଧନର ସଂପ୍ରସାରଣ , ପ୍ରକାଶ ଆମ୍ୱେଦକରଙ୍କ ଦଳକୁ ଏମଭିଏରେ କରାଗଲା ସାମିଲ

ନୂଆଦିଲ୍ଲୀ- ପ୍ରକାଶ ଆମ୍ୱେଦକରଙ୍କ ଦଳକୁ ମହାବିକାଶ ଅଘାଡିରେ ସାମିଲ କରାଯାଇଛି। ଆମ୍ୱେଦକରଙ୍କ ଦଳର ନାଁ ବଞ୍ଚିତ ବହୁଜନ ଅଘାଡି  ( ଭିବିଏ)। ଏହି କଥାର ସୂଚନା ଶିବସେନା ସାଂସଦ (ୟୁବିଟି)ର ସାଂସଦ ଓ ପ୍ରବକ୍ତା ସଞ୍ଜୟ ରାଉତ ଦେଇଛନ୍ତି। ଭିବିଏକୁ ମହାବିକାଶ ଅଘାଡିରେ ସାମିଲ କରାଯିବା ପରେ ଶିବସେନା ୟୁବିଟି ସାଂସଦ ସଞ୍ଜୟ ରାଉତ ସୋସିଆଲ ମିଡ଼ିଆରେ କହିଛନ୍ତି , ବଞ୍ଚିତ ବହୁଜନ ଅଘାଡି  ( ଭିବିଏ) କୁ ମହାବିକାଶ ଅଘାଡିରେ ସାମିଲ କରାଯାଇଛି। 

 ୨ ଫେବ୍ରୁଆରୀରେ ଦିନ ମହାବିକାଶ ଅଘାଡିର ବୈଠକ ହେବ। ଏହି ଦିନ ପ୍ରକାଶ ଆମ୍ୱେଦକର ମହାବିକାଶ ଅଘାଡିର ବୈଠକରେ ସାମିଲ ହେବେ। ସଞ୍ଜୟ ରାଉତ ଆହୁରି ଲେଖିଛନ୍ତି , ଦେଶର ସମ୍ୱିଧାନ ବିପଦରେ ...ଆମେ ଏକାଠି ହୋଇ ଏହାକୁ ରକ୍ଷା କରିବାକୁ ହେବ। 

ଚିଠିରେ କୁହାଯାଇଛି, ବର୍ତ୍ତମାନ ସମୟରେ ଦେଶ ଖୁବ୍‌ ଗମ୍ଭୀର ସ୍ଥିତି ଦେଇ ଗତି କରୁଛି। ମହାନ ଗଣତାନ୍ତ୍ରିକ ପରମ୍ପରାର ଦେଶ ତାନାସାହି (ନିରଙ୍କୁଶ ଶାସକ) ଆଡ଼କୁ ଗତି କରୁଛି । ଡ. ବାବା ସାହେବ ଆମ୍ୱେଦକର ଭାରତକୁ ମହାନ ସମ୍ୱିଧାନ ଦେଇଛନ୍ତି। ବ୍ୟକ୍ତିଗତ ସ୍ୱତନ୍ତ୍ରତା ଓ ଗଣତନ୍ତ୍ରର ସୁରକ୍ଷାର। ଆଜି ଏସବୁକୁ ପାଦ ତଳେ ଦଳି ଦିଆ ଯାଉଛି। 


ଲୋକଙ୍କୁ ଆଶଙ୍କା ୨୦୨୪ ରେ ଯଦି ଦେଶରେ ଫଳାଫଳ ଆସେ ତ ଏହା ବୋଧହୁଏ ଶେଷ ନିର୍ବାଚନ ହେବ। ଆମେ ଜାଣିଛୁ କି ,ଏହି ସ୍ଥିତିକୁ ବଦଳାଇବା ଓ ରାଜ୍ୟ ଏବଂ ଦେଶରେ ପରିବର୍ତ୍ତନ ପାଇଁ ମହାବିକାଶ ଅଘାଡିର ସ୍ଥାପନା କରାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.