ପ୍ରମୁଖ ଖବର
  • ଇଓଡବ୍ଲ୍ୟୁ ପଞ୍ଝାରେ ୨ କୁଖ୍ୟାତ କ୍ରିପ୍ଟୋ ଠକ, ୧୫ କୋଟି ଟଙ୍କାର ଠକେଇ ଅଭିଯୋଗ
  • ||
  • ସ୍ଵାମୀ ସରୋଜଙ୍କ ସହ ବିଜେପିରେ ମିଶିଲେ ଜ୍ୟୋତି ପାଣିଗ୍ରାହୀ, ବିଜେଡିରୁ ଦେଇଥିଲେ ଇସ୍ତଫା
  • ||
  • ମେ ୩୧ରେ ଆସିବ ‘ମିଷ୍ଟର ଆଣ୍ଡ ମିସେସ୍‌ ମାହି’, ଦେଖିବାକୁ ମିଳିବ ରାଜକୁମାର-ଜାହ୍ନବୀଙ୍କ ଜବରଦସ୍ତ କେମେଷ୍ଟ୍ରି
  • ||
  • ଖାଉଟିଙ୍କ ପକେଟକୁ ମହଙ୍ଗା ମାଡ଼: ଟ୍ୱିନ୍‌ ସିଟିରେ ଆଳୁ କିଲୋ ୩୦ ଟଙ୍କା, ସପ୍ତାହକରେ ୮ ଟଙ୍କା ବଢ଼ିଲାଣି
  • ||
  • ପ୍ଲାଷ୍ଟିକ ବଜାରକୁ ନେଇ ବିବାଦ: ଆଜି ୧୨ ସଂଘ-ବିଏମ୍‌ସି ବୈଠକ
  • ||
  • ସୋମବାର ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥ ପ୍ରତିଷ୍ଠା ଉତ୍ସବ, ମଙ୍ଗଳବାର ଶ୍ରୀଜିଉଙ୍କ ରଥଯାତ୍ରା
  • ||
  • ପାରାଦୀପରେ ୬୧ ଦିନ ଯାଏଁ ମାଛଧରା ବନ୍ଦ, ମାଛ ସଂରକ୍ଷଣକୁ ଦୃଷ୍ଟିରେ ରଖି ମତ୍ସ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ
  • ||
  • ଓଡ଼ିଶାରେ ମୋଦି ନୁହେଁ, ‘ନବୀନ ଗ୍ୟାରେଣ୍ଟି’: ଚାଲିଛି ମତାମତ ସଂଗ୍ରହ, ଖୁବ୍‌ଶୀଘ୍ର ବିଜେଡିର ଇସ୍ତାହାର
  • ||
  • IPL 2024: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ଟକ୍କର, ରୟାଲର କ୍ଲାସେନ ଭୟ
  • ||
  • ରାଜ୍ୟରେ ପୁଣି ପ୍ରଚଣ୍ଡ ତାତି, ଆହୁରି ୪ରୁ ୬ ଡିଗ୍ରୀ ବଢ଼ିବ ପାରଦ: ୧୮ ଯାଏ ଭୀଷଣ ଗ୍ରୀଷ୍ମପ୍ରବାହ
  • ||

ବୁଧବାରଠୁ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି, ଆଜି କାର୍‌କେଡ୍‌ ରିହର୍ସାଲ କରିବ ଓଡ଼ିଶା ପୁଲିସ୍‌

ଭୁବନେଶ୍ୱର,୨୭/୦୨: ଆସନ୍ତା ୨୮ ତାରିଖରେ ୪  ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନଜରରେ ରଖି କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ୩୦ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ସହ ୧୫୦ରୁ ଅଧିକ  ଅଫିସର ନିୟୋଜିତ ହେବେ । ବ୍ଲୁ-ବୁକ୍‌ ଗାଇଡ୍‌ଲାଇନ୍‌  ଅନୁସାରେ ତାଙ୍କ ସୁରକ୍ଷା ବ୍ୟବସ୍ଥା ରହିବ । ରୁଟ୍‌ ଲାଇନଠାରୁ  ଆରମ୍ଭ କରି କାରକେଡ୍‌, ଟ୍ରାଫିକ ଓ ପାର୍କିଂ ପାଇଁ ବ୍ୟବସ୍ଥା ହୋଇଥିବା ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି । 

ରାଷ୍ଟ୍ରପତି ଭୁବନେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର, କଟକ ଓ ସମ୍ୱଲପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ  ଯୋଗଦେବେ । ଭୁବନେଶ୍ୱରରେ ସୁରକ୍ଷା ପାଇଁ ୩୦ ପ୍ଲାଟୁନ ଫୋର୍ସ ବ୍ୟବସ୍ଥା ହୋଇଛି । ତା’ଛଡା ୩ଟି କ୍ୟୁଆରଟି ଟିମ୍‌, ୨ଟି ସ୍ପେଶାଲ ଟାକ୍ଟିକାଲ୍‌ ୟୁନିଟ୍‌, ୧୨ ଅତିରିକ୍ତ ଡିସିପି,  ୨୫ ଏସିପି, ୪୦ ଇନ୍ସପେକ୍ଟର ଓ ୧୨୦ ଜଣ ଏସ୍‌ଆଇ  ଓ ଏଏସଆଇ ଦାୟିତ୍ୱରେ ରହିବେ । ୧୬୦ ଟ୍ରାଫିକ ଓ ୧୫୦ ହୋମଗାର୍ଡ ବି ନିୟୋଜିତ ହେବେ। ସେଥିପାଇଁ ୨୭  ତାରିଖରେ ବିମାନବନ୍ଦରରୁ ରାଜଭବନ ଓ ସେଠାରୁ ଉତ୍କଳ  ବିଶ୍ୱବିଦ୍ୟାଳୟ କ୍ୟାମ୍ପସ୍‌କୁ କାରକେଡ୍‌ ରିହର୍ସାଲ କରାଯିବ ।  

ରିହର୍ସାଲରେ ୨୮ ଗାଡ଼ି ବ୍ୟବହାର କରାଯିବ ।  ରାଷ୍ଟ୍ରପତି ଯିବା ସମୟରେ, ପ୍ରଥମେ ୱାର୍ଣ୍ଣିଂ କାର, ତାପରେ  ଟେକ୍‌ନୋ କାର୍‌ (ଜାମର), ପାଇଲଟ୍‌ କାର, ଭିଆଇପି  କାର, ଏସ୍କର୍ଟ ୱାନ୍‌ (ରାଷ୍ଟପତିଙ୍କ ନିଜସ୍ୱ ସୁରକ୍ଷାକର୍ମୀ),  ଏସ୍କର୍ଟ ଟୁ (ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀ), ତା'ପଛରେ କାର୍‌ ୱାନ୍‌, କାର୍‌ ଟୁ, କାର୍‌ ଥ୍ରୀ....କାର୍‌  ଟ୍ୱେଣ୍ଟି ପର୍ଯ୍ୟନ୍ତ ରହିବ । ରାଷ୍ଟ୍ରପତି କୌଣସି ସ୍ଥାନକୁ ଯିବା  ସମୟରେ ତାଙ୍କୁ ବକ୍ସ ପାଟର୍ଣ୍ଣ ସିକ୍ୟୁରିଟିରେ ନିଆଯିବ ।  ରାଷ୍ଟ୍ରପତି ଗସ୍ତ ସମୟରେ ତାଙ୍କ ଆଗ-ପଛ ଓ ଡାହାଣ-ବାମ କାର୍‌ ବ୍ୟବସ୍ଥାକୁ ବକ୍ସ ପାଟର୍ଣ୍ଣ ସିକ୍ୟୁରିଟି କୁହାଯାଏ ।  

୨୮ ତାରିଖରେ ରାଷ୍ଟ୍ରପତି ଏକ ସ୍ୱତନ୍ତ୍ର ବିମାନରେ  ଆସି ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ ।  ପ୍ରୋଟୋକଲ୍‌ ଅନୁସାରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ଅନ୍ୟ  ବିଶିଷ୍ଟ ବ୍ୟକ୍ତି ତାଙ୍କୁ ସ୍ୱାଗତ କରିବେ । ତା’ପରେ ବିମାନ  ବନ୍ଦର ପରିସରରେ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯିବ ।  ସେଠାରୁ ତାଙ୍କୁ ରାଜଭବନକୁ ନିଆଯିବ । ସେ ବାୟୁସେନାର  ସ୍ୱତନ୍ତ୍ର ହେଲିକପ୍ଟରରେ ମୟୂରଭଞ୍ଜ, କେନ୍ଦୁଝର, ବ୍ରହ୍ମପୁର,  କଟକ ଓ ସମ୍ୱଲପୁରକୁ ଯିବେ । ତାଙ୍କ ଯିବା ଆସିବା ସମୟରେ  ଏକାସାଙ୍ଗରେ ୩ଟି ହେଲିକପ୍ଟର ବ୍ୟବହାର ହେବ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.